୧୫ ବର୍ଷର ଏହି ବାଳକର ଫ୍ୟାନ ଅଟନ୍ତି ସଲମାନ, ଶାହରୁଖ, ରୋନାଲଡୋ, ମେସୀ ଭଳି ଷ୍ଟାରମାନେ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ ୧୫ ବର୍ଷର ଏକ ବାଳକ ବିଷୟରେ କହିବାକୁ ଯାଉଛୁ । ଯାହାର ଲାଇଫ ଷ୍ଟାଇଲ କୌଣସି ଷ୍ଟାର ଠାରୁ କମ ନୁହେଁ । ୧୫ ବର୍ଷର ଏହି ବାଳକ ପାଖରେ ନିଜର ଫରାରି କାର ଏବଂ କୋଟି କୋଟି ଟଙ୍କାର ସମ୍ପତି ଅଛି । ଏହି ବାଳକର ଫରାରି କାର ଦେଖି ନିଜେ ସଲମାନ ଖାନ ବି ଆଶ୍ଚର୍ଯ୍ୟ ହୋଇଗଲେ ।

ଆମେ ଯାହା ବିଷୟରେ କଥାବାର୍ତ୍ତା କରୁଛୁ ତାହାର ନାମ ଅଟେ ରାଶିଦ ବେଲ୍ହାସା । ବର୍ତ୍ତମାନ ରାଶିଦ ସୋସିୟାଲ ମିଡିୟାରେ ସବୁଆଡେ ଚର୍ଚ୍ଚାର ବିଷୟ । ରାଶିଦ ଦୁବଇର ପ୍ରସିଦ୍ଧ କଣ୍ଟ୍ରାକ୍ଟର ସୈଫ ଅହମଦ ବେଲ୍ହାସାଙ୍କର ପୁଅ ଅଟନ୍ତି ।

ବର୍ତ୍ତମାନ ହିଁ ସଲମାନ ଖାନ ଦୁବଇରେ ନିଜର ଫିଲ୍ମର ଶୁଟିଙ୍ଗ କରୁଥିଲେ । ସେହି ସମୟରେ ସେ ରାଶିଦଙ୍କ ସହିତ ଦେଖା କରିଥିଲେ । ସଲମାନ ଖାନ ଏବଂ ରାଶିଦଙ୍କର ଫଟୋ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ରିପୋର୍ଟ ଅନୁସାରେ ୧୫ ବର୍ଷର ରାଶିଦଙ୍କ ପାଖରେ ଏକ ମିନି ଜୁ ବି ଅଛି, ଯେଉଁଥିରେ ୫୦ ରୁ ଅଧିକ ସିଂହ ଅଛନ୍ତି ।

ସୋସିୟାଲ ମିଡିୟାରେ ଏମିତି ବହୁତ ଫଟୋ ଅଛି ଯେଉଁଥିରେ ଆପଣ ଏକ ରାଜାର ଲାଇଫ ଷ୍ଟାଇଲ ବିଷୟରେ ଜାଣି ପାରିବେ ।

ରାଶିଦଙ୍କ ସହ ଦେଖା କରିବା ପାଇଁ ହଲିଉଡ, ବଲୀଉଡ ଏବଂ ଖେଳ ଦୁନିଆର ବଡ ବଡ ଷ୍ଟାରମାନେ ତାଙ୍କ ସହ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥାନ୍ତି । ବଲୀଉଡର ଅଭିନେତ୍ରୀ ଶିଲ୍ପା ସେଟ୍ଟୀ ବର୍ତ୍ତମାନ ହିଁ ଦୁବଇ ଯାଇଥିଲେ ତେବେ ସେ ରାଶିଦଙ୍କ ସହ ଦେଖା କରିଥିଲେ । ଶିଲ୍ପା ରାଶିଦଙ୍କ ସହ ନିଜର କିଛି ଫଟୋ ମଧ୍ୟ ସୋସିୟାଲ ମିଡିୟାରେ ଶେୟାର କରିଛନ୍ତି ।

ଦୁବଇରେ ରହୁଥିବା ରାଶିଦ ସୈଫ ବେଲ୍ହାସାଙ୍କର ବୟସ ମାତ୍ର ୧୫ ବର୍ଷ ଅଟେ । କିନ୍ତୁ ତାଙ୍କର ପପୁଲରିଟୀ କୌଣସି ଷ୍ଟାର ଠାରୁ କମ ନୁହେଁ । ତାଙ୍କର ପପୁଲରିଟୀ ଏହି କଥାରୁ ଅନ୍ଦାଜ ଲଗାଇ ପାରିବେ କି ରାଶିଦଙ୍କ ସହ ଦେଖା କରିବା ପାଇଁ ଶାହରୁଖ ଖାନ, ସଲମାନ ଖାନ ଭଳି ଷ୍ଟାରମାନଙ୍କୁ ମଧ୍ୟ ତାଙ୍କ ସେକ୍ରେଟେରୀଙ୍କ ଠାରୁ ପରମିଶନ ନେବାକୁ ପଡିଥାଏ ।

ରାଶିଦ ଏତେ ଲଗଜରିୟସ ଲାଇଫ ଜୀବନ ବିତାଇ ଥାନ୍ତି କି ସୋସିୟାଲ ମିଡିୟାରେ ସବୁବେଳେ ତାଙ୍କର ଚର୍ଚା ହୋଇଥାଏ । ଦୁବଇରେ ରହୁଥିବା ଫ୍ୟାସନ ବ୍ରାଣ୍ଡର ସେ କୋ – ଓନର ବି ଅଟନ୍ତି । ରାଶିଦଙ୍କର ନିଜର ଏକ ୟୂଟ୍ଯୂବ ଚ୍ୟାନେଲ ବି ଚାଲିଛି । ଆପଣ ବି ତାଙ୍କର ଲଗଜରିୟସ ଲାଇଫକୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ପୋଷ୍ଟଟି ଭଲ ଲାଗିଲେ ଲାଇକ ଓ ଶେୟାର କରିବେ, ଧନ୍ୟବାଦ ।