ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି “Kaccha Badam” ଗୀତ, ଯେଉଁ ଗୀତ ପଛରେ ରହିଛି ଏକ ରୋଚକ କାହାଣୀ, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

‘କଚା ବାଦାମ ପକା ବାଦାମ’ ଗୀତଟି ଆଜିକାଲି ସୋସିଆଲ ମିଡିଆ ସେନ୍ସେସନ ପାଲଟି ଯାଇଛି । ଏହି ଗୀତର ରିଲ୍ ଓ ସର୍ଟ ଭିଡିଓ ଗୁଡିକ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ୟୁଟ୍ଯୁବରେ ଲକ୍ଷ ଲକ୍ଷ ସଂଖ୍ଯାରେ ଦର୍ଶକ ଦେଖୁଛନ୍ତି । କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଲୋକମାନେ ଏହି କଚା ବାଦାମ ଗୀତରେ ରିଲ୍ ବନାଉଛନ୍ତି । ତେବେ ହି ଗୀତ ପଛର କାହାଣୀ ଜାଣିଲେ ଆପଣ ତାଜୁବ ହୋଇଯିବେ ।

କଚା ବାଦାମର ଅର୍ଥ ହେଉଛି କଞ୍ଚା ବାଦାମ । ପଶ୍ଚିମବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକର ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଗାଁ ଗାଁ ବୁଲି କଚା ବାଦାମ ଗୀତ ଗାଇଥାନ୍ତି । ବୀରଭୂମି ଜିଲ୍ଲା ଦୁବରାଜପୁର ଅଞ୍ଚଳର ଭୁବନ ନିଜ ପରିବାରର ସ୍ତ୍ରୀ, ଦୁଇ ପୁଅ ଓ ଜଣେ ଝିଅ ସହ ପୁରାଲ୍ଜୁରୀ ଗାଁରେ ରୁହନ୍ତି । ସକାଳ ହେଲେ ବାଦାମ ବିକିବା ପାଇଁ ସାଇକେଲ ଚଳାଇ ଦୂର ଗାଁକୁ ବିକିବାକୁ ବାହାରି ପଡନ୍ତି ଭୁବନ ।

ଦିନକୁ ତିନିରୁ ଚାରି କୋଳି ବାଦାମ ବିକ୍ରିକରି ସେ ଦୁଇଶହରୁ ଦୁଇଶହ ପଚାଶ ଟଙ୍କା ଆୟ କରନ୍ତି । ଗ୍ରାହକଙ୍କୁ ବାଦାମ ନେବା ପାଇଁ ଆକର୍ଷିତ କରିବା ପାଇଁ ଭୁବନ ଏହି ଗୀତ ନିଜେ ଗାଇଥାନ୍ତି । ହେଲେ ଦିନେ ଭୁବନ ଏହି ଗୀତ ଗାଇ ବାଦାମ ବିକୁଥିବା ସମୟରେ ଜଣେ ଯୁବକ ଆସି ତାଙ୍କର ଏହି ଭିଡିଓ କରିଦେଲେ । ଆଉ ଏହାର କିଛି ଘଣ୍ଟା ପରେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଲା ।

ଆଉ ଏବେ ଏହି ଗୀତଟି ଦେଶ ବିଦେଶରେ ବେଶ ଲୋକପ୍ରିୟ ହୋଇଛି । ଏମିତିକି ଭୁବନଙ୍କ କଚା ବାଦାମ ଗୀତକୁ ନେଇ ରିମିକ୍ସ ମଧ୍ୟ ତିଆରି ହୋଇଛି । ଯେଉଁଥିରେ ଭୁବନଙ୍କୁ ଗାଇବା ସହ ଅଭିନୟ କରିବାର ମଧ୍ୟ ସୁଯୋଗ ମିଳିଛି । ଏହାକୁ ଗୋଧୂଳି ବେଳା ମ୍ୟୁଜିକ ନାମ କେ ୟୁଟ୍ଯୁବ ଚ୍ଯାନେଲରେ ଡିସେମ୍ବର ୨୬ ତାରିଖରେ ଅପଲୋଡ କରାଯାଇଛି । ଯାହାକୁ ଆଜି ପର୍ଯ୍ୟନ୍ତ ଚାରି କୋଟି ତିରିଶ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଏହା ବ୍ଯତୀତ ଭୁବନଙ୍କ ଗୀତର ରିଲ୍ ଗୁଡିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । ସୋସିଆଲ ମିଡିଆରେ କଚା ବାଦାମ ଡାନ୍ସ ଚ୍ୟାଲେଞ୍ଜ ମଧ୍ୟ ଆରମ୍ଭ ହୋଇଯାଇଛି । ଲୋକମାନେ ଏହି ଗୀତରେ ବିଭିନ୍ନ ପ୍ରକାରର ଡାନ୍ସ ଷ୍ଟେପ କରୁଛନ୍ତି । କିଛି ଲୋକ ଭୁବନଙ୍କ ପାଖକୁ ଯାଇ ମଧ୍ୟ ଭିଡିଓ ବନାଉଛନ୍ତି । ଭୁବନଙ୍କ ସ୍ଵର ସାରା ଦୁନିଆରେ ପହଞ୍ଚିଥିଲେ ମଧ୍ୟ ତାଙ୍କ ଆର୍ଥିକସ୍ଥିତି କିଛି ବି ସୁଧୁରି ନାହିଁ ।

ତାଙ୍କ ଗୀତ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ସହ ତାଙ୍କ ପରିବାର ପାଇଁ ସରକାର କିଛି କରନ୍ତୁ ବୋଲି କହିଛନ୍ତି ଭୁବନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।