Bollywood ହିରୋଇନ ଯିଏ ଭଲ ସାଙ୍ଗରୁ ହେଇଗଲେ ସଉତୁଣୀ, ଭାଙ୍ଗିଦେଲେ ଅନେକ ବର୍ଷ ପୁରୁଣା ବିବାହ

ଆମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରସ୍ପରର ବେଷ୍ଟ ଫ୍ରେଣ୍ଡ ଏବଂ ସେମାନଙ୍କର ବନ୍ଧୁତା ବହୁତ ମଜବୁତ । ଆଉ ଫିଲ୍ମ ଇଣ୍ଡଷ୍ଟ୍ରିରେ କିଛି ତାରକା ଏପରି ବି ଅଛନ୍ତି ଯେଉଁମାନେ ବନ୍ଧୁତା ସମ୍ପର୍କକୁ କଳଙ୍କିତ କରିଛନ୍ତି । ଆଉ କିଛି ବନ୍ଧୁ ଅଛନ୍ତି ଯେଉଁମାନେ ପୂର୍ବରୁ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ କିନ୍ତୁ ପରେ ନିଜ ବନ୍ଧୁଙ୍କର ହିଁ ସଉତୁଣୀ ହୋଇଗଲେ ଓ ବନ୍ଧୁତା ପରି ପବିତ୍ର ସମ୍ପର୍କକୁ ଛାରଖାର କରିଦେଲେ । ତେବେ ଆସନ୍ତୁ ଜାଣିବା ଏଥିରେ କେଉଁ କେଉଁ ଅଭନେତ୍ରୀଙ୍କ ନାମ ସାମିଲ ଅଛି ।

ଅମୃତା ଅରୋରା
ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ରହି ସାରିଥିବା ଅଭିନେତ୍ରୀ ଅମୃତା ଅରୋରାଙ୍କ ଉପରେ ଆରୋପ ଲାଗି ସାରିଛି କି ସେ ସେ ନିଜ ବାନ୍ଧବୀଙ୍କ ସଉତୁଣୀ ହୋଇ ତାଙ୍କ ତାଙ୍କ ସଂସାର ଭାଙ୍ଗି ଦେଇଛନ୍ତି । କହି ରଖୁଛୁ ଯେ ଅମୃତା ରିୟଲ ଇଷ୍ଟେଟ ବ୍ୟବସାୟୀ ଶକିଲ ଲଦାକଙ୍କୁ ବିବାହ କରିଛନ୍ତି । କିନ୍ତୁ ଶକିଲ ଅମୃତାଙ୍କ ବାନ୍ଧବୀ ନିଶା ଙ୍କ ସ୍ୱାମୀ ଥିଲେ । ଏହା ଜାଣି ମଧ୍ୟ ଅମୃତା ତାଙ୍କୁ ବିବାହ କରିଥିଲେ ଓ ଏହା ପରେ ନିଶା ତାଙ୍କ ବନ୍ଧୁ ଅମୃତାଙ୍କ ଆରୋପ ଲଗାଇ ଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଚୋରି କରିଛନ୍ତି ବୋଲି । ଏହାକୁ ନେଇ ତାଙ୍କ ମଧ୍ୟରେ ଖୁବ୍ ହଙ୍ଗାମା ହୋଇଥିଲ ।

ସୋନିଆ କପୁର
ବଲିଉଡର ପ୍ରସିଦ୍ଧ ଗାୟକ ହିମେଶ ରେଶମିଆ ୨୦୧୮ ମସିହାରେ ଟିଭିର ଜଣାଶୁଣା ଅଭିନେତ୍ରୀ ସୋନିଆ କପୁରଙ୍କୁ ବିବାହ କରିଥିଲେ ଓ ତାଙ୍କ ପୂର୍ବରୁ ହିମେଶ କୋମଲ ନାମକ ଝିଅଙ୍କୁ ବିବାହ କରିଥିଲେ । କୋମଲ ଓ ସୋନିଆ ଖୁବ ଭଲ ବାନ୍ଧବୀ ଥିଲେ । କିନ୍ତୁ କୋମଲଙ୍କ ସ୍ୱାମୀ ହିମେଶ ଓ ସୋନିଆ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଯାହା ଫଳରେ ହିମେଶ ସୋନିଆଙ୍କୁ ବିବାହ କରିବା ପାଇଁ କୋମଲଙ୍କ ସହ ୨୨ ବର୍ଷ ପୁରୁଣା ବିବାହ ଭାଙ୍ଗି ଦେଇଥିଲେ । ଆଉ କୋମଲ ଓ ସୋନିଆ ଯେଉଁମାନେ ଏତେ ଭଲ ବାନ୍ଧବୀ ଥିଲେ ଆଜି ପରସ୍ପରର ସଉତୁଣୀ ହୋଇ ଯାଇଛନ୍ତି ଓ ପରସ୍ପରକୁ ବହୁତ ଘୃଣା ମଧ୍ୟ କରନ୍ତି ।

ଗୌତମୀ
ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା କମଲ ହାସନଙ୍କ ଅସଲ ଜୀବନ ମଧ୍ୟ ତାଙ୍କ ଫିଲ୍ମି କ୍ୟାରିଅର ପରି ଶାନଦାର୍ ଅଟେ । ସେ ପ୍ରଥମେ ବାଣୀ ଗଣପତି ନାମକ ଝିଅଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ସେ ସାରିକାଙ୍କୁ ପସନ୍ଦ କରିଥିଲେ ଓ ବାଣୀଙ୍କୁ ଧୋକା ଦେଇ ସାରିକାଙ୍କୁ ବିବାହ କରି ନେଇଥିଲେ । ଏହାର କିଛି ଦିନ ପରେ କମଲ ହାସନ ସାରିକାଙ୍କ ବାନ୍ଧବୀ ଗୌତମୀଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ ।

ଯାହାଫଳରେ ତାଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ଓ କମଲ ହାସନ ସାରିକାଙ୍କୁ ଛାଡପତ୍ର ଦେଇ ଗୌତମୀଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ ରେ ୧୦ବର୍ଷ ଯାଏ ରହିଥିଲେ ଓ ପରେ କମଲ ହାସନ ଗୌତମୀଙ୍କ ଠାରୁ ମଧ୍ୟ ଅଲଗା ହୋଇ ଯାଇଥିଲେ । ଏହି ପ୍ରକାର ସାରିକା ଓ ଗୌତମୀ ବାନ୍ଧବୀରୁ ସଉତୁଣୀ ହୋଇ ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।