ଏହି ଟିଭି ସିରିଆଲ ପାଇଁ ଜିତିଥିଲେ ୧୨ଟି ଆୱାର୍ଡ଼, ଏବେ ସ୍କୁଲ ଡ୍ରେସରେ ଦେଖା ଯାଉଛନ୍ତି ପରୀ ଭଳି ସୁନ୍ଦର

ଟିଭି ଜଗତରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସାରା ଦେଶରେ ନାମ କମାଇଛନ୍ତି ସେମାନଙ୍କ ମଧ୍ୟରେ ଦିବ୍ୟଙ୍କା ତ୍ରିପାଠୀ ଙ୍କ ମଧ୍ୟ ସାମିଲ ଅଛି । ଦିବ୍ୟଙ୍କା ଙ୍କୁ ପ୍ରଥମେ ଜିଟିଭି ର ରିୟାଲିଟି ଶୋ ‘ଜି ଟିମ କୁଇନ’ ଦେଖାଦେଇ ଥିଲେ । ଏହାପରେ ସେ ‘ଇଣ୍ଡିଆନ ବେଷ୍ଟ ସିନେଷ୍ଟର କି ଖୋଜ’ ରେ ମଧ୍ୟ ଦେଖାଦେଇ ଥିଲେ । କିନ୍ତୁ ଜଣେ ଅଭିନେତ୍ରୀ ଭାବରେ ତାଙ୍କୁ ୨୦୦୬ ମସିହାରେ ଟିଭି ଧାରାବାହିକ ‘ବନୁ ମେ ତେରୀ ଦୁଲ୍ହନ’ ରୁ ପରିଚୟ ମିଳିଲା ।

ଗୋଟିଏ ଟିଭି ଧାରାବାହିକ ପାଇଁ ଜିତି ଥିଲେ ୧୨ଟି ପୁରସ୍କାର । ବନୁ ମେଂ ତେରୀ ଦୁଲ୍ହନ ପରେ ତାଙ୍କର ସବୁଠାରୁ ଅଧିକ ଚାଲୁଥିବା ଧାରାବାହିକ ହେଉଛି ‘ୟେ ହେ ମୋହବତେଂ’ ଥିଲା ଯାହା ଷ୍ଟାର ପ୍ଲସରେ ୨୦୧୩ ମସିହା ଠାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଚାଲିଥିଲା ଏବଂ ସୁପରହିଟ ମଧ୍ୟ ହୋଇଥିଲା ।

ଦିବ୍ୟଙ୍କାଙ୍କୁ ଏହି ଧାରାବାହିକ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଜୁରୀ, ଲୋକପ୍ରିୟ ଶ୍ରେଷ୍ଠ ଅଭିନେତ୍ରୀ, ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଭଳି ୧୨ଟି ପୁରସ୍କାର ମିଳିଥିଲା । ବର୍ତ୍ତମାନ ସେ ସ୍କୁଲ ଡ୍ରେସରେ ପରୀ ଭଳି ସୁନ୍ଦର ଦେଖାଯାଉ ଥିବା ଦିବ୍ୟାଙ୍କା ଟିଭି ଛଡା ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହନ୍ତି ।

ଦିବ୍ୟାଙ୍କା ତାଙ୍କ ଇଂଷ୍ଟାଗ୍ରାମରେ ସ୍କୁଲ ଡ୍ରେସରେ କିଛି ଫଟୋ ଶେୟାର କରିଛନ୍ତି ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସିଛି ଏହି ଫଟୋରେ ସେ ପରୀ ଭଳି ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୪.୭ଲକ୍ଷ ରୁ ଅଧିକ ଲାଇକ ମିଳିସାରିଛି ।

ଦିବ୍ୟଙ୍କା ଟିଭି ଧାରାବାହିକ ଛଡା ଷ୍ଟାର ପ୍ଲସର ଡ୍ୟାନ୍ସ ରିଆଲିଟି ଶୋ ‘ନଚ ବାଲିୟେ ୮’ ଏବଂ ଶିଙ୍ଗିଙ୍ଗ ରିୟାଲିଟି ଶୋ ‘ଦ ଭଏସ ୩’ ରେ ମଧ୍ୟ ଦେଖା ଦେଇଥିଲେ । ଏହା ସହିତ ଦିବ୍ୟଙ୍କା ଏକତା କପୁର ଙ୍କର ୱେବ ସିରିଜ ‘କୋଲ୍ଡ ଲସୀ ଓର ଚିକେନ ମସାଲା’ ରେ ବି ନଜର ଆସି ସାରିଛନ୍ତି ଏହି ୱେବ ସିରିଜ ରେ ଦିବ୍ୟଙ୍କାଙ୍କ ସହିତ ବଲିଉଡ ଅଭିନେତା ରାଜୀବ ଖଣ୍ଡେଲବାଲ ବି ନଜର ଆସିଥିଲେ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।