ସୁପର ଷ୍ଟାର Sonu Sood ଙ୍କ ଲାଇଫ ଷ୍ଟାଇଲ, ଘର, ଗାଡ଼ି ଓ ପରିବାର, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ସେ ?

ଭାରତରେ ହଠାତ୍ କରୋନା ଭାଇରସ୍ ପାଇଁ ଲକ୍ ଡାଉନ୍ ହେଇଗଲା। ବହୁତ ଦିନ ମଜୁରିଆ ଅନେକ ଜାଗାରେ କାମ କରିବା ସମୟରେ ବସିଗଲେ। ଏହାପରେ ବଲିଉଡ ଅଭିନେତା ସୋନୁସୁଦ୍ ଦେବଦୂତ ସାଜି ଭାରତର ଅନେକ ଶ୍ରମିକ ଏବଂ ଲୋକମାନଙ୍କୁ ଉଦ୍ଧାର କଲେ। ସେ ପ୍ରତ୍ୟେକ ଦିନ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏହି ମହାମାରୀ ପରିସ୍ଥିତିରେ ଲୋକମାନେ ଆଶା ହରାଇ ବସିଥିବା ସମୟରେ ଶ୍ରମିକ ଭଗବାନ ହୋଇ ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି।

ଯାହା ସେ ଏହି କରୋନା ସମୟରେ କରିଛନ୍ତି ତାହା ହୁଏ ତ କୈାଣସି ବଲିଉଡର ଅଭିନେତା କରିଥିଲେ। ସୋନୁଙ୍କ ଜନ୍ମ ୩୦ ଜୁଲାଇ ୧୯୭୩ରେ ମୋଗା ପଞ୍ଜାବରେ ହୋଇଥିଲା। ସୋନୁ ‘ସ୍ୟାକ୍ରେଡ୍ ହାର୍ଟ ସ୍କୁଲ’ ମୋଗାରେ ପାଠ ପଢିଥିଲେ। ଏହାପରେ ସେ ଡିଗ୍ରୀ ‘ୟସବନ୍ତ ରାଓ ଚଭନ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ ନାଗପୁର’ରେ କରିଥିଲେ ।

ତାଙ୍କର ପଢ଼ାରେ ମନ ନଥିଲା କିନ୍ତୁ କୈାଣସି ପ୍ରକାରର ସେ ଡିଗ୍ରୀ ସମ୍ପୂର୍ଣ୍ଣ କଲେ କିନ୍ତୁ ତାଙ୍କର ପିଲାଦିନରୁ ଅଭିନୟରେ ନିଶା ଥିଲା। ସେଥିପାଇଁ ସେ ଭାବିନେଲେ ତାଙ୍କର ଭବିଷ୍ୟତ ସେ ଅଭିନୟରେ ବନାଇବେ। ସୋନୁସୁଦ ଜଣେ ପେଶାରୁ ଫିଲ୍ମ ପ୍ରଯୋଜକ,ମଡେଲ ଏବଂ ଅଭିନେତା ଅଟନ୍ତି।

କ୍ୟାରିୟର: ସେ ନିଜ କ୍ୟାରିୟରର ଆରମ୍ଭ ତାମିଲ ଫିଲ୍ମ ‘କଲାସଗାରରେ’ ୧୯୯୯ ମସିହାରେ କରିଥିଲେ ଏବଂ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ ସାବ୍ୟସ୍ତ ହୋଇଥିଲା। ପରେ ଏହାକୁ ତେଲୁଗୁରେ ଡବ୍ କରାଯାଇଥିଲା। ସେ ୨୦୦୨ ମସିହାରେ ପ୍ରଥମ ବଲିଉଡ ଫିଲ୍ମ କଲେ ଯାହାର ନାଁ ‘ସହିଦ୍-ଏ-ଆଜାମ୍’। ଏଥିରେ ସେ ଭଗତ ସିଂଙ୍କ ଚରିତ୍ରରେ ଅଭିନୟ କରିଥିଲେ। ବିବାଦ କାରଣରୁ ଏହି ଫିଲ୍ମ ରିଲିଜ ହୋଇନଥିଲା। ୨୦୦୨ରେ ‘ୟୁବା: ଫିଲ୍ମ ଯାହା ତାଙ୍କୁ ସଫଳତାର ସ୍ବାଦ ଚଖାଇଲା। ଏହାପରେ ସେ ଅନେକ ସୁପରହିଟ ଫିଲ୍ମ କରିଛନ୍ତି। ୨୦୧୬ରେ ସେ ଗୋଟିଏ ପ୍ରଡକ୍ସନ ହାଉସ ଖୋଲିଲେ, ତାଙ୍କ ବାପାଙ୍କ ନାଁ ଅନୁସାରେ ଏହାର ନାମ ଦେଲେ ‘ଶକ୍ତି ସାଗର ପ୍ରଡକ୍ସନ ହାଉସ’।

ଆୱାର୍ଡ଼ : ତାଙ୍କୁ ଅନେକ ଫିଲ୍ମ ଫେରାର ଏବଂ ଆଈଫା ଆୱାର୍ଡ଼ ମିଳିଛି।

ପରିବାର : ତାଙ୍କ ବାପା ଶକ୍ତି ସୁଦ, ମା ସରୋଜ ସୁଦ, ଦୁଇ ଭଉଣୀ ମାଲବିକା ସୁଦ ଏବଂ ମୋନିକା ସୁଦ। ତାଙ୍କ ସ୍ତ୍ରୀଙ୍କ ନାଁ ସୋନାଲ ସୁଦ ଏବଂ ତାଙ୍କର ଦୁଇ ପୁଅ ଇସାନ ସୁଦ୍ ଏବଂ ଆୟାନ ସୁଦ।

ଆୟ : ସେ ଗୋଟିଏ ଫିଲ୍ମରେ ୨କୋଟି ଟଙ୍କା ନିଅନ୍ତି। ତାଙ୍କର ଅଧିକ ଆୟ ବ୍ରାଣ୍ଡ ଇନ୍ଡୋସମେଣ୍ଟରୁ ଆସେ ଯାହା ୫୦ହଲକ୍ଷରୁ ଉର୍ଦ୍ଧ୍ବ। ଏହାଛଡା ସେ ଅନେକ ଲାଭ ପାଇଁ ବିନିଯୋଗ କରିଛନ୍ତି। ଯେଉଁଥିରୁ ଭଲ କମାନ୍ତି।

ସମ୍ପୂର୍ଣ୍ଣ ସମ୍ପତ୍ତି : ସୋନୁଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ୧୩୦କୋଟି।

ଘର : ସେ ମୁମ୍ବାଇରେ ଯମୁନାନଗର, ଲୋଖଣ୍ଡୱାଲା, ୱେଷ୍ଟ ଅନ୍ଧେରୀରେ ଏକ ଆପାର୍ଟମେଣ୍ଟରେ ନିଜ ପରିବାର ସହ ରୁହନ୍ତି।

କାର୍ : ମଡ୍ସିଡିଜ୍,ବେନ୍ଜ ଏବଂ ଆହୁରି ନାମୀଦାମୀ ଗାଡ଼ି ରଖିଛନ୍ତି।