ଆଜିର ରାଶିଫଳ, 13 ଜାନୁୟାରୀ 2019, ରବିବାର – ସୂର୍ଯ୍ୟ ଦେବ ଆଜିଠୁ ଏହି ୪ଟି ରାଶି ଉପରେ ପ୍ରସନ ହେବେ

ମେଷ

ଆଜି ଆପଣ ନରମ ମନୋଭାବ ପୋଷଣ କରି କାହାକୁ ସାହାଯ୍ୟ କରିବେ । ନିଜର ନକାରାତ୍ମକ ଭାବନାକୁ ଦୂରେଇ ଦିଅନ୍ତୁ ଏବଂ ନିଜ ସମ୍ପର୍କକୁ ଅନ୍ୟମାନଙ୍କ ସହ ମଜବୁତ କରନ୍ତୁ । ଏହା ଆପଣଙ୍କୁ ଖୁସି ଆଣି ଦେବ ।

ବୃଷ

ଆପଣ କିଛି ଦିନ ହେଲା ଯାଣିପାରୁନାହାନ୍ତି ଯେ ଆପଣଙ୍କର କଣ କରିବା ଉଚ଼ିତ୍ । କିନ୍ତୁ ଆପଣଙ୍କର ଚ଼ିନ୍ତାଧାରାରେ ସ୍ପଷ୍ଟତା ଆସିଯିବ । ଏହି ସମୟର ଲାଭ ଉଠାନ୍ତୁ ଏବଂ ଅଟକି ଯାଉଥିବା ସମସ୍ତ କାର୍ଯ୍ୟ କରିବାକୁ ଚ଼େଷ୍ଟା କରନ୍ତୁ ।

ମିଥୁନି

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।

କର୍କଟ

ଛୋଟ ଛୋଟ କଥାରେ ଆଜି ଆପଣଙ୍କର ପରିବାର ଲୋକଙ୍କ ସହିତ ମତାନ୍ତର ହୋଇପାରେ । ଆଜି ଆପଣ ନିଜକୁ ବୋଧହୁଏ ଏକା ଅନୁଭବ କରିପାରନ୍ତି । ନିଜ ପରିବାରର ପସନ୍ଦ ଆପଣଙ୍କୁ ସମ୍ପୂର୍ଣ୍ଣ ଅଲଗା ବୋଲି ଆଜି ଆପଣ ମନେ କରିବେ ।

ସିଂହ

ଆପଣତ ସେ କଳିକଜିଆର ଭାଗିଦାର ନୁହଁନ୍ତି କିନ୍ତୁ ସମାଧାନ କରିବା ପାଇଁ ଆପଣଙ୍କୁ ସାକ୍ଷୀ ରୂପରେ ଡ଼କା ଯାଇ ପାରେ, ଆପଣ କାହା ପକ୍ଷରେ ନ ଯାଇ ସତ୍ୟ ସାଙ୍ଗରେ ରହିବେ, ଏଥିରୁ ଆପଣଙ୍କ ସହକର୍ମୀ ଆପଣଙ୍କ ଠାରୁ ବହୁତ ପ୍ରଭାବିତ ହେବେ ।

କନ୍ୟା

ବହୁତ ଗୁଡିଏ ସ୍ଥାନକୁ ଯାତ୍ରାକରିବାର ସୁଯୋଗ ଆସିପାରେ ଏବଂ ଏହା ମଧ୍ୟରୁ ଗୋଟିଏ ଆପଣ ବାଛିବେ । ଭିନ୍ନ ପ୍ରକାର ଦ୍ୱନ୍ଦ ମଧ୍ୟରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଏବଂ ଆପଣଙ୍କ ସହ ଯାତ୍ରା ନିଷ୍ପତ୍ତି ବାହାରେ କିଛି ଯୋଜନା କରିପାରନ୍ତି ।

ତୁଳା

ଆଜି ଆପଣ ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ । ନିଜ ଲୋକଙ୍କ ସହିତ ରହିଲେ ଆପଣଙ୍କୁ ବହୁତ ଖୁସି ଲାଗିବ । ନିଜ ପ୍ରତି ପରିବାର ଲୋକଙ୍କ ସ୍ନେହ ଓ ସମ୍ମାନ ଦେଖି ଆପଣ ବହୁତ ଖୁସି ହେବେ ।

ବିଛା

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।

ଧନୁ

ଆପଣ ଏଭଳି ଜଣେ ବ୍ୟକ୍ତି ଯାହାକୁ ନିଜ ଆଖପାଖ ଲୋକଙ୍କ ସାହାଯ୍ୟ ସହଯରେ ମିଳିଯାଏ । ଆପଣଙ୍କୁ ହୁଏତ ଏହା ଜଣା ନାହିଁ ଯେ ବହୁତ ଲୋକ ଆପଣଙ୍କ ବ୍ୟକ୍ତିତ୍ତ୍ୱ ଦ୍ୱାରା ପ୍ରଭାବିତ । ଆପଣ କେବେ ମଧ୍ୟ ନିଜର ଛବିକୁ ମଳିନ ହେବାକୁ ଦିଅନ୍ତୁ ନାହିଁ ।

ମକର

ଆପଣ ଆଜି ବିଦେଶରୁ ଗୋଟିଏ ଖୁସି ଖବର ପାଇପାରନ୍ତି ଯଦି ଆପଣ ବିଦ୍ୟାର୍ଥି ହୋଇଥାନ୍ତି ତେବେ ଆପଣ ବୃତ୍ତି ପାଇପାରନ୍ତି କିମ୍ବା ଆପଣଙ୍କର ନାମ ଲେଖା ହୋଇପାରେ । ଏହା ମଧ୍ୟ କୌଣସି ଏକ ନୂଆ ଚ଼ାକିରି ହୋଇଥାଇପାରେ । ତେଣୁ ଇମେଲ ଲେଖନ୍ତୁ ।

କୁମ୍ଭ

ଆଜି ଆପଣ ନିଜ ପରିବାର ଲୋକଙ୍କ ସହିତ କୌଣସି କାର୍ଯ୍ୟରେ ଯୋଗଦେବେ ,ନହେଲେ ବାହାରକୁ ବୁଲିବାକୁ ଯାଇପାରନ୍ତି ଯାହା ଆପଣଙ୍କୁ ବହୁତ ଖୁସି ପ୍ରଦାନ କରିବ । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ବଣଭୋଜିରେ ଯିବା ପାଇଁ ଉଚ଼ିତ୍ ହେବ ।

ମୀନ

ଆପଣଙ୍କ ସାହସ ଏବଂ ଉପସ୍ତିତ ବୁଦ୍ଧି ଆପଣଙ୍କୁ ଅନ୍ୟମାନଙ୍କୁ ଠାରୁ ବହୁ ଆଗକୁ ନେଇ ଯିବ। ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ ।