Bollywood ସିଙ୍ଗର Bappi Lahiri ମୃତ୍ୟୁ ପରେ ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ !

ପ୍ରସିଦ୍ଧ ସଂଗୀତକାର ଓ ଗାୟକ ବପ୍ପି ଲାହିରି ଜଣେ ଜଣା ଶୁଣା ଷ୍ଟାର ଅଟନ୍ତି । ବପ୍ପି ଲାହିରି କେବଳ ନିଜର ଗୀତ ପାଇଁ ନୁହନ୍ତି ନିଜର ଷ୍ଟାଇଲ ପାଇଁ ଜଣା ଯାଉ ଥିଲେ । ବପ୍ପି ଲାହିରି ବଲୀଉଡରେ ଡିସ୍କୋ ଓ ପପ ମ୍ୟୁଜିକର ଆରମ୍ଭ କରିଥିଲେ । କିନ୍ତୁ ଆଜି ସେ ଆମ ଗହଣରେ ନାହାନ୍ତି । କହିବାକୁ ଗଲେ ବପ୍ପି ଲାହିରିଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସମସ୍ତ ଆଚମ୍ବିତ ହୋଇ ଯାଇଛନ୍ତି ।

କହିଦେଉଛୁ କି ବପ୍ପି ଲାହିରି ୨୭ ନଭେମ୍ବର ୧୯୫୨ରେ ପଶ୍ଚିମବଙ୍ଗର ଜଳପାଇଗୁଡ଼ିରେ ଜନ୍ମ ଗ୍ରହଣ କରିଥିଲେ । ଜୀବନର ଶେଷ ସମୟରେ ସେ ନିଜର ପରିବାର ସହ ରହୁଥିଲେ । ବପ୍ପି ଲାହିରି କେବଳ ନିଜର ଡିସ୍କୋ ମ୍ୟୁଜିକ ପାଇଁ ନୁହନ୍ତି ଏହା ଛଡା ଅଧିକ ସୁନା ପିନ୍ଧିଥିବା କାରଣରୁ ଓ ଚଷମା ପିନ୍ଧିଥିବା କାରଣରୁ ବି ଜଣା ଯାଆନ୍ତି ।

ବପ୍ପି ଲାହିରିଙ୍କ ପୁରା ପରିବାର ସଙ୍ଗୀତ ସହ ଯୋଡି ଥିଲେ ସେଥିପାଇଁ ସେ ମାତ୍ର ୩ ବର୍ଷ ବୟସରୁ ତାବଲା ବଜାଇବା ଆରମ୍ଭ କରି ଦେଇଥିଲେ । ଆଜି ଆମେ ଆପଣଙ୍କୁ ତାଙ୍କର ସମ୍ପତ୍ତି ବିଷୟରେ କହିବୁ । ବପ୍ପି ଲାହିରି ଏହି ଦୁନିଆରେ ନାହାନ୍ତି ତଥାପି ସେ ନିଜର ପିଲାମାନଙ୍କ ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ଛାଡି ଦେଇ ଯାଇଛନ୍ତି । ବପ୍ପି ଲାହିରିଙ୍କ ରିୟଲ ନାଁ ଆଲୋକେଶ ଲାହିରି ଅଟେ ।

ବପ୍ପି ଲାହିରି ୨୦୧୪ରେ ବିଜେପି ତରଫରୁ ପଶ୍ଚିମବଙ୍ଗାଲର ଶିରମପୁରରୁ ଲୋକସଭା ସିଟ ପାଇଁ ଛିଡା ହୋଇଥିଲେ । ତେବେ ସେହି ସମୟରେ ସେ ନିଜର ସମ୍ପତ୍ତି ବିଷୟରେ କହିଥିଲେ । ସେହି ସମୟରେ ବପ୍ପି ଲାହିରିଙ୍କ ପାଖରେ ୭୫୪ ଗ୍ରାମର ସୁନା ଥିଲା, ଯାହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ପାଖାପାଖି ଥିଲା । ତାଙ୍କ ପାଖରେ ୫ ଟି ଲଗଜରି କାର ବି ଅଛି । ଯେଉଁଥିରେ BMW, ଅଡୀ, ଟେକ୍ସଲା କାର ସାମିଲ ଅଛି ।

ତାଙ୍କ ପାଖରେ ୪.୬୨  କିଲୋ ଚାନ୍ଦି ବି ଅଛି । ବପ୍ପି ଲାହିରି ପାଖରେ ମୋଟ ୧୨ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି । ଏତିକି ନୁହେଁ ବପ୍ପି ଲାହିରି ନିଜ ଘରେ ହିଟ ଗୀତ ଗୁଡିକୁ ମନେ ରଖିବା ପାଇଁ ଗୋଲ୍ଡ ପ୍ଲେଟେଡ ଡିସ୍କ ଲଗାଇଛନ୍ତି । ବପ୍ପି ଲାହିରି ମାତ୍ର ୧୯ ବର୍ଷ ବୟସରୁ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ୮୦ ଓ ୯୦ ଦଶକରେ ସେ ବହୁତ ଗୀତରେ ଜବରଦସ୍ତ ସଙ୍ଗୀତ ଦେଇ ଥିଲେ ।