PM Modi ଓ Indira Gandhi ଙ୍କ ମଧ୍ୟରେ ସବୁଠୁ ଅଧିକ ସଶକ୍ତ କିଏ ? ଏହି ପ୍ରଶ୍ନରେ Ajay Devgan ଙ୍କୁ ମିଳିଲା ଏମିତି ମଜାଦାର ଜବାବ

ନିକଟରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ରିଲିଜ ହୋଇଛି ଓ ଫିଲ୍ମଟି ଦର୍ଶକଙ୍କ ହୃଦୟ ଜିତିବାରେ ମଧ୍ୟ ସଫଳ ହୋଇ ପାରିଛି । ଏହି ଫିଲ୍ମ ରିଲିଜ ବେଳେ ଅଜୟ ଦେବଗନଙ୍କ ଏକ ଇଣ୍ଟରଭ୍ୟୁ ହୋଇଥିଲା, ଯେଉଁଥିରେ ସେ ଦେଶ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହା ମଧ୍ୟରେ ତାଙ୍କୁ ପଚରା ଯାଇଥିଲା କି, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅଧିକ ସଶକ୍ତ ପ୍ରଧାନମନ୍ତ୍ରୀ କିଏ ?

ଅଜୟ ଦେବଗନ ଖୁବ ଜବରଦସ୍ତ ଅନ୍ଦାଜରେ ଏହାର ଉତ୍ତର ଦେଇଥିଲେ ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି । ଅଜୟଙ୍କୁ ଆଙ୍କର ପଚାରିଥିଲେ, “୧୯୭୧ରେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ନେତୃତ୍ବରେ ଭାରତ ଯେଉଁ ସଫଳତା ପାଇଥିଲା ତାହାର ଉତ୍ସବ ହିନ୍ଦୁସ୍ତାନ ଆଜି ଯାଏ ମନାଉଛି । ପୁଣି ଆମେ ଦେଖିଲେ କି ପାକିସ୍ତାନକୁ ଉଚିତ ଶିକ୍ଷା ଦେବା ପାଇଁ ଉରିରେ ଯେଉଁ ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା ସେଥିରେ ପିଏମ ମୋଦିଙ୍କ ନେତୃତ୍ଵ ଥିଲା ।

ଆପଣଙ୍କ ମତରେ ଦୁଇଜଣଙ୍କ ମହଦ୍ଯରେ କିଏ ଅଧିକ ସଶକ୍ତ ଅଟେ ?” ଏହାର ଉତ୍ତରରେ ଅଜୟ ଦେବଗନ କହିଥିଲେ, “ଆପଣ ଏହି ଦୁହିଁଙ୍କ ତୁଳନା କରିପାରିବେ ନାହିଁ । ସେ ସମୟରେ ଯାହା ଉଚିତ ଥିଲା ସେ କରିଥିଲେ ଓ ଆଜି ଯାହା କରିବା ଉଚିତ ତାହା ମୋଦିଜି କରୁଛନ୍ତି । ଦୁଇ ବ୍ୟକ୍ତି ଓ ଦୁଇ ଅଲଗା ପରିସ୍ଥିତି ପରସ୍ପର ସହ ତୁଳନା କରାଯାଇ ପାରିବ ନାହିଁ ।” ଅଭିନେତାଙ୍କ ଜବାବ ଶୁଣି ନ୍ଯୁଜ ଆଙ୍କର କହିଥିଲେ, ଆପଣ ଏହି ପ୍ରକାର ଜବାବ ଦେବେ ବୋଲି ଆମେ ଆଶା କରିଥିଲୁ । ଆପଣ ମଝି ରାସ୍ତା ବାଛିନେଲେ ।

ତାଙ୍କ କଥାର ଜବାବରେ ଅଜୟ ପୁଣି କହିଲେ, ‘ତା’ହେଲେ ତ ଆପଣ ଏପରି ପ୍ରଶ୍ନ ହିଁ ପଚାରିବାର ନ ଥିଲା । ମୁଁ ତ କିଛି ଭୁଲ କଥା କହିନାହିଁ ।’ ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଜୟଙ୍କ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ଏକ ପିରିୟଡିକ ୱା-ର ଡ୍ରାମା ଫିଲ୍ମ ଅଟେ । ଫିଲମରେ ଅଜୟ ଦେବଗନଙ୍କ ସହ ସଞ୍ଜୟ ଦତ୍ତ, ସୋନାକ୍ଷୀ ସିହ୍ନା, ନୁରା ଫତେହୀ ମଧ୍ୟ ମୁଖ୍ୟ ଚରିତ୍ରରେ ଅଛନ୍ତି । ଅଭିଷେକ ଦୁଧିଆ ଫିଲ୍ମର ନିର୍ଦ୍ଦେଶନା କରିଛନ୍ତି ।

କରୋନା ମହାମାରୀ ହେତୁ ଫିଲ୍ମ ମେକର ଫିଲ୍ମଟିକୁ ଅନଲାଇନ ରିଲିଜ କରିଛନ୍ତି । ଡିଜନି ହଟଷ୍ଟାରରେ ଏହାକୁ ରିଲିଜ କରାଯାଇଛି । ଏହା ବ୍ଯତୀତ ଅଜୟ ଦେବଗନ ଖୁବ ଶୀଘ୍ର ‘ମଇଦାନ’, ରୋହିତ ସେଟ୍ଟୀଙ୍କ ‘ସୂର୍ଯ୍ୟବଂଶୀ’, ସଞ୍ଜୟ ଲୀଲା ବଂଶାଳୀଙ୍କ ‘ଗଙ୍ଗୁବାଇ କାଠିୟାୱାଡି’ ରେ ମଧ୍ୟ ନଜର ଆସିବେ । ଏହା ସହ ତାଙ୍କ ହାତରେ ଏସଏସ ରାଜାମୌଲିଙ୍କ ‘ଆରଆରଆର’, ‘ଥ୍ଯାଙ୍କ ଗଡ’ ଓ ‘ମେ ଡେ’ ପରି ଫିଲ୍ମ ମଧ୍ୟ ରହିଛି ।

ଏହାସହ ଅଜୟ ଦେବଗନ ଖୁବ ଶୀଘ୍ର ‘ରୁଦ୍ର- ଦି ଏଜ ଅଫ ଡାର୍କନେସ’ ଜରିଆରେ ୱେବସିରିଜ ଦୁନିଆରେ ମଧ୍ୟ ପାଦ ରଖିବାକୁ ଯାଉଛନ୍ତି । ଅଜୟ ଦେବଗନ ୧୯୯୧ରେ ଫିଲ୍ମ ‘ଫୁଲ ଔର କାଣ୍ଟେ’ ମାଧ୍ୟମରେ ଅଭିନୟ କ୍ଯାରିଅର ଆରମ୍ଭ କରିଥିଲେ ଓ ଆଜି ସେ ଭାରତର ସର୍ବ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ଜଣେ । ୨୦୧୬ରେ ଅଜୟଙ୍କୁ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ଆୱାର୍ଡ ମଧ୍ୟ ମିଳିସାରିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।