ଆତିଫ ଅସଲମଙ୍କ ସ୍ତ୍ରୀ ବହୁତ ସୁନ୍ଦର, ଫୋଟୋ ଦେଖିଲେ କହିବେ – ଏ ତ ଗୋଟିଏ ପରି

ଆତିଫ ଅସଲମଙ୍କ ଗୀତର ସମସ୍ତେ ଫ୍ୟାନ ଅଟନ୍ତି । ସେ ପାକିସ୍ତାନର ଅଟନ୍ତି । ସେ ହିନ୍ଦୁସ୍ତାନରେ ମଧ୍ୟ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଗୀତର ଚର୍ଚା ପାକିସ୍ତାନ ସହ ହିନ୍ଦୁସ୍ତାନରେ ମଧ୍ୟ ହୋଇଥାଏ । ସବୁ ଯୁବକଙ୍କ ମନରେ ଆତିଫ ଅସଲମ ରାଜ କରନ୍ତି । ସେ ଭଲ ଗୀତ ଗାଇବା ସହ ଦେଖିବାକୁ ବହୁତ ହ୍ୟାଣ୍ଡସମ ଅଟନ୍ତି । ତାଙ୍କ ଲୁକକୁ ନେଇ ବହୁତ ଝିଅ ତାଙ୍କର ଫ୍ୟାନ ଅଟନ୍ତି । ସେ ଯେପରି ସ୍ମାର୍ଟ ଦେଖିବାକୁ ସେହିପରି ତାଙ୍କ ସ୍ତ୍ରୀ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ।

ଆତିଫଙ୍କ ସ୍ତ୍ରୀ ବହୁତ ସୁନ୍ଦର ଓ ଷ୍ଟାଇଲିଶ ଅଟନ୍ତି । ତାଙ୍କ ନାମ ସାରା ଭରବାନା ଅଟେ । ସାରାଙ୍କ ଫଟୋ ବହୁତ ଜଣ ଦେଖି ନ ଥିବେ । ତାଙ୍କ ଫଟୋ ଦେଖିଲେ ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ ।

ସାରା ଲକି ଅଟନ୍ତି ଆତିଫଙ୍କ ପାଇଁ

ଆତିଫ ଓ ସାରାଙ୍କ ବିବାହ ୨୦୧୩ ମସିହାରେ ହୋଇଥିଲା । ସାରା ପାକିସ୍ତାନର ଲାହୋରରେ ରୁହନ୍ତି । ଆତିଫଙ୍କ ଅନୁସାରେ ସାରା ତାଙ୍କ ପାଇଁ ବହୁତ ଲକି ଅଟନ୍ତି ।

ସାରାଙ୍କୁ ମିଳିଛି ସବୁ ଆଜାଦି

ଆତିଫ ସାରାଙ୍କୁ ସବୁ ପ୍ରକାରରେ ସ୍ଵାଧିନ କରି ଦେଇଛନ୍ତି । ଆତିଫ କେବେ ବି ସାରାଙ୍କୁ କୌଣସି କାମ ପାଇଁ ମନା କରନ୍ତି ନାହିଁ । ସାରା ୱେସ୍ଟର୍ନ ଡ୍ରେସ ମଧ୍ୟ ପିନ୍ଧନ୍ତି ।

ଦୁଇଜଣଙ୍କର ଗୋଟିଏ ପୁଅ ଅଛି

ଆତିଫ ଓ ସାରାଙ୍କ ଜୀବନ ସୁଖମୟ ରହିଛି । ତାଙ୍କର ଗୋଟିଏ ପୁଅ ଅଛି । ଆତିଫଙ୍କ ଜନ୍ମ ପଞ୍ଜାବର ବଜୀରାବାଦରେ ହୋଇଥିଲା । ସେ ଏକ ପଞ୍ଜାବୀ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର କ୍ରିକେଟର ହେବାକୁ ଇଛା ଥିଲା । ଆତିଫଙ୍କ ଭାଗ୍ୟ ତାଙ୍କୁ ସିଙ୍ଗର ରୂପେ ଲୋକପ୍ରିୟ କରିଛି ।