ଯାଆଁଳା ଭାଇ-ଭଉଣୀ ପରି ଲାଗନ୍ତି Pawandeep Rajan ଓ ତାଙ୍କ ଭଉଣୀ, ଦେଖା ଯାଆନ୍ତି ବହୁତ ହିଁ ଷ୍ଟାଇଲିସ

ଇଣ୍ଡିଆନ ଆଇଡଲ-୧୨ ର ବିଜେତା ହୋଇଥିବା ପବନଦୀପ ରାଜନ ଏବେ ସବୁଠି ଚର୍ଚ୍ଚାରେ ରହିଛନ୍ତି । ୨୭ ଜୁଲାଇ ୧୯୯୬ରେ ଉତ୍ତରାଖଣ୍ଡର ଚମ୍ପାବତରେ ଜନ୍ମ ହୋଇଥିବା ପବନଦୀପ ରାଜନଙ୍କ ଗାୟିକୀର ଅନେକ ପ୍ରଶଂସକ ଅଛନ୍ତି । ସିଙ୍ଗିଙ୍ଗ ରିୟାଲିଟି ଶୋରେ ସେ ଯେପ୍ରକାର ଭାବେ ନିଜ ଟ୍ୟାଲେଣ୍ଟ ଦେଖାଇଛନ୍ତି ତାହା ଖୁବ ପ୍ରଶଂସାଯୋଗ୍ୟ ଅଟେ । ତେବେ ପବନଦୀପଙ୍କ ଏହି ଦକ୍ଷତାର ଶ୍ରେୟ ତାଙ୍କ ପରିବାରକୁ ମଧ୍ୟ ଯାଉଛି , ତାଙ୍କ ପରିବାରରେ ପ୍ରାୟ ସମସ୍ତେ ସିଙ୍ଗର ଅଟନ୍ତି ।

ଖାସ କରି ପବନଦୀପ ରାଜନଙ୍କ ଭଉଣୀ ଜ୍ୟୋତିଦୀପ ରାଜନ ମଧ୍ୟ ଜଣେ ଭଲ ଗାୟିକା ଅଟନ୍ତି । ଜ୍ୟୋତିଦୀପଙ୍କ ବିଷୟରେ ଆଉ ଏକ ରୋଚକ କଥା ହେଉଛି ସେ ଦେଖିବାକୁ ଭାଇଙ୍କ ଜାଆଁଳା ଭଉଣୀ ପରି ଲାଗନ୍ତି । ଭାଇଭଉଣୀ ଦୁହେଁ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି । ଭାଇଙ୍କ ପରି ଜ୍ୟୋତିଦୀପ ମଧ୍ୟ ଖୁବ ଦକ୍ଷ ଅଟନ୍ତି । ତାଙ୍କୁ ଏକାଧିକ ଭାଷାର ଜ୍ଞାନ ରହିଛି । ହିନ୍ଦୀ ସହ ଅନେକ ସ୍ଥାନୀୟ ଭାଷାରେ ମଧ୍ୟ ଗୀତ ଗାଇ ପାରନ୍ତି ଜ୍ୟୋତିଦୀପ । ତାଙ୍କୁ ଅନେକ ଲୋକ ସିଙ୍ଗର ସହ ରକଷ୍ଟାର ମଧ୍ୟ କୁହନ୍ତି ।

ଜ୍ୟୋତିଦୀପ ଗଢବାଲୀ, କୁମାଉଁନି’ ପଞ୍ଜାବୀ ଆଦି ଗୀତା ଖୁବ ଭଲ ଭାବେ ଗାଆନ୍ତି । ଭାଇଆଙ୍କ ପରି ସେ ମଧ୍ୟ ୨୦୧୯ରେ ସିଙ୍ଗିଙ୍ଗ ରିୟାଲିଟି ଶୋ ‘ଭଏସ ଇଣ୍ଡିଆ କିଡ୍ସ’ ପାଇଁ ଅଡିସନ ଦେଇଥିଲେ । କିନ୍ତୁ ସେହି ସମୟରେ ସେ ଶୋ ରେ ବେଶୀ ଆଗକୁ ଯାଇପାରି ନଥିଲେ । ଜ୍ୟୋତିଦୀପ ସୋସିଆଲ ମିଡିଆରେ ମଧ୍ୟ ଖୁବ ଆକ୍ଟିଭ ରୁହନ୍ତି । ପବନଦୀପଙ୍କୁ ସପୋର୍ଟ କରି ସେ ଅନେକ ପୋଷ୍ଟ ମଧ୍ୟ କରୁଥିଲେ । ସେ ତାଙ୍କ କ୍ଯାରିଅରରେ ବହୁତ ଗୀତ ମଧ୍ୟ ଗାଇଛନ୍ତି । ତାଙ୍କ ପାହାଡୀ ଗୀତ ଗୁଡିକ ଖୁବ ଲୋକପ୍ରିୟ ଅଟେ ।

ଭାଇ ପବନଦୀପ ଇଣ୍ଡିଆନ ଆଇଡଲ ବିଜେତା ହେବା ପରେ ଜ୍ୟୋତିଦୀପଙ୍କ ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିଛି । ଇନଷ୍ଟାଗ୍ରାମରୁ ନେଇ ୟୁଟ୍ଯୁବ ଯାଏ ସମସ୍ତେ ତାଙ୍କୁ ଫୋଲୋ କରିବା ଆରମ୍ଭ କରି ଦେଇଛନ୍ତି । ପବନଦୀପ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭଉଣୀ ଜ୍ୟୋତିଦୀପଙ୍କ ଏକ ଭିଡିଓ ସେୟାର କରିବା ପରେ ଜ୍ୟୋତିଦୀପ ଲାଇମ ଲାଇଟକୁ ଆସିଥିଲେ । ଏହାପରେ ଲୋକେ ତାଙ୍କୁ ସବୁଆଡେ ସର୍ଚ କରିବା ଆରମ୍ଭ କରି ଦେଇଥିଲେ । ଏବେ ସମସ୍ତେ ପବନଦୀପଙ୍କ ଭଉଣୀଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି ।

ଫ୍ୟାନଙ୍କୁ ସବୁଠୁ ରୋଚକ ଲାଗୁଥିବା କଥା ହେଉଛି ଭାଇ ଭଉଣୀ ଦେଖିବାକୁ ଜାଆଁଳା ଦିସୁଛନ୍ତି । ପବନଦୀପ ଓ ଜ୍ୟୋତିଦୀପଙ୍କ ବଣ୍ଡିଙ୍ଗ ମଧ୍ୟ ଖୁବ କମାଲ ଅଟେ । ଏମାନେ ଦୁହେଁ ଭଲ ଯୁଗଳବନ୍ଦୀ ମଧ୍ୟ କରନ୍ତି । ଦୁହେଁ ଏକାଠି ଅନେକ ଷ୍ଟେଜ ପ୍ରୋଗ୍ରାମରେ କାମ ନିଜ ଦକ୍ଷତାର ପ୍ରଦର୍ଶନ କରି ସାରିଛନ୍ତି । ଜ୍ୟୋତିଦୀପଙ୍କୁ ସମସ୍ତ ପ୍ରକାରର ମ୍ୟୁଜିକ ପସନ୍ଦ ଅଟେ । ସେ ସବୁ ଗୀତକୁ ବରାବର ଉପଭୋଗ କରନ୍ତି । ସେ କେତେକ ମ୍ୟୁଜିକ ଭିଡିଓ ମଧ୍ୟ ବନେଇ ସାରିଛନ୍ତି । ଜଣେ ଭଲ ଗାୟିକା ହେବା ସହ ସେ ଖୁବ ଷ୍ଟାଇଲିଶ ମଧ୍ୟ ଅଟନ୍ତି । ତାଙ୍କ ଷ୍ଟାଇଲ ଓ ଲୁକ କେଉଁ ବଲିଉଡ ହିରୋଇନଙ୍କ ଠାରୁ କିଛି କମ ନୁହେଁ । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।