ଭାରତର ଟପ 5 ସବୁଠୁ ଧନୀ ହିରୋଇନ, ଗୋଟେ ଫିଲ୍ମ ପାଇଁ ନିଅନ୍ତି ଏତେ ଟଙ୍କା

ବଲିଉଡ ଇଣ୍ଡଷ୍ଟ୍ରି ସବୁଠୁ ବଡ଼ ଇଣ୍ଡଷ୍ଟ୍ରି ଅଟେ । ବଲିଉଡ ରେ ପ୍ରତି ବର୍ଷ ଲଗଭଗ ୧୨୦୦ ଫିଲ୍ମ ହୋଇଥାଏ । ଫିଲ୍ମ ମାମଲାରେ ମଧ୍ୟ ବଲିଉଡ ହଲିଉଡ କୁ ଟକ୍କର ଦେଇଥାଏ । ଭାରତରେ ଫିଲ୍ମ ଇଣ୍ଡଷ୍ଟ୍ରି ବହୁତ ଶୀଘ୍ର ବଢୁଛି । ଏବଂ ଫିଲ୍ମ ଦ୍ଵାରା ରୋଜଗାର ମଧ୍ୟ ବଢିବାରେ ଲାଗିଛି । ଯେମିତି ଫିଲ୍ମରେ ପଇସା ବଢୁଛି ସେମିତି ଫିଲ୍ମରେ ଅଭିନୟ କରୁଥିବା ଆର୍ଟିଷ୍ଟ ମାନଙ୍କର ମଧ୍ୟ ରୋଜଗାର ବଢୁଛି । ଭାରତର ଫିଲ୍ମ ଷ୍ଟାର ମାନଙ୍କ ପାଖରେ ସବୁକିଛି ରହିଥାଏ । କିନ୍ତୁ ସବୁଠୁ ବେଶୀ ଚର୍ଚ୍ଚା ପଇସାର ହୋଇଥାଏ । ଆଜି ଆମେ ଭାରତର ୫ଟି ସବୁଠୁ ଧନୀ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

କଙ୍ଗନା ରନାୱତ:- ବଲିଉଡ ର କ୍ୱିନ ଅଟନ୍ତି କଙ୍ଗନା । ନିଜର କଡ଼ା ପରିଶ୍ରମ ଦ୍ବାରା ବଲିଉଡ ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କଙ୍ଗନା ଗୋଟେ ମଧ୍ୟମ ଧରଣର ପରିବାରରୁ ଜନ୍ମ ଗ୍ରହଣ କରିଛନ୍ତି । କଙ୍ଗନା ଙ୍କ ପାଠ ପଢା ଚଣ୍ଡୀଗଢ଼ରୁ ହୋଇଥିଲା । ସେ ପ୍ରଥମେ ମେଡିକାଲ କ୍ଷେତ୍ରରେ ନିଜର ପରିଚୟ କରିବାକୁ ଚାହୁଁଥିଲେ । କିନ୍ତୁ +୨ ରେ କେମେଷ୍ଟ୍ରୀ ରେ ଫେଲ ହେବା ପରେ ସେ ନିଜର ନିଷ୍ପତି ବଦଳାଇଥିଲେ ଏବଂ ମୁମ୍ବାଇ ଆସିଥିଲେ ।

କଙ୍ଗନା ୨୦୦୬ ରେ ଗ୍ୟାଙ୍ଗଷ୍ଟର ଫିଲ୍ମ ଦ୍ଵାରା ବଲିଉଡ ରେ ଡେବ୍ୟୁ କରିଥିଲେ । ତନୁ ୱେଡ ମନୁ ଫିଲ୍ମ ପରେ କଙ୍ଗନା ବଲିଉଡ ରେ ସେଟେଲ ହୋଇଥିଲେ । କଙ୍ଗନା ଙ୍କ ପୁରା ସମ୍ପତି ଲଗଭଗ ୧୦୦ କୋଟି ଟଙ୍କା ଅଟେ । ସେ ଗୋଟେ ଫିଲ୍ମ ପାଇଁ ୮ ରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ଅନୁଷ୍କା ଶର୍ମା:- ଆଜିକା ସମୟରେ ବଲିଉଡ ର ଟପ ହିରୋଇନ ମାନଙ୍କ ଭିତରୁ ଜଣେ ଅଟନ୍ତି ଅନୁଷ୍କା । ସେ ନିଜ କ୍ୟାରିଅର ରେ ବହୁତ ହିଟ ଫିଲ୍ମ ଦେଇଛନ୍ତି । ଅନୁଷ୍କା ଙ୍କ ଜନ୍ମ ୧୯୮୮ ରେ ଉତ୍ତର ପ୍ରଦେଶରେ ହୋଇଥିଲା । ନିଜର ପାଠ ପଢା ସେ ବାଙ୍ଗାଲୋର ରୁ କରିଥିଲେ । ସେ ମୋଡେଲିଂରେ କ୍ୟାରିଅର କରିବାକୁ ଚାହୁଁଥିଲେ ଯେଉଁଥିପାଇଁ ସେ ମଡେଲିଂ କୋର୍ସ ମଧ୍ୟ କରିଥିଲେ ।

୨୦୦୮ ରେ ସାରୁଖ ଖାନ ଙ୍କ ସହିତ ରବ ନେ ବନା ଦିଆ ଯୋଡ଼ି ଫିଲ୍ମ ଦ୍ଵାରା ବଲିଉଡ ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବହୁତ ହିଟ ହୋଇଥିଲା । ଏହା ପରେ ଅନୁଷ୍କା ଗୋଟେ ପରେ ଗୋଟେ ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ପୁରା ରୋଜଗାର ୧୮୦ କୋଟି ଟଙ୍କା ଅଟେ । ଗୋଟେ ଫିଲ୍ମ ପାଇଁ ଅନୁଷ୍କା ୮ ରୁ ୯ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

କଟ୍ରିନା କେଫ:- ବଲିଉଡ ର ସୁନ୍ଦର ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଅଟନ୍ତି କଟ୍ରିନା । ତାଙ୍କର ଜନ୍ମ ୧୯୮୪ ରେ ହଂ କଂ ରେ ହୋଇଥିଲା । ସେ ଇଂଲଣ୍ଡ ର ନାଗରିକ ଅଟନ୍ତି । ୨୦୦୩ ରେ ବୁମ ଫିଲ୍ମ ଦ୍ଵାରା ସେ ବଲିଉଡ ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଫ୍ଲପ ହୋଇଥିଲା କିନ୍ତୁ କଟ୍ରିନା ଙ୍କ କ୍ୟାରିଅର ଚାଳିପଡ଼ିଥିଲା । ତାଙ୍କର ପୁରା ରୋଜଗାର ୨୦୦ କୋଟି ଟଙ୍କା ଅଟେ । ଗୋଟେ ଫିଲ୍ମ ପାଇଁ ସେ ୧୦ ରୁ ୧୩ କୋଟି ଟଙ୍କା ନେଇଥାନ୍ତି ।

ପ୍ରିୟଙ୍କା ଚୋପ୍ରା:- ବଲିଉଡ ର ସେକ୍ସି ପ୍ରିୟଙ୍କା ଚୋପ୍ରା ଅଟନ୍ତି । ବର୍ତମାନ ସେ ବଲିଉଡ ସହିତ ହଲିଉଡରେ ମଧ୍ୟ ବହୁତ ଫେମସ । ପ୍ରିୟଙ୍କା ଙ୍କ ଜନ୍ମ ଜମସେଦପୁର ଝାଡ଼ଖଣ୍ଡ ରେ ୧୯୮୨ ରେ ହୋଇଥିଲା । ସ୍କୁଲ ର ପାଠ ପଢା ଲକ୍ନାଉ ରେ ହୋଇଥିଲା । ୨୦୦୦ ମସିହାରେ ମିସ ୱାଲ୍ଡ ର ବିଜୟୀ ହୋଇଥିଲେ ପ୍ରିୟଙ୍କା ।

ଏହା ପରେ ସେ ୨୦୦୨ ରେ ତାମିଲ ଫିଲ୍ମ ହମି ଯାନ ଦ୍ଵାରା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିଥିଲେ । ଏହି ବର୍ଷ ସେ ବଲିଉଡ ରେ ଭି ଦ ହିରୋ ଫିଲ୍ମ ଦ୍ଵାରା ଏଣ୍ଟ୍ରି କରିଥିଲେ । ତାପରେ ପ୍ରିୟଙ୍କା ବହୁତ ହିଟ ଫିଲ୍ମ କରିଛନ୍ତି । ତାଙ୍କର ପୁରା ରୋଜଗାର ୨୪୦ କୋଟି ଟଙ୍କା ଅଟେ । ସେ ଗୋଟେ ଫିଲ୍ମ ପାଇଁ ୧୩ ରି ୧୫ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ଦୀପିକା ପାଦୁକୋନ:- ବଲିଉଡ ର ମହାରାଣୀ ଅଟନ୍ତି ଦୀପିକା । ବର୍ତମାନ ସେ ଭାରତର ନମ୍ବର ୱାନ ଅଭିନେତ୍ରୀ ଅଟନ୍ତି । ଯେଉଁ କାରଣରୁ ତାଙ୍କର ଫିସ ମଧ୍ୟ ବହୁତ ଅଧିକ । ତାଙ୍କର ଜନ୍ମ ୧୯୮୭ ରେ ଡେନମାର୍କ ରେ ହୋଇଥିଲା । ସେ ନିଜର ପାଠ ପଢା ବାଙ୍ଗାଲୋର ରୁ କରିଥିଲେ । ଦୀପିକା ୨୦୦୬ ରେ କନ୍ନଡ଼ ଫିଲ୍ମ ଐଶ୍ୱରିଆ ରୁ ଡେବ୍ୟୁ କରିଥିଲେ ।

୨୦୦୭ ରେ ସାରୁଖ ଖାନ ଙ୍କ ସହିତ ଓମ ଶାନ୍ତି ଓମ ଦ୍ଵାରା ବଲିଉଡ ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ବହୁତ ହିଟ ହୋଇଥିଲା । ଏହାପରେ ଦୀପିକା ବହୁତ ସୁପରହିଟ ଫିଲ୍ମ କରିଛନ୍ତି । ତାଙ୍କର ପୁରା ରୋଜଗାର ୪୫୦ କୋଟି ଟଙ୍କା ଅଟେ । ସେ ଗୋଟେ ଫିଲ୍ମ ପାଇଁ ୧୫ ରୁ ୧୮ କୋଟି ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ।

ତେବେ ଆପଣଙ୍କ ପସନ୍ଦ ଅଭିନେତ୍ରୀ କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।