ବିଜେଡ଼ିର ଚଉଦ ପୁରୁଷ ଉଗାଳି ଦେଲେ ଏହି ବୃଦ୍ଧ ମହିଳା ! ଆଉ ଯାହା ସବୁ କହିଲେ ନା….ଦେଖନ୍ତୁ ଏହି Video

ଆଜି ଓଡିଶାର କେତେକ ପଞ୍ଚାୟତରେ ଭୋଟ ଚାଲିଛି । ଏମିତିରେ ଲକ୍ଷ ଲକ୍ଷ ଲୋକମାନେ ଆଜି ଭୋଟ ଦେଇ ନିଜର ପ୍ରାର୍ଥୀକୁ ଜୟକୁକ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଓଡିଶାର ଏମିତି ଏକ ଗାଁ ଅଛି ଯାହାର ବାସିନ୍ଦାମାନେ ଭୋଟ ବହିସ୍କାର କରିବା ପାଇଁ ଧମକ ଦେଉଛନ୍ତି । କହିବାକୁ ଗଲେ ବୌଦ୍ଧ ଗ୍ରାମର ଜଣେ ବୁଦ୍ଧ ମହିଳା ଗଣମାଧ୍ୟମକୁ କହିଲେ କି ଭୋଟ ଦିଅ, ଆମେ ତମକୁ ଘର ଦବୁ, ଚାଷ କାର୍ଯ୍ୟରେ ସାହାର୍ଯ୍ୟ କରିବୁ ବୋଲି କହୁଛନ୍ତି, କିନ୍ତୁ କିଛି କରୁ ନାହାନ୍ତି ।

ଆମର ଘର ନାହିଁ କି ଦ୍ଵାର ନାହିଁ । ବୁଢୀ ହେଲୁଣୀ ଓ କେବଳ ଚାଉଲ ୫ କିଲୋ ପାଉଛୁ । ଯାହାକି ଆଖିକୁ ବି ଦେଖା ଯାଉ ନାହିଁ । ଏହା ସହିତ ମାତ୍ର ୫୦୦ ଟଙ୍କା ପାଉଛୁ । ମୋର ଗୋଡ ହାତ ବିନ୍ଧା ହେଉଛି ସେହି ବିଷୟରେ ବି କେହି ଶୁଣୁ ନାହାନ୍ତି ।

ଚାଉଳ ୫ କିଲୋ ଗୋଟିଏ ମାସ ବି ଯାଉ ନାହିଁ । ଏମିତିରେ ମାଗିଯାଚି ଦିନ କାଟୁଛୁ । ଭଲ ଘର ନ ଥିବାରୁ ମେଘ ଦେଖିଲେ ମାତ୍ରେ ଆମେ ସ୍କୁଲକୁ ଦୌଡୁଛୁ । ଯାହାର ଟିକେ ଭଲ ଘର ଅଛି ସେହି ଘରେ ଯାଇ ରହୁଛୁ । ପ୍ରଥମେ ମୋତେ ଭଲ ଘର ଦିଅ ତେବେ ଯାଇ ଆମେ ସମସ୍ତେ ତମକୁ ଭୋଟ ଦବୁ ।

ବୁଦ୍ଧ ମହିଳା ଜଣକ ଆଗକୁ କହିଲେ କି ଆମେ ପକ୍କା ଘର ଦେଖି ନାହୁଁ । ଲୋକମାନେ ଘର ଉପରେ ଘର ପାଉଛନ୍ତି । କିନ୍ତୁ ଆମେ ବହୁତ କଷ୍ଟରେ ଦିନ କାଟୁଛୁ । ଯଦି ସେମାନେ ଆମର କଷ୍ଟ ବୁଝିବେ ତେବେ ଆମେ ଭୋଟ ଦବୁ । ୮ ନମ୍ବର ୱାର୍ଡର କିଏ ବି ଭୋଟ ଦେଉ ନାହାନ୍ତି ।

ଯେଉଁ ସମୟ ପର୍ଯ୍ୟନ୍ତ ଆମର ଆପତ୍ତି ଶୁଣିବେ ନାହିଁ ସେହି ସମୟ ପର୍ଯ୍ୟନ୍ତ ଆମେ ଭୋଟ ଦେବୁ ନାହିଁ । ଆମର ଦୁଖ କଷ୍ଟ ବୁଝିଲେ ଆମେ ଭୋଟ ଦବୁ । ଆମର ଗୁହାରି ଶୁଣନ୍ତୁ । ଆମେ ବହୁତ କଷ୍ଟରେ ରହୁଛୁ । ଆମର ଘର ଫାଟି ଯାଇଛି । ଚାଉଳ ୫ କିଲୋ ଓ ଟଙ୍କା ୫୦୦ରେ ଆମର ଦିନ କଟୁଛି । ଦୟାକରି ଆମର ଦୁଃଖ ଶୁଣନ୍ତୁ ।