TV ଦୁନିଆରୁ ଆସିଲା ଏକ ବଡ ଦୁଃଖ ଖବର, ମାତ୍ର 29 ବର୍ଷ ବୟସରେ ଆଖି ବୁଜିଦେଲେ ସିରିଏଲ ‘Jodha Akbar’ ର ଏହି Actress

ପପୁଲାର ଟିଭି ଶୋ ‘ଜୋଧା ଅକବର’ର ଅଭିନେତ୍ରୀ ମନୀଷା ୟାଦବ ୧ ଅକ୍ଟୋବର ଶୁକ୍ରବାର ଦିନ ମୃତ୍ୟୁ ବରଣ କରିଛନ୍ତି । ସେ ଏହି ଶୋରେ ସଲିମା ବେଗମର ଅଭିନୟ କରିଥିଲେ । ମନୀଷା ୟାଦବଙ୍କ ମୃତ୍ୟୁ କେମିତି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହାର କାରଣ ଜଣା ପଡି ନାହିଁ । କିନ୍ତୁ କୁହାଯାଉଛି କି ମନୀଷା ୟାଦବଙ୍କ ନି-ଧ-ନ ବ୍ରେନ ହେମରେଜ କାରଣରୁ ହୋଇଛି । ଶୋରେ ତାଙ୍କ ସହିତ କାମ କରିସାରିଥିବା ପରିଧି ଶର୍ମା ଇଂଷ୍ଟାଗ୍ରାମରେ ଷ୍ଟୋରି ଶେୟାର କରି ଏହି ଖବର ବିଷୟରେ ସମସ୍ତଙ୍କୁ କହିଥିଲେ ।

ପରିଧି ଶର୍ମା ନିଜର ଇଂଷ୍ଟାଗ୍ରାମର ଷ୍ଟୋରି ଉପରେ ମନୀଷା ୟାଦବଙ୍କ ଫଟୋ ଶେୟାର କରି ଲେଖିଲେ କି, ଏହି ଖବର ମୋର ହୃଦୟ ଭା-ଙ୍ଗି ଦେଲା । RIP ମନୀଷା ୟାଦବ ।‘ ପରିଧି ଶର୍ମା କହିଲେ କି, ଶୋ ଜୋଧା ଅକବରର ପ୍ରସାରଣ ବନ୍ଦ ହେବା ପରେ ବି ମୁଁ ସବୁଦିନ ତାଙ୍କ ସହ କଥା ହେଉଥିଲି ।

ଶୋରେ ବେଗମର ରୋଲ କରିଥିବା ସବୁ ଅଭିନେତ୍ରୀମାନଙ୍କର ଗୋଟିଏ ୱ୍ହାଟ୍ସଐପ ଗ୍ରୁପ ଅଛି । ଯାହାର ନାମ ମୁଗଲ ଅଟେ । ଆମେ ସମସ୍ତେ ଏହି ଗ୍ରୁପ ମାଧ୍ୟମରେ ପରସ୍ପର ସହ ଟଚରେ ରହିଛୁ । ଗ୍ରୁପର କୌଣସି ବି ମେମ୍ବର କୌଣସି ଜରୁରୀ କଥା ଥିଲେ ସେମାନେ ଏଥିରେ ଶେୟାର କରି ଦିଅନ୍ତି । ମୋତେ କାଲି ମନୀଷାଙ୍କ ନି-ଧ-ନ-ର ଖବର ମିଳିଲା ତ ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।’ ମନୀଷା ୟାଦବ ଜୁଲାଇରେ ନିଜର ପୁଅର ପ୍ରଥମ ଜନ୍ମଦିନ ପାଳନ କରିଥିଲେ ।

ସେ ନିଜର ଟ୍ୱିଟର ଆକାଉଣ୍ଟରେ ପୁଅର ଜନ୍ମଦିନ ସେଲିବ୍ରେଶନର କିଛି ଫଟୋ ଶେୟାର କରିଥିଲେ । ଏହି ଫଟୋ ସହ ମନୀଷା ଲେଖି ଥିଲେ କି ମୋର ପୁଅକୁ ପ୍ରଥମ ଜନ୍ମଦିନର ଶୁଭକାମନା । ମୋ ଜୀବନର ଖରାପ ସମୟ ମଧ୍ୟରେ ପ୍ରକାଶ ଭଳି ତୁମେ ମୋର ଛୋଟ ରେନବୋ । ତୁମର ମା ହେବା ଉପରେ ମୁଁ ନିଜକୁ ବହୁତ ଭାଗ୍ୟଶାଳୀ ଅନୁଭବ କରୁଛି । ମୁଁ ତୁମକୁ ବହୁତ ଭଲ ପାଏ ।‘

ମନୀଷାଙ୍କ ଅନସ୍କ୍ରିନ ପୁଅ ଶୀଜାନ ମୋହମ୍ମଦ ଶୋରେ ସୁଲ୍ତାନ ମିର୍ଜାଙ୍କ ଅଭିନୟ କରିଥିଲେ । ସେ ଏକ ନ୍ୟୁଜ ସାଇଟକୁ କହିଲେ କି ଏହା ବହୁତ ଦୁଃଖର ବିଷୟ ଅଟେ, ସେ ଅନସ୍କ୍ରିନରେ ମୋର ପ୍ରଥମ ମା ଥିଲେ । ମୁଁ ବିଶ୍ଵାସ କରି ପାରୁ ନାହିଁ । ଏହି ଶୋରେ ସଲିମର ରୋଲ କରୁଥିବା ରବି ଭାଟିଆ କହିଲେ କି କିଛି ମାସ ପୂର୍ବେ ମୁଁ ମନୀଷାଙ୍କ ସହ କଥାବାର୍ତ୍ତା କରିଥିଲି ସେହି ସମୟରେ ସେ ଠିକ ଲାଗୁ ଥିଲେ । ଏହି ଖବର ଶୁଣିବା ପରେ ମୁଁ ବହୁତ ଦୁଃଖିତ ଅଛି ।