ମୋଟ 4 ଟି ବିବାହ କରି ସାରିଛନ୍ତି Bollyeood ସିଙ୍ଗର Adnan Sami, ଦିନେ 155 କିଲୋ ଓଜନ କମେଇ ଥିଲେ ଖୁବ ଚର୍ଚ୍ଚାରେ

ଦେଶର 75ତମ ସ୍ଵାଧୀନତା ଦିବସ ସହ ହିନ୍ଦୀ ସିନେମାର ଜଣାଶୁଣା ଗାୟକ ତାଙ୍କର 50ତମ ଜନ୍ମଦିନ ପାଳନ କରିଛନ୍ତି । 15 ଅଗଷ୍ଟ 1971 ମସିହାରେ ଅଦନାନ ସାମିଙ୍କ ଜନ୍ମ ପାକିସ୍ଥାନର ଲାହୋରରେ ହୋଇଥିଲା । ଆଜି ସେ ସଙ୍ଗୀତ ଦୁନିଆରେ ଖୁବ ନାମ କମାଇଛନ୍ତି । ଅଦନାନ ସାମି ପାକିସ୍ଥାନର ମୂଳ ବାସିନ୍ଦା ଅଟନ୍ତି । କିନ୍ତୁ ଗତ କିଛି ବର୍ଷ ଧରି ସେ ଭାରତରେ ହିଁ ରହୁଛନ୍ତି ଓ ତାଙ୍କୁ ଭାରତର ନାଗରିକତା ମଧ୍ୟ ମିଳି ସାରିଛି । ଏଠିକାର ନାଗରିକତା ପାଇବା ପାଇଁ ଅଦନାନ ହୋମ ମିନିଷ୍ଟରଙ୍କୁ ଅନୁରୋଧ କରିଥଲେ ।

ତାଙ୍କ ଅନୁରୋଧ ସ୍ଵୀକାର କରି ୨୦୧୬ରେ ତାଙ୍କୁ ଭାରତୀୟ ନାଗରିକ ଭାବେ ମାନ୍ୟତା ମିଳିଥିଲା । ଏବେ ଦୁନିଆ ତାଙ୍କୁ ବଲିଉଡ ଏବଂ ଭାରତୀୟ କଳାକାର ଭାବେ ଚିହ୍ନେ । ମାତ୍ର ୫ ବର୍ଷର ବୟସରୁ ସଙ୍ଗୀତରେ ତାଙ୍କର ରୁଚି ରହିଥିଲା । ଏତେ ଛୋଟ ସମୟରୁ ହିଁ ସେ ପିଆନୋ ବଜାଇବା ଶିଖି ଯାଇଥିଲେ । ଏହାର ଫଳସ୍ୱରୂପ ସେ ଆଜି ୩୫ ରୁ ଅଧିକ ମ୍ୟୁଜିକାଲ ଉପକରଣ ବଜାଇ ଦେଉଛନ୍ତି । ଆଉ ତାଙ୍କ ଗାୟକୀର ସମସ୍ତେ ଦିୱାନା । ଅଦନାନଙ୍କ ବାପା ପାକିସ୍ତାନୀ ସେନାରେ କାମ କରୁଥିଲେ । ୧୯୬୫ରେ ଭାରତ ପାକିସ୍ଥାନ ଯୁଦ୍ଧ ସମୟରେ ସେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବେ ସାମିଲ ହୋଇଥିଲେ । କିନ୍ତୁ ଅଦନାନ ସବୁବେଳେ ସଙ୍ଗୀତରେ ହିଁ ବୁଡି ରହିଥିଲେ ।

୧୯୮୬ରେ ଅଦନାନ କ୍ଯାରିଆର ଆରମ୍ଭ କରିବା ପରେ କେବେ ମଧ୍ୟ ପଛକୁ ଫେରି ଦେଖିନାହାନ୍ତି । ଅନେକ ହିଟ ଗୀତ ଦେବା ସହ ନିଜର ଅନେକ ମ୍ୟୁଜିକ ଆଲବମ ମଧ୍ୟ ରିଲିଜ କରିଛନ୍ତି ଅଦନାନ । ଭାରତ ସରକାରଙ୍କ ତରଫରୁ ଅଦନାନଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି । ଏଥିପାଇଁ ତାଙ୍କୁ ଲୋକଙ୍କ ଆଲୋଚନା ଏବଂ ଆକ୍ରୋଶର ମଧ୍ୟ ଶିକାର ହେବାକୁ ପଡିଛି । ଦିନେ ୨୩୦କେଜି ଓଜନ ଥିବା ଅଦନାନ ଆଜି ୫୦ ବର୍ଷ ବୟସରେ ମଧ୍ୟ ଖୁବ ଫିଟ ଅଛନ୍ତି । ୧୬ ମାସରେ ସେ ୧୫୫କେଜି ଓଜନ ଘଟାଇବା ସହ କିଛି ସର୍ଜରୀ ମଧ୍ୟ କରିଥିଲେ । ଆଜି ତାଙ୍କ ଓଜନ ମାତ୍ର ୭୫କେଜିର ଅଟନ୍ତି ।

ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅଦନାନ ଖୁବ ବିବାଦରେ ରହି ଆସିଛନ୍ତି । ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଚାରି ଥର ବିବାହ କରି ସାରିଛନ୍ତି ଅଦନାନ । ତନ୍ମଧ୍ୟରୁ ଜଣେ ଯୁବତୀଙ୍କ ସହ ସେ ଦୁଇ ଥର ବିବାହ କରିଛନ୍ତି । ତିନୋଟି ବିବାହ ମଧ୍ୟରୁ ତାଙ୍କର ଦୁଇଟି ବିବାହ ସଫଳ ହୋଇପରି ନ ଥିଲା । ବଲିଉଡ ଫିଲ୍ମରେ କାମ କରି ସାରିଥିବା ପାକିସ୍ଥାନୀ ଅଭିନେତ୍ରୀ ଜେବିୟା ବଖ୍ତୀୟାରଙ୍କୁ ସେ ୧୯୯୩ରେ ବିବାହ କରିଥିଲେ । କିନ୍ତୁ ୧୯୯୭ରେ ସେମାନେ ଅଲଗା ହୋଇ ଯାଇଥିଲେ । ସେମାନଙ୍କର ଅଜାନ ସାମି ନାମକ ଏକ ପୁଅ ମଧ୍ୟ ଅଛି । ଏହାପରେ ୨୦୦୧ରେ ଦୁବାଇର ବିଜନେସମ୍ୟାନ ଅରବ ସବା ଗଲାଦରୀଙ୍କୁ ବିବାହ କରିଥିଲେ, କିନ୍ତୁ ୨୦୦୪ରେ ତାଙ୍କ ସହ ମଧ୍ୟ ଛାଡପତ୍ର ହୋଇଗଲା ।

କିନ୍ତୁ ୨୦୦୮ରେ ସବା ମୁମ୍ବାଇ ଆସି ଯାଇଥିଲେ ଓ ଅଦନାନ ସାମିଙ୍କୁ ଆଉ ଥରେ ବାହା ହୋଇଥିଲେ । କିନ୍ତୁ ୨୦୦୯ରେ ସେମାନେ ପୁଣି ଅଲଗା ହୋଇ ଯାଇଥିଲେ । ତିନି ଥର ବିବାହ ବିଫଳ ହେବା ପରେ ମଧ୍ୟ ୨୦୧୦ରେ ରୋୟା ସାମି ଖାନଙ୍କୁ ସେ ଚତୁର୍ଥ ବିବାହ କରିଥିଲେ । ସେମାନେ ଏକାଠି ଖୁବ ଖୁସିରେ ଅଛନ୍ତି ଓ ତାଙ୍କର ଗୋଟିଏ ଝିଅ ମଧ୍ୟ ଅଛି । ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।