କାହା ଗର୍ଭରୁ ଜନ୍ମ ହୋଇଥିଲେ 60,000 ପୁତ୍ର ସନ୍ତାନ ! କଣ ଆପଣ ଜାଣିଛନ୍ତି କି ? Odia Gk Questions

ଆଜିର ଆଧୁନିକ ଫିଲ୍ମ ଯୁଗରେ ପିଲାମାନେ ମହାଭାରତ ଏବଂ ରାମାୟଣରେ ଥିବା ଗଳ୍ପ ଗୁଡିକ ଶୁଣିବାକୁ ବା ଜାଣିବାକୁ ଅଧିକ ପସନ୍ଦ କରୁ ନାହାନ୍ତି । ଯାହାଫଳରେ ଏହି ସମ୍ବନ୍ଧୀୟ ଜ୍ଞାନ ପିଲାମାନଙ୍କ ଠାରେ ଦେଖିବାକୁ ମିଳୁନାହିଁ । ଏବେବି ଅନେକ ସମୟରେ ବିଭିନ୍ନ ପରୀକ୍ଷା ବା ପ୍ରତିଯୋଗୀତା ମାନଙ୍କରେ ରାମାୟଣ ଓ ମହାଭାରତ ବିଷୟରେ ପଚରା ଯାଉଛି । ତେଣୁ ଆପଣଙ୍କର ଏହି ଜ୍ଞାନ ରହିଥିବା ନିହାତି ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା ଏହି ସମ୍ବନ୍ଧିତ କିଛି ପ୍ରଶ୍ନୋତ୍ତର ।

୧- ତାଡକା ଅସୁରୀର ପିତା କିଏ ?

ଉ: ସୁକେତୁ ଯକ୍ଷ

୨- ତାଡକା ଅସୁରୀର ସ୍ଵାମୀ କିଏ ?

ଉ: ସୁନ୍ଦ

୩- ମାରିଚର ମା’ର ନାମ କଣ ?

ଉ: ତାଡକା

୪- ୬୦ ହଜାର ପୁତ୍ର କାହା ଗର୍ଭରୁ ଜନ୍ମ ହୋଇଥିଲେ ?

ଉ: ସୁମତି

୫- ଷଣ୍ଢାଶୁର ପୂର୍ବ ଜନ୍ମରେ କଣ ଥିଲା ?

ଉ: ଗନ୍ଧର୍ବ

୬- ଷଣ୍ଢାଶୁର ପୂର୍ବ ଜନ୍ମରେ କେଉଁ ନାମରେ ପରିଚିତ ଥିଲା ?

ଉ: ଧ୍ରୁବସେନ

୭- ଧ୍ରୁବସେନ କାହାକୁ ହରଣ ପରି ଅଭିଶାପ ପାଇଥିଲା ?

ଉ: ମଦନରେଖା

୮- ସତ୍ୟବତୀ କାହାର କନ୍ୟା ଥିଲେ ?

ଉ: ଦାସରାଜ

୯- ଚିତ୍ରାଙ୍ଗଦା କାହାର ପୁତ୍ର ?

ଉ: ସାନ୍ତ୍ଵନୁ

୧୦- ଚିତ୍ରାଙ୍ଗଦାଙ୍କ ଭାଇ କିଏ ?

ଉ: ବିଚିତ୍ରବୀର୍ଯ୍ୟ

୧୧- ବ୍ଯାସ ଋଷିଙ୍କ ମାତା କିଏ ?

ଉ: ସତ୍ୟବତୀ

୧୨- ଅମ୍ବିକାଙ୍କ ସ୍ଵାମୀ କିଏ ଥିଲେ ?

ଉ: ବ୍ୟାସଦେବ

୧୩- ଗାନ୍ଧାରୀଙ୍କ ପିତାଙ୍କ ନାମ କଣ ଥିଲା ?

ଉ: ଗାନ୍ଧାରସେନ

୧୪- ଗଙ୍ଗା କେତୋଟି ପୁତ୍ରଙ୍କୁ ଜଳରେ ଭସାଇ ଦେଇଥିଲେ ?

ଉ: ୭ ପୁତ୍ରଙ୍କୁ

୧୫- ରାବଣର ଅନ୍ତିମ ସଂସ୍କାର କିଏ କରିଥିଲେ ?

ଉ: ବିଭୀଷଣ

୧୬- କେଉଁ ଦିନଟିରେ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣକୁ ପରାସ୍ତ କରି ରାବଣ ଠାରୁ ବିଜୟ ଲାଭ କରିଥିଲେ ?

ଉ: ଦଶମୀ

୧୭- ଲଙ୍କା କାହା ଦ୍ଵାରା ନିର୍ମାଣ କରା ଯାଇଥିଲା ?

ଉ: ବିଶ୍ଵକର୍ମା

୧୮- ରାଜା ଦଶରଥଙ୍କ ତିନି ରାଣୀ ଗର୍ଭବତୀ ହେବା ପାଇଁ କଣ ଖାଇଥିଲେ ?

ଉ: ଚରୁ ଅନ୍ନ

୧୯- ରାବଣର ସମୁଦାୟ କେତୋଟି ବାହୁ ଅଟେ ?

ଉ: ୨୦ଟି

୨୦- ପ୍ରଭୁ ଶ୍ରୀ ରାମଚନ୍ଦ୍ର ଜନ୍ମ ହେବା ପୂର୍ବରୁ କେତେ ମାସ ପର୍ଯ୍ଯନ୍ତ ମାତାଙ୍କ ଗର୍ଭରେ ଥିଲେ ?

ଉ: ୧୨ ମାସ

୨୧- ଲବଣାସୁରକୁ କିଏ ବଦ୍ଧ କରିଥିଲେ ?

ଉ: ଶତ୍ରୁଘ୍ନ

୨୨- ସହସ୍ରାର୍ଜୁନ କେଉଁ ସ୍ଥାନର ରାଜା ଥିଲେ ?

ଉ: ମହିଷ୍ମତୀ

୨୩- ଦେବତା ମାନଙ୍କର ସେନାପତି କିଏ ଥିଲେ ?

ଉ: କାର୍ତ୍ତିକେୟ

୨୪-  କେଉଁ ସ୍ତ୍ରୋତ୍ରଟି ରାବଣ ଦ୍ଵାରା ରଚନା କର ଯାଇଥିଲା ?

ଉ: ଶିବତାଣ୍ଡବ ସ୍ତ୍ରୋତ୍ର

୨୫- ଲକ୍ଷ୍ମଣ, ହନୁମାନ, ପର୍ଶୁରାମ ଏବଂ ସୁଗ୍ରୀବଙ୍କ ମଧ୍ୟରୁ କିଏ ଭଗବାନ ବିଷ୍ଣୁଙ୍କ ଅବତାର ?

ଉ: ପର୍ଶୁରାମ

୨୬- ଗାୟତ୍ରୀ ମନ୍ତ୍ର କିଏ ରଚନା କରିଥିଲେ ?

ଉ: ବିଶ୍ବାମିତ୍ର

୨୭- ନାରାୟଣ ନାରାୟଣ ଜପ କରିବାରେ କିଏ ପ୍ରସିଦ୍ଧ ଅଟନ୍ତି ?

ଉ: ନାରଦ ମୁନି

୨୮- ରାଜା ଜନକ କ୍ଷେତରେ ହଳ କରୁଥିବା ବେଳେ କାହାକୁ ପାଇଥିଲେ ?

ଉ: ସୀତା

୨୯- କେଉଁ ଅସୁର ଜନ୍ମ ହେବା ମାତ୍ରେ ହଜାରେ ଜଣଙ୍କୁ ଗିଳି ଦେଇଥିଲା ?

ଉ: କୁମ୍ଭକୁର୍ଣ୍ଣ

୩୦- ରାବଣ କେଉଁ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜର ଦଶମୁଣ୍ଡ କାଟି ଦେଇଥିଲା ?

ଉ: ବ୍ରହ୍ମା

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।