ସଲମାନ ଖାନ ୟୁଲିୟା ବନ୍ତୁରଙ୍କ ସହିତ ନିଜର ନିର୍ବନ୍ଧ ଓ ବିବାହକୁ ନେଇ କହିଲେ ଏହି କଥା, କହିଲେ କି ମୁଁ ନିଜେ ଏହି ଖୁସି ଖବର

ବଲିଉଡ ଜଗତରେ ସଲମାନ ଖାନ ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି । ଲୋକମାନେ ତାଙ୍କ ବହୁତ ଭଲ ପାଇଥାନ୍ତି । ସଲମାନ ଖାନଙ୍କ ବିବାହ ବିଷୟରେ ଜାଣିବା ପାଇଁ ତାଙ୍କ ପ୍ରଶଂସକମାନେ ବହୁତ ଇଛୁକ ଅଛନ୍ତି । କିନ୍ତୁ ସଲମାନ ଖାନ ଏହି କଥାକୁ ସବୁବେଳେ ଆଡେଇ ଦେଇଥାନ୍ତି । ଜାଣିବାକୁ ମିଳିଛି କି ସଲମାନ ଖାନ ରୋମାନିୟମ ବିୟୁଟି ୟୁଲିୟା ବନ୍ତୁରଙ୍କୁ ଡେଟ କରୁଛନ୍ତି । ପ୍ରଶଂସକମାନଙ୍କୁ ଲାଗିଥିଲା କି ଉଭୟ ଶୀଘ୍ର ବିବାହ କରିବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମିତି ହୋଇ ନାହିଁ ।

ସଲମାନ ଖାନ ମୁମ୍ବାଇ ମିରର ସହିତ କଥା ହେବା ସମୟରେ କହିଛନ୍ତି କି ସେ ୟୁଲିୟାଙ୍କ ସହିତ ବର୍ତମାନ ନିର୍ବନ୍ଧ କରି ନାହିଁ ଏହା ମିଛକଥା । ଯଦି ମୁଁ ନିର୍ବନ୍ଧ କରିଥାନ୍ତି କି ବିବାହ ମଧ୍ୟ କରିଥାନ୍ତି ତାହେଲେ ମୁଁ ନିଜେ ଏହି ଖବର ଦେଇଥାନ୍ତି । ମୁଁ ଚୁପ ରହିବାଟା ହିଁ ମୋ ପାଇଁ ଗର୍ବର ବିଷୟ ହେବ । ମୁଁ ସେହି ତାରକା ମାନଙ୍କ ଭଳି ନୁହେଁ ଯେଉଁମାନେ ଏହା ଭାବି ଏହି କଥାକୁ ଲୁଚେଇ ରଖିଥାନ୍ତି କି ମୋର ପ୍ରଶଂସକ କମ ହୋଇଯିବେ । ମୁଁ ଭଲ ଭାବରେ ଜାଣିଛି କି ସାରା ଦୁନିଆ ମୋ ପାଇଁ ଖୁସି ହେବ ।

ସଲମାନ ଖାନ ବିବାହ ବିଷୟରେ କଥା ହେବା ସମୟରେ କହିଛନ୍ତି କି ଯଦି ମତେ ବିବାହ କରିବାକୁ ପଡିବ ତାହେଲେ ମୁଁ ବିବାହ କରିବି । ୟୁଲିୟା ବନ୍ତୁର ସଲମାନ ଖାନଙ୍କ ସୁଖ ଦୁଖଃରେ ସବୁ ସମୟରେ ତାଙ୍କ ସହିତ ଠିଆ ହୋଇଛନ୍ତି । ୟୁଲିୟା ବନ୍ତୁର ବର୍ତ୍ତମାନ ସମୟରେ ସଲମାନ ଖାନଙ୍କ ସହିତ ତାଙ୍କ ଫାର୍ମହାଉସରେ ସମୟ ବିତାଉଛନ୍ତି । ଜ୍ୟାକଲିନ ଫର୍ନାଡିସ, ନିକେତନଙ୍କ ସହିତ କିଛି ଲୋକ ତାଙ୍କ ସହିତ ଅଛନ୍ତି । ସମସ୍ତେ ଲକଡାଉନ ପାଳନ କରୁଛନ୍ତି ।

କିଛିଦିନ ପୂର୍ବରୁ ବଲିଉଡ ହଙ୍ଗାମାରେ କଥା ହେବା ସମୟରେ ୟୁଲିୟାଙ୍କୁ ପଚରାଗଲା କି ସେ ସଲମାନ ଖାନଙ୍କୁ କେବେ ବିବାହ କରିବେ । ଏହା ଶୁଣିବା ପରେ ୟୁଲିୟା କହିଲେ କି ମୁଁ ଜାଣିପାରୁ ନାହିଁ ସମସ୍ତେ ମତେ ଏହି ପ୍ରଶ୍ନ କଣ ପାଇଁ ପଚାରୁଛନ୍ତି । ମତେ ଲାଗୁଛି ଏହି ପ୍ରଶ୍ନ ମତେ ବେକାରରେ ପଚରାଯାଉଛି ।

ସେ କହିଛନ୍ତି ପରସ୍ପର ନିଜ ବିଷୟରେ କଣ ଭାବୁଛନ୍ତି ତାହା ଅଧିକ ମହତ୍ଵ ରଖିଥାଏ । ଥରେ ମୋ ବାପା ମାଆ ମଧ୍ୟ ଏହି ପ୍ରଶ୍ନ ପଚାରିଥିଲେ । ମୁଁ ମାଆଙ୍କୁ କହିଥିଲି କି ତୁମେ ମୋତେ ଖୁସି ଦେଖିବାକୁ ଚାହୁଁଚ ନା ବିବାହ କରିବା । ସେ କହିଥିଲେ କି ମଣିଷ ସହିତ ସମୟ କାଟିବା ସବୁଠାରୁ ମହତ୍ଵପୂର୍ଣ ହୋଇଥାଏ ବିବାହ କରିବା ନୁହେଁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।