ଫିଲ୍ମ ସୁଟିଂ କରୁ କରୁ ନିର୍ଦ୍ଦେଶକଙ୍କୁ ହୃଦୟ ଦେଇ ବସିଲେ Bollywood ର ଏହି ହିରୋଇନ ମାନେ ଓ କରିନେଲେ ବିବାହ

ବଲିଉଡ ଫିଲ୍ମ ଜଗତରେ ଏପରି ଅନେକ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଫିଲ୍ମ୍ ସୁଟିଂ ସମୟରେ ଫିଲ୍ମର ଅଭିନେତାଙ୍କୁ ଭଲ ପାଇ ବସିଲେ ଓ ବିବାହ ମଧ୍ୟ କଲେ । କିନ୍ତୁ କିଛି ଏପରି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉମାନଙ୍କୁ ନିଜ ଫିଲ୍ମ ର ନିର୍ଦ୍ଦେଶକ ଙ୍କୁ ହିଁ ଭଲ ପାଇ ତାଙ୍କ ସହ ବିବାହ ମଧ୍ୟ କରିଛନ୍ତି । ଚାଲନ୍ତୁ ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା ଯେଉଁମାନେ ଫିଲ୍ମ୍ ସୁଟିଂ ସମୟରେ ଫିଲ୍ମର ନିର୍ଦ୍ଦେଶକଙ୍କୁ ଭଲ ପାଇ ବିବାହ କରିଛନ୍ତି ।

ଉଦିତା ଗୋସ୍ୱାମୀ ଓ ମୋହିତ ଶୁରି

ବଲିଉଡର ହଟ୍ ଓ ବୋଲ୍ଡ ଅଭିନେତ୍ରୀ ଉଦିତା ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । ଫିଲ୍ମ୍ ପାପ୍ ର ସୁଟିଂ ସମୟରେ ସେହି ଫିଲ୍ମ୍ ନିର୍ଦ୍ଦେଶକ ମୋହିତ ଶୁରି ଙ୍କ ସହ ପ୍ରଥମ ଥର ସାକ୍ଷାତ ହୋଇଥିଲା । ସେହିଠାରୁ ସେମାନେ ଭଲ ମିତ୍ର ହୋଇଗଲେ । କିଛି ସମୟ ପରେ ସେମାନଙ୍କ ମିତ୍ରତା, ପ୍ରେମରେ ବଦଳି ଗଲା ଓ ଅନେକ ଦିନ ଧରି ପ୍ରେମ କରିବା ପରେ ଜାନୁୟାରୀ ୨୦୧୩ ରେ ଏମାନେ ଦୁହେଁ ବିବାହ କରିଥିଲେ ।

କଲ୍କୀ କୋଇଚଲିନ୍ ଓ ଅନୁରାଗ କଶ୍ୟପ

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଓ ବଲିଉଡ ଅଭିନେତ୍ରୀ କଲ୍କୀ କୋଇଚଲିନ୍ ଙ୍କ ସମ୍ପର୍କ ୨୦୦୯ ମସିହାରେ ଆସିଥିବା ଫିଲ୍ମ ଦେବ୍-ଡି ସୁଟିଂ ସମୟରୁ ଆରମ୍ଭ ହୋଇଥିଲା । ଅନୁରାଗ କଶ୍ୟପ ସେତେବେଳେ ବିବାହିତ ଥିଲେ । କଲ୍କୀ ଙ୍କ ସହ ପ୍ରେମ ହେବା ପରେ ସେ ନିଜ ପତ୍ନୀ ଆରତୀ ବଜାଜଙ୍କୁ ଛାଡ଼ପତ୍ର ଦେଇ ୨୦୧୧ ମସିହାରେ ଦକ୍ଷିଣ ଭାରତୀୟ ରୀତିନୀତିରେ କଲ୍କୀ କୋଇଚଲିନ୍ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ବାହାଘରର କିଛି ଦିନ ପରେ ଏମାନେ ଅଲଗା ହୋଇ ଯାଇଥିଲେ ।

ବିନ୍ଦିଆ ଗୋସ୍ୱାମୀ ଓ ବିନୋଦ ମେହରା

ନିଜ ସମୟରେ ଜଣାଶୁଣା ଓ ସୁନ୍ଦରୀ ଅଭିନେତ୍ରୀ ବିନ୍ଦିଆ ଗୋସ୍ୱାମୀ ମାତ୍ର ୧୮ ବର୍ଷ ବୟସରେ ବିନୋଦ ମେହରା ଙ୍କୁ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଅଧିକ ଦିନ ଯାଏ ରହି ପାରି ନ ଥିଲା । ବିବାହର ମାତ୍ର ୪ ବର୍ଷରେ ଏମାନେ ଅଲଗା ହୋଇ ଯାଇଥିଲେ । ଏହାର କିଛି ବର୍ଷ ପରେ ଗୁଲାମ୍ ଫିଲ୍ମର ସୁଟିଂ ସମୟରେ ବିନ୍ଦିଆ ନିର୍ଦ୍ଦେଶକ ଦେବିଦତ୍ତ ଙ୍କୁ ପ୍ରେମ କରି ବିବାହ କରିଥିଲେ ।

ରାମିଆ କ୍ରିଷ୍ଣନ ଓ କ୍ରୀଷ୍ଣା ବକ୍ସି

ଫିଲ୍ମ୍ ବାହୁବଳୀ ରେ ଶିବଗାମୀ ଭୂମିକାରେ ଦମଦାର ଅଭିନୟ କରିଥିବା ଅଭିନେତ୍ରୀ ରାମିଆ କ୍ରିଷ୍ଣନ ମଧ୍ୟ ନିଜ ନିର୍ଦ୍ଦେଶକଙ୍କୁ ପ୍ରେମ କରିଥିଲେ । ଚନ୍ଦ୍ରଲେଖା ଫିଲ୍ମର ସୁଟିଂ ସମୟରେ ସେ ନିର୍ଦ୍ଦେଶକ କ୍ରୀଷ୍ଣା ବକ୍ସି ଙ୍କୁ ପ୍ରଥମ ଥର ଭେଟିଥିଲେ ଓ ପରସ୍ପର ପ୍ରେମ କରି ବସିଥିଲେ । ତା ପରେ ୨୦୦୩ ମସିହାରେ ସେମାନେ ହାଇଦ୍ରାବାଦ ର ଏକ ମନ୍ଦିରରେ ବିବାହ କରିଥିଲେ ।

ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା

୯୦ ଦଶକର ଜଣାଶୁଣା ଅଭିନେତ୍ରୀ ରାଣୀ ମୁଖାର୍ଜୀ ୟଶ ରାଜ ବ୍ୟାନର ରେ ବହୁତ ଫିଲ୍ମ୍ କରିଛନ୍ତି । ଆଦିତ୍ୟ ଚୋପ୍ରା ହେଉଛନ୍ତି ୟଶ ରାଜ ବ୍ୟାନରର ମାଲିକ । ଫିଲ୍ମରେ କାମ କରୁ କରୁ ରାଣୀ ମୁଖାର୍ଜୀ ଓ ଆଦିତ୍ୟ ଚୋପ୍ରା ପରସ୍ପରକୁ ଭଲ ପାଇ ବସିଥିଲେ ଓ ଆଦିତ୍ୟ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ୨୦୧୪ ମସିହାରେ ଇଟାଲୀରେ ରାଣୀ ମୁଖାର୍ଜୀ ଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।