ରିଲେଶନଶିପ ଉପରେ ଜାହ୍ନବୀ ପ୍ରଥମ ଥର ମୁହଁ ଖୋଲିଲେ, କହିଲେ “ଇଶାନ ନୁହନ୍ତି ଏହି ପୁଅ ହେଉଛନ୍ତି ମୋର ବୟଫ୍ରେଣ୍ଡ”

ବଲୀଉଡ ଅଭିନେତ୍ରୀ ଜାହ୍ନବୀ କପୁର ଗତ ବର୍ଷ ଫିଲ୍ମ ଧଡକରୁ ଡେବ୍ୟୁ କରିଛନ୍ତି । ଜାହ୍ନବୀଙ୍କର ଫିଲ୍ମକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଫିଲ୍ମ ଧଡକ ଯେଉଁଠି ଗୋଟିଏ ପଟେ ଭଲ ବିଜନେସ କରିଥିଲା ଏବଂ ଅନ୍ୟ ପଟେ ଜାହ୍ନବୀ ଏହି ଫିଲ୍ମକୁ ନେଇ ବହୁତ ଚର୍ଚାରେ ରହିଥିଲେ । ଚର୍ଚାର ବିଷୟ ଏହା ଥିଲା କି ସେ ନିଜର କୋ ଷ୍ଟାରଙ୍କ ସହିତ ରିଲେଶନଶିପରେ ଅଛନ୍ତି । ବର୍ତ୍ତମାନ ପୁଣିଥରେ ଜାହ୍ନବୀଙ୍କର ରିଲେଶନଶିପର ଖବର ସାମନାରେ ଆସିଛି ।

ଫିଲ୍ମ ଧଡକ ରିଲିଜ ହେବା ପରେ ଜାହ୍ନବୀ ଏବଂ ଈଶାନ ଖଟ୍ଟରଙ୍କର ପ୍ରେମ ପ୍ରସଙ୍ଗକୁ ନେଇ ବହୁତ ଚର୍ଚା ହୋଇଥିଲା । କିନ୍ତୁ ବର୍ତ୍ତମାନ ଜାହ୍ନବୀ ପ୍ରଥମ ଥର ପାଇଁ ନିଜର ପ୍ରେମ ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଏବଂ ଶେଷରେ କହିଲେ କି ସେ କାହାକୁ ଡେଟ କରୁଛନ୍ତି ।

ଈଶାନ କେବଳ ଭଲ ସାଙ୍ଗ ଅଟନ୍ତି – ଜାହ୍ନବୀ କପୁର

ଈଶାନ ଏବଂ ଜାହ୍ନବୀଙ୍କ ନାମରେ ଏମିତି ଖବର ଆସିଥିଲା କି ସେମାନେ ବହୁତ ଜଲ୍ଦି ବାହା ହେବାକୁ ଯାଉଛନ୍ତି । କିନ୍ତୁ ଜାହ୍ନବୀ ଏହି ଖବରକୁ ପୂରାପୂରି ମିଛ ବୋଲି କହିଛନ୍ତି । ଏହା ପରେ ଜାହ୍ନବୀ କହିଲେ କି ଈଶାନ କେବଳ ମୋର ଜଣେ ଭଲ ସାଙ୍ଗ ଅଟନ୍ତି ଏବଂ ଆମ ମଧ୍ୟରେ ସେମିତି କିଛି ନାହିଁ ।

ଅକ୍ଷତ ମୋ ସହିତ ବୁଲିବାକୁ ଡରନ୍ତି – ଜାହ୍ନବୀ କପୁର

ଗତ କିଛି ଦିନ ହେବ ଖବର ଭାଇରାଲ ହେଉଛି କି ଜାହ୍ନବୀ କପୁର ଅକ୍ଷତଙ୍କୁ ଡେଟ କରୁଛନ୍ତି । ଅକ୍ଷତ ଜାହ୍ନବୀ କପୁରଙ୍କର ପିଲାଦିନର ବନ୍ଧୁ ଅଟନ୍ତି, ଯାହା ସହିତ ତାଙ୍କୁ ବହୁତ ଥର ଦେଖା ଯାଇଛି ।

ଜାହ୍ନବୀ କହିଲେ କି ଅକ୍ଷତକୁ ମୋ ସହିତ ବୁଲିବାକୁ ଡର ଲାଗେ, କାରଣ ତାଙ୍କୁ ଲାଗୁଛି କି ଆପଣ ମାନେ କେତେବଳେ ନାହିଁ କେତେବେଳ ତାଙ୍କୁ ମୋର ବ୍ୱୟଫ୍ରୈଂଡ ବନାଇଦେବେ, ଯେଉଁ କାରଣରୁ ସେ ଲୁଚି କରି ବୁଲନ୍ତି କିନ୍ତୁ ମୋ ସହିତ ବୁଲନ୍ତି ନାହିଁ । ଜାହ୍ନବୀ କହିଲେ କି ଅକ୍ଷତ କେବଳ ମୋର ସାଙ୍ଗ ଅଟନ୍ତି ଏବଂ ଆମ ମଧ୍ୟରେ କିଛି ନାହିଁ ।

ଯିଏ ପସନ୍ଦ ଆସିବ, ତାହା ସହିତ ବିବାହ କରିବି ନାହିଁ – ଜାହ୍ନବୀ କପୁର

ଜାହ୍ନବୀ କହିଲେ କି ମୋର ପରିବାରରେ ମୋତେ କହି ରଖିଛନ୍ତି କି ଯଦି କେହି ପସନ୍ଦ ଆସେ ତେବେ ତାହା ବିଷୟରେ ଆମକୁ କହିଦେବ ଆମେ ତୁମର ବାହାଘର କରିଦେବୁ । କିନ୍ତୁ ମୁଁ ତାଙ୍କୁ କହି ଦେଇଛି ଯେ ଯଦି ବି ମୁଁ କାହାକୁ ପସନ୍ଦ କରୁଛି ତେବେ ମୁଁ ତାହକୁ ବିବାହ କରିବି ନାହିଁ । କହିଦେଉଛୁ ଯେ ଜାହ୍ନବୀ ନିଜର ଅଫେୟାର ପାଇଁ ସବୁବେଳେ ଚର୍ଚାରେ ରହିଥାନ୍ତି ।