୧୦ ବର୍ଷ ପୂର୍ବେ ସିରିଏଲ “ମନ କି ଆୱାଜ ପ୍ରତିଜ୍ଞା” ରେ ନଜର ଆସିଥିବା ଏହି ଯୋଡ଼ି ଆଜି ଦେଖା ଯାଉଛନ୍ତି ଏମିତି, ଦେଖିଲେ ବିଶ୍ଵାସ ହେବ ନାହିଁ

୨୦୦୯ ରୁ ୨୦୧୨ ଯାଏ ପ୍ରସାରିତ ହୋଇଥିବା ଏକ ରୋମାଞ୍ଚକ ସିରିଏଲ୍ “ମନ୍ କି ଆୱାଜ୍ ପ୍ରତିଜ୍ଞା” ଆପଣ ତ ନିଶ୍ଚୟ ଦେଖିଥିବେ । ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିବା ଏହି ସରିଏଲର କାହାଣୀ ଓ କଳାକାର ମାନେ ଉଭୟ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସିରିଏଲର ମୁଖ୍ୟ ଚରିତ୍ରରେ ଥିବା ପ୍ରତିଜ୍ଞା ଓ କ୍ରୀଷ୍ଣାକାନ୍ତ ଙ୍କ ପ୍ରେମ କାହାଣୀ ଓ ଖଟା ମିଠା ଝଗଡ଼ାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଏହି ସିରିଏଲ ଶେଷ ହେବାର ଆଜି ୮ ବର୍ଷ ବିତି ଯାଇଛି । ଆସନ୍ତୁ ଜାଣିବା ଏହି ସରିଏଲରେ କାମ କରିଥିବା ପ୍ରତିଜ୍ଞା ଓ କ୍ରୀଷ୍ଣା ଆଜି କେମିତି ଅଛନ୍ତି ଓ କଣ କରୁଛନ୍ତି ।

ସିରିଏଲ “ମନ୍ କି ଆାୱାଜ୍ ପ୍ରତିଜ୍ଞା” ରେ ଅଭିନୟ କରିଥିବା ମୁଖ୍ୟ ନାୟିକା ପ୍ରତିଜ୍ଞା ଙ୍କ ର ଅସଲ ନାମ ହେଉଛି ପୂଜା ଗୌର । ତାଙ୍କର ଜନ୍ମ ୧ ଜୁନ ୧୯୯୧ ରେ ଗୁଜରାଟ ର ଅହମ୍ମଦାବାଦରେ ହୋଇଥିଲା । ତାଙ୍କର ଶିକ୍ଷା ମଧ୍ୟ ସେଠାରେ ହିଁ ସମ୍ପୂର୍ଣ ହୋଇଥିଲା ।

ପ୍ରଥମେ ୨୦୦୯ ରେ ଆସିଥିବା ସିରିଏଲ “କିତନି ମୋହାଵତ ହେ” ରୁ ସେ ତାଙ୍କ କ୍ୟାରିଅର୍ ର ଆରମ୍ଭ କରିଥିଲେ । ଯେଉଁଠି ତାଙ୍କର ଅଭିନୟକୁ ଖୁବ ପସନ୍ଦ କରା ଯାଇଥିଲା । ସେହି ବର୍ଷ ହିଁ ତାଙ୍କୁ “ମନ କି ଆୱାଜ ପ୍ରତିଜ୍ଞା” ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା । ଏହି ସରିଏଲ ରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । “ତେରୀ ମେରୀ ଲଭ୍ ଷ୍ଟୋରି” ଓ ଶଶୁରାଲ୍ ଗେନ୍ଦା ଫୁଲ୍” ପରି ଆହୁରି କେତେ ସିରିଏଲ ରେ ମଧ୍ୟ ସେ କାମ କରିଥିଲେ ।

ସେହି “ମନ କି ଆୱାଜ ପ୍ରତିଜ୍ଞା” ରେ କ୍ରୀଷ୍ଣା ସିଂ ଙ୍କ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ନାୟକଙ୍କ ନାମ ହେଉଛି ଅରହାନ୍ ବେହଲ୍ । ଯାହାଙ୍କ ଜନ୍ମ ୬ ଅଗଷ୍ଟ ୧୯୮୪ ରେ ରାଜସ୍ଥାନ ରେ ହୋଇଥିଲା । ସେ ମଧ୍ୟ ତାଙ୍କର ସମ୍ପୂର୍ଣ ଶିକ୍ଷା ସେହିଠାରେ ହିଁ ଶେଷ କରିଥିଲେ । ସେ ନିଜ ଅଭିନୟ କ୍ୟାରିଅର ଏହି ସିରିଏଲ “ମନ କି ଆୱାଜ ପ୍ରତିଜ୍ଞା” ରୁ ହିଁ ଆରମ୍ଭ କରିଥିଲେ । ଯାହା ପରେ ସେ “ଦୋ ଦିଲ୍ ବନ୍ଧେ ଏକ୍ ଡୋରି ସେ” ଓ “ବିଷ ୟା ଅମୃତ୍ ସୀତାରା” ପରି କେତୋଟି ସୁପରହିଟ୍ ସିରିଏଲରେ କାମ କରି ଅଭିନୟ ଦୁନିଆରେ ବହୁତ ନାମ କମେଇଥିଲେ ।

ଆଜି ୮ ବର୍ଷ ବିତିଯିବା ସହ ଏଇ ଦୁଇ ଜଣ ମଧ୍ୟ ବହୁତ ବଦଳି ଯାଇଛନ୍ତି । ପୂଜା ଆଜି ୨୯ ବର୍ଷ ର ହୋଇଯାଇଥିବା ବେଳେ, ଅରହାନ୍ ଆଜି ୩୬ ବର୍ଷ ର ହୋଇଯାଇଛନ୍ତି । ପୂଜା ଆଜି ମଧ୍ୟ ଆଗଠାରୁ ବହୁତ ସୁନ୍ଦର ଦିଶୁଛନ୍ତି । ସେ ଏବେ ବି ସିଙ୍ଗଲ୍ ଅଛନ୍ତି ଓ ଅଭିନେତା ରାଜ୍ ସିଂ ଅରୋରା ଙ୍କୁ ଡେଟ କରୁଛନ୍ତି । ସେ ନିଜ ପରିବାର ସହ ମୁମ୍ବାଇରେ ହିଁ ରହି ଆଜି ବି ନିଜ ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ।

ଅନେକ ସମୟରେ ତାଙ୍କୁ ସାବଧାନ ଇଣ୍ଡିଆ ଶୋ କୁ ହୋଷ୍ଟ କରୁଥିବାର ଦେଖାଯାଏ । ବର୍ତ୍ତମାନ ସେ ଏକ ୱେବ ସିରିଜ “ଦି ଭରଡିକ୍ଟ ଷ୍ଟେଟ ଭରଶେଷ୍ ନାନାଵତୀ” ରେ ବିଦ୍ୟା ମୁନସି ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଅରହାନ୍ ମଧ୍ୟ ଆଗଠାରୁ ଅଧିକ ସ୍ମାର୍ଟ ଓ ସୁନ୍ଦର ଦିଶୁଛନ୍ତି । ସେ ବି ଏବେ ଯାଏ ବିବାହ କରି ନାହାନ୍ତି କି କାହାକୁ ଡେଟ ମଧ୍ୟ କରୁ ନାହାନ୍ତି । ସେ ବି ନିଜ ପରିବାର ସହ ମୁମ୍ବାଇରେ ରହି ନିଜ ଅଭିନୟ କ୍ୟାରିଅର ରେ ଫୋକସ ରଖିଛନ୍ତି । ସେ ଏବେ ସିରିଏଲ “ୟେ ଯାଦୁ ହେ ଜିନ୍ନ୍ କା” ରେ କବିର ଜୁନେଦ ଖାଁ ଚରିତ୍ରରେ ଅଭିନୟ କରୁଥିବାର ଦେଖା ଯାଇଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।