“ତୁମେ ଆତ୍ମହତ୍ୟା କଲେ ସୋନାଲିକୁ କିଛି ବି ଫରକ ପଡିବନି”- ମୃତ୍ୟୁ ପୂର୍ବରୁ Soumya ଓ Sonali ଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ଶେଷ ଫୋନ୍ କଲ୍, ଶୁଣିଲେ ଆପଣ ବି ତାଜୁବ ହୋଇଯିବେ !

ସୌମ୍ଯ ରଞ୍ଜନ ପାଣିଗ୍ରାହୀ ସୁଇସାଇଡ ମାମଲା ସାମ୍ନାକୁ ଆସିବା ପରେ ଦିନକୁ ଦିନ ଏହି ମାମଲା ବଢିବାରେ ଲାଗିଛି । ପ୍ରେମିକା ସୋନାଲିଙ୍କ ଧୋକା ସହି ନପାରି ସୌମ୍ଯ ଆତ୍ମହତ୍ୟା କରିଥିବା ତାଙ୍କ ସୁଇସାଇଡ ନୋଟରୁ ସ୍ପଷ୍ଟ ଜଣା ପଡିଥିବା ବେଳେ ସୌମ୍ଯ ତାଙ୍କ ଶେଷ ଇଚ୍ଛା ମଧ୍ୟ ଲେଖିଛନ୍ତି । ସେ ଚାହାନ୍ତି କି ସୋନାଲି ନନ୍ଦଙ୍କ ଉପରେ ତଦନ୍ତ ହେଉ ଯାହା ସେ ନିଜ ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଲେଖିଛନ୍ତି ।

ସୌମ୍ଯଙ୍କ ମୃତ୍ୟୁକୁ ଆଠଦିନ ବିତି ସାରିଥିବା ବେଳେ ଏବେ ଯାଏଁ ପୋଲିସ ସୋନାଲିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଯାହାକୁ ନେଇ ସୌମ୍ଯଙ୍କ ପରିବାର ମଧ୍ୟ ଅସନ୍ତୋଷ ପ୍ରକାଶ । ତେବେ ବର୍ତ୍ତମାନ ସୌମ୍ଯ ସୁଇସାଇଡ ପୂର୍ବରୁ ସୋନାଲି ଏବଂ ତାଙ୍କ ମା’ଙ୍କ ସହ କଣ କଥା ହୋଇଥିଲେ ଏହାର ଅଡିଓ ରେକଡିଂ ଭାଇରାଲ ହେବାରେ ଲାଗିଛି ।

ପ୍ରଥମେ ସୌମ୍ଯ ଓ ସୋନାଲିଙ୍କ ଅଡିଓ ରେକଡିଂ ଭାଇରାଲ ହେବା ପରେ ଏବେ ସୌମ୍ଯ ଏବଂ ସୋନାଲିଙ୍କ ମାଆଙ୍କ ମଧ୍ୟରେ ହୋଇଥିବା ଅଧଘଣ୍ଟାର ଏକ ରେକଡିଂ ଭାଇରାଲ ହେଉଛି । ସୋନାଲି ସୌମ୍ଯଙ୍କୁ ମିଛ କହି ଅନ୍ୟ କାହା ସହ ଦେଖା କରିବାକୁ ଯାଇଥିବା ସୌମ୍ଯ ସନ୍ଦେହ କରୁଥିବା ଏହି ରେକଡିଂରୁ ଜଣାପଡୁଛି । ଯାହାଫଳରେ ସେ ପ୍ରଥମେ ସୋନାଲି ଏବଂ ତାଙ୍କ ସରିତାଙ୍କୁ ମଧ୍ୟ ଙ୍କୁ ଫୋନ କରିଛନ୍ତି ।

କିନ୍ତୁ ସେମାନଙ୍କ କଥାରେ ତାଳମେଳ ନଥିବାରୁ ସୋନାଲି ମାର୍କେଟରେ ଅଛନ୍ତି ବୋଲି ମିଛ କହୁଥିବା ସୌମ୍ଯ ଜାଣି ପାରିଥିଲେ । ସୌମ୍ୟଙ୍କ କହିବା ଅନୁଯାୟୀ ସୋନାଲି ଯେତେବେଳେ ଅନ୍ୟ କାହା ସହ ଦେଖା କରିବାକୁ ଯାଆନ୍ତି ସେତେବେଳେ ଏମିତି କରନ୍ତି । ତେଣୁ ସୌମ୍ଯ ତାଙ୍କୁ ଭିଡିଓ କଲ୍ କରିବାକୁ କହିଥିଲେ । କିନ୍ତୁ ସୋନାଲି ତାଙ୍କୁ ଗାଳି ଦେଇ ଫୋନ ସ୍ଵିଚ ଅଫ୍ କରି ଦେଇଥିଲେ । ଯାହାଫଳରେ ସୌମ୍ଯ ତାଙ୍କ ମା’ଙ୍କୁ କଲ୍ କରିଥିଲେ ।

ସୋନାଲିଙ୍କ ମା’ କିନ୍ତୁ ବହୁତ ଚତୁରତାର ସହ ଝିଅକୁ ସମର୍ଥନ କରୁଥିବାର ଭିଡିଓରୁ ଜଣାପଡୁଛି । କଥା ହେବ ବେଳେ ସୌମ୍ଯ କହିଥିଲେ କି ପୁଅ ଜୀବନ ଖେଳଘର ନୁହେଁ, ମୁଁ ସୁଇସାଇଡ କରିବି ମା । କିନ୍ତୁ ସୋନାଲିଙ୍କ ମାଆ କହିଥିଲେ କି ତୁମେ ଯାହା ବି କଲେ ସୋନାଲିକୁ କିଛି ଫରକ ପଡିବନି । ସେ ଯାହା କରୁଛି କରୁ ଯେତେବେଳେ ଚେତିବ ଜାଣିବ ବୋଲି ସୋନାଲିଙ୍କ ମାଆ କହିଥିଲେ ।

ସୌମ୍ଯ ସୋନାଲିଙ୍କ ବିଷୟରେ ସବୁକିଛି ତାଙ୍କ ମା’ଙ୍କୁ ଅବଗତ କରାଇଥିଲେ । ତେବେ ସୋନାଲିଙ୍କ ମାଆ ସୌମ୍ଯଙ୍କୁ ମଧ୍ୟ ସୋନାଲିଙ୍କୁ ଛାଡି ଦେବା ପାଇଁ ବୁଝାଇଥିଲେ । କିନ୍ତୁ ସୋନାଲିଙ୍କୁ ଏତେ ଭଲପାଇ ଯାଇଥିବା ସୌମ୍ଯଙ୍କ ମନ ବୁଝି ନଥିଲା । ସେ କଥା ହେବା ବେଳେ କାନ୍ଦି ପକାଉ ଥିବାର ମଧ୍ୟ ସ୍ପଷ୍ଟ ଜଣାପଡୁଛି । ନିଜ ମନର କଷ୍ଟ ସହି ନପାରି ଶେଷରେ ଏହିଭଳି ଏକ ଚରମ ପଦକ୍ଷେପ ନେଇଥିଲେ ସୌମ୍ଯ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।