Bollywood ରେ ଶୋକର ଛାୟା ! Lata Mangeshkar ଙ୍କ ପରେ ଆରପାରିକୁ ଚାଲିଗଲେ Bollywood ର ବେତାଜ ବାଦଶାହ !

ସଙ୍ଗୀତ ଜଗତର ଜଣେ ମହାନ ଗାୟକ ବପ୍ପି ଲାହିରି ଏହି ଦୁନିଆରେ ଆଉ ନାହାନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଏକ ବଡ ଝଟକା ଲାଗିଛି । କହିବାକୁ ଗଲେ କିଛି ଦିନ ତଳେ ଭାରତ ରତ୍ନ ଓ ଭାରତର ସ୍ଵର ଲତା ମଙ୍ଗେସକରଙ୍କ ଦେହାନ୍ତ ସମସ୍ତଙ୍କୁ ବହୁତ କଷ୍ଟ ଓ ଦୁଃଖ ଦେଇଥିଲା । ଆଜି ପୁଣି ଥରେ ବପ୍ପି ଲାହିରିଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

କହିବାକୁ ଗଲେ ବପ୍ପି ଲାହିରି ବଲୀଉଡର ବେତତାଜ ବାଦଶାହା ଥିଲେ । କିନ୍ତୁ ଆଜି ସେ ଆଖି ବୁଜି ଦେଇଛନ୍ତି । ସୂଚନା ଅନୁସାରେ ମୁମ୍ବାଇର ଏକ ପ୍ରାଇବେଟ ହସ୍ପିଟାଲରେ ବପ୍ପି ଲାହିରିଙ୍କ ପରଲୋକ ହୋଇଛି । ବପ୍ପି ଲାହିରି ବିଭିନ୍ନ ପ୍ରକାରର ରୋଗରେ ପୀଡିତ ଥିଲେ ଯେଉଁ କାରଣରୁ ସେ ବହୁତ ଦିନ ହେବ ଚିକିତ୍ସିତ ମଧ୍ୟ ହେଉଥିଲେ । ଶେଷରେ ୬୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ବପ୍ପି ଲାହିରି ଡିସ୍କୋ ମ୍ୟୁଜିକର ଜନ୍ମଦାତା ଥିଲା । କେବଳ ଭାରତରେ ନୁହେଁ ପୁରା ବିଶ୍ଵରେ ତାଙ୍କର ପ୍ରଶଂସକ ଅଛନ୍ତି । କହିବାକୁ ଗଲେ ବଲୀଉଡରେ ଆଜି ଏକ ଯୁଗର ଅବସାନ ହୋଇଛି । ସୂଚନା ଅନୁସାରେ ୮୦ ଓ ୯୦ ଦଶକରେ ଭାରତର ଡିସ୍କୋ ସଙ୍ଗୀତକୁ ଲୋକପ୍ରିୟ କରିଥିବା ସଂଗୀତକାର ଓ ଗାୟକ ବପ୍ପି ଲାହିରି ମଙ୍ଗଳବାର ଦିନ ମୁମ୍ବାଇର କ୍ରିଟିକେୟର ହସ୍ପିଟାଲରେ ନିଧନ ହୋଇଛି ।

ହସ୍ପିଟାଲ ନିର୍ଦ୍ଦେଶକ ଦୀପକ ନାମଜୋଶୀ କହିଲେ କି ଏକ ମାସ ପୂର୍ବେ ବପ୍ପି ଲାହିରିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ଓ ସୋମବାର ଦିନ ତାଙ୍କୁ ଛୁଟି ଦିଆଯାଇ ଥିଲା । କିନ୍ତୁ ମଙ୍ଗଳବାର ଦିନ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ପରିବାର ଲୋକମାନେ ତାଙ୍କୁ ତାଙ୍କ ଘରକୁ ଡାକିଲେ ଓ ପୁଣି ତାଙ୍କୁ ହସ୍ପିଟାଲ ନେଇ ଗଲେ । ତାଙ୍କୁ ବହୁତ ସ୍ୱାସ୍ଥ୍ୟ ସମସ୍ଯା ଥିଲେ, ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଛି ।

କହିଦେଉଛୁ କି ବପ୍ପି ଲାହିରିଙ୍କୁ ଡିସ୍କୋ କିଙ୍ଗ ବି କୁହାଯାଏ । ୧୯୫୨ର ପଶ୍ଚିମ ବଙ୍ଗାଲର କଲିକତାର ଶାସ୍ତ୍ରୀୟ ସଙ୍ଗୀତର ଏକ ସମୃଦ୍ଧ ପରମ୍ପରା ବାଲା ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ସେ ୧୯ ବର୍ଷ ବୟସରେ ଏକ ସଙ୍ଗୀତ ନିର୍ଦେଶକ ରୂପରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ତାଙ୍କର ପିତା ଅପରେଶ ଲାହିରି ଏକ ପ୍ରସିଦ୍ଧ ବଙ୍ଗାଳୀ ଗାୟକ ଥିଲେ ଓ ତାଙ୍କର ମା ବଂସାରୀ ଲାହିରି ବି ଜଣେ ସଙ୍ଗୀତକାର ଓ ଗାୟିକା ଥିଲେ ।