କଣ ଆପଣ ଅଜାଣିଛନ୍ତି କି କାହିଁକି ଏତେ ସୁନା ପିନ୍ଧିବାକୁ ଭଲ ପାଉଥିଲେ Bappi Lahiri, ନିଜେ କରିଥିଲେ ଏହି ବଡ ଖୁଲାସା…

ବପ୍ପି ଲାହିରୀ ଯେତିକି ସୁନ୍ଦର ଗାୟକ ଥିଲେ ସେତିକି ସୁନ୍ଦର ବ୍ୟକ୍ତିତ୍ବ ମଧ୍ୟ ଥିଲେ । କିନ୍ତୁ ସବୁଠୁ ଦୁଃଖର କଥା ଏହା ଅଟେ କି ଆଜି ସକାଳୁ ସକାଳୁ ତାଙ୍କର ନିଧନର ଖବର ସାମ୍ନାକୁ ଆସିଲା । ସେ ବଲୀଉଡର ବେତାଜ ବାଦଶାହା ଥିଲେ । ବଲୀଉଡ ଜଗତରେ ସେ ଡିସ୍କୋ ମ୍ୟୁଜିକର ଆରମ୍ଭ କରିଥିଲେ । କେବଳ ଦେଶରେ ନୁହେଁ ବିଦେଶରେ ବି ତାଙ୍କର ବହୁତ ପ୍ରଶଂସକ ଅଛନ୍ତି । ୮୦ – ୯୦ ଦଶକରେ ତାଙ୍କର ଏମିତି ବହୁତ ଗୀତ ଅଛି ଯାହାକୁ ବର୍ତ୍ତମାନର ଯୁବପିଢି ବି ପସନ୍ଦ କରନ୍ତି । କିନ୍ତୁ ବପ୍ପି ଦା ସୁନା ପ୍ରିୟ ଥିଲେ ଯାହା ବିଷୟରେ ସମସ୍ତେ ଜାଣିଛନ୍ତି ।

ବପ୍ପି ଲାହିରୀଙ୍କୁ ସୁନା ପିନ୍ଧିବାକୁ ବହୁତ ଭଲ ଲାଗେ । ଆପଣ ତାଙ୍କର ହାତର ପ୍ରତି ଆଙ୍ଗୁଠିରେ ସୁନା ମୁଦି ଦେଖିଥିବେ, ବେକରେ ବି ବଡ ଓ ମୋଟା ଆକାରର ସୁନା ଚେନ । ତାହା ବି ପୁଣି ଗୋଟିଏ କିମ୍ବା ଦୁଇଟି ନୁହେଁ ସେ ବିଭିନ୍ନ ପ୍ରକାରର ସୁନା ଚେନ ନିଜ ବେକରେ ପକାଇ ବୁଲୁଥିଲେ । କିନ୍ତୁ ଏହା ପଛରେ ଅସଲ କାରଣ କଣ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ରହସ୍ୟ ବିଷୟରେ କହିବୁ ।

ବପ୍ପି ଲାହିରୀଙ୍କ ଭଲ ନାଁ ଆଲୋକେଶ ଲାହିରୀ । କିନ୍ତୁ ସମସ୍ତେ ତାଙ୍କୁ ସ୍ନେହରେ ବପ୍ପି ଦା କହୁଥିଲେ । ତାଙ୍କର ସୁନା ପିନ୍ଧିବା ଫ୍ୟାସନ ପାଇଁ ବହୁତ ଲୋକମାନେ ତାଙ୍କୁ ଗୋଲ୍ଡ ମ୍ଯାନ ବି କହୁଥିଲେ । ବପ୍ପି ଦା ଏତେ ସୁନା ପିନ୍ଧୁ ଥିଲେ କି କେତେକ ଲୋକମାନେ ଏହା ବି କହୁଥିଲେ କି ସେ ଶୋ ଅଫ ପାଇଁ ଏତେ ସୁନା ପିନ୍ଧୁ ଥିଲେ । ଲୋକମାନଙ୍କୁ ଦେଖାଇ ହେବା ପାଇଁ ସେ ଏତେ ସୁନା ପିନ୍ଧନ୍ତି ।

କିନ୍ତୁ ବପ୍ପି ଦା ଲୋକମାନଙ୍କ ଏହି କଥାକୁ ଖାତିର କରୁ ନ ଥିଲେ । ବପ୍ପି ଦା କହିଥିଲେ ଆମରିକାର Elvis Presley ନିଜର ଶୋରେ ବହୁତ ସୁନା ପିନ୍ଧନ୍ତି ଓ ମୁଁ ତାଙ୍କ ଠାରୁ ଅନୁପ୍ରାଣିତ ହୋଇ ଏହିଭଳି ସୁନା ପିନ୍ଧେ । ବପ୍ପି ଦା ଙ୍କ ଅନୁସାରେ ତାଙ୍କ ଜୀବନରେ ପ୍ରଥମ ସୁନା ଚେନ ତାଙ୍କ ମା ତାଙ୍କୁ ଉପହାର ସ୍ଵରୁପ ଦେଇଥିଲେ । ଦ୍ଵିତୀୟ ସୁନା ଚେନ ତାଙ୍କର ସ୍ତ୍ରୀ ତାଙ୍କୁ ଉପହାର ଦେଇଥିଲେ । ଏହା ସହିତ ସେ ଅନ୍ୟ କେତେକ ଅଳଙ୍କାର ସବୁ ବି ପିନ୍ଧୁ ଥିଲେ ।

ବପ୍ପି ଦା ୨୦୧୪ରେ ନିର୍ବାଚନରେ ଭାଗ ନେଇ ବିଜେପି ତରଫରୁ ଲୋକସଭା ପାର୍ଥୀ ରୂପରେ ଛିଡା ହୋଇ ଥିଲେ । ସେହି ସମୟରେ ସେ ଦର୍ଶାଇ ଥିଲେ କି ତାଙ୍କ ପାଖରେ ୭୫୪ ଗ୍ରାମର ସୁନା ଓ ପାଖାପାଖି ୪.୫ କିଲୋ ଓଜନର ଚାନ୍ଦି ଅଛି । କିନ୍ତୁ ୨୦୧୪ ନିର୍ବାଚନକୁ ୭ ବର୍ଷ ହୋଇ ଯାଇଛି । ତାଙ୍କର ମୃତ୍ୟୁ ସମୟରେ ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି ଅନୁମାନ କରା ଯାଉଛି ।