ରିଅଲ ଲାଇଫ ରେ ନିଜ ସ୍ଵାମୀଙ୍କୁ ଡିଭୋର୍ସ ଦେଇ ସାରିଛନ୍ତି TV ଇଣ୍ଡଷ୍ଟ୍ରିର ଏହି 5 ଜଣ Actress, ନମ୍ବର 3 ତ ଘରୋଇ ହିଂସାର ବି ହେଇ ସାରିଛନ୍ତି ଶିକାର

ଟିଭି ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଷ୍ଟାର ଅଛନ୍ତି ଯାହାଙ୍କୁ ନିଜ କୋ ଷ୍ଟାର ଙ୍କ ସହ ପ୍ରେମ ହୋଇଛି ଏବଂ ସେମାନେ ପରସ୍ପର ସହ ବିବାହ ମଧ୍ୟ କରିଛନ୍ତି କିନ୍ତୁ କିଛି ଦିନ ପରେ ତାଙ୍କୁ ଏହା ଲାଗିବାକୁ ଲାଗିଲା କି ସେମାନେ ଭୁଲ କରିଛନ୍ତି ଏମାନଙ୍କ ଭିତରୁ ବହୁତ ଜଣଙ୍କୁ ଫିଯିକାଲି ଆବିଉଜର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା ଏବଂ ବହୁତ ଜଣ ଛାଡପତ୍ର ମଧ୍ୟ ନେଇଛନ୍ତି । ଏମାନଙ୍କ ଭିତରୁ ଏମିତି କେତେ ଷ୍ଟାର ଅଛନ୍ତି ଯାହାଙ୍କୁ ପୁଣି ପ୍ରେମ ହୋଇଥିଲା ଏବଂ ସେମାନେ ଦୂତୀୟ ବିବାହ ମଧ୍ୟ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଦୀପିକା କକର :- ଶଶୁରାଲ ସିମର କା ରୁ ନିଜ ପରିଚୟ ସୃଷ୍ଟି କରିଥିବା ଦୀପିକା ଆଜି ନିଜ ସ୍ବାମୀ ସୋହେବ ଙ୍କ ସହିତ ରହୁଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସୋହେଵ ଙ୍କ ସହିତ ଦୀପିକା ଦୁତୀୟ ବିବାହ କରିଛନ୍ତି । ଏହା ପୂର୍ବରୁ ଦୀପିକା ୨୦୧୩ ମସିହାରେ ରୋନକ ସ୍ୟଂସଂ ଙ୍କ ସହ ବିବାହ କରିଥିଲେ । କିନ୍ତୁ ବିବାହର ଦୁଇ ବର୍ଷ ପରେ ହିଁ ଦୁହିଁଙ୍କର ଡିଭୋର୍ସ ହୋଇଥିଲା । ଦୀପିକା ଏବେ ସୋହେବ ଙ୍କ ସହିତ ବହୁତ ଖୁସିରେ ଅଛନ୍ତି ଏବଂ ନିଜ ଜୀବନରେ ଆଗକୁ ବଢ଼ିଚାଲିଛନ୍ତି ।

ଗୌତମୀ କପୁର:- ରାମ କପୁର ଙ୍କ ପୂର୍ବରୁ ଗୌତମୀ ଜଣେ ଫୋଟୋଗ୍ରାଫର କୁ ବିବାହ କରିଥିଲେ । ଟିଭି ଇଣ୍ଡଷ୍ଟ୍ରିରେ ରେ ରାମ କପୁର ଏବଂ ଗୌତମୀ କପୁର ଙ୍କୁ ଗୋଟେ ପରଫେକ୍ଟ ଯୋଡ଼ି ବୋଲି କୁହାଯାଏ । ବହୁତ କମ ଲୋକ ଜାଣିଛନ୍ତି କି ଗୌତମୀ ଙ୍କ ଏହା ଦୂତୀୟ ବିବାହ ଅଟେ । ଏହା ପୂର୍ବରୁ ଗୌତମୀ ଜଣେ ବହୁତ ଫେମସ ଫୋଟୋଗ୍ରାଫର ମଧୁର ଶ୍ରୋଫ ଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବିବାହ ବେଶି ସମୟ ଚାଳିପାରୀନଥିଲା ଏବଂ ଦୁହେଁ ଡିଭୋର୍ସ ନେଇଥିଲେ । ଏହା ପରେ ଗୋଟେ ଶୋ ରେ ରାମ କପୁର ଏବଂ ଗୌତମୀ ଙ୍କ ଦେଖା ହୋଇଥିଲା ଯୋଉଠୁ ଦୁହେଁ ଦୁହିଙ୍କୁ ଭଲ ପାଇବସିଥିଲେ ଏବଂ ବିବାହ କରିଥିଲେ । ଏବେ ଦୁହେଁ ବହୁତ ଖୁସିରେ ଅଛନ୍ତି ।

ଶ୍ଵେତା ତିୱାରୀ :- ମାତ୍ର ୧୮ ବର୍ଷ ବୟସରେ ଭୋଜପୁରୀ ଅଭିନେତା ରାଜା ଚୌଧୁରୀ ଙ୍କ ସହ ବିବାହ କରିଥିଲେ ଯାହାକୁ ଶ୍ୱେତା ନିଜ ଜୀବନର ସବୁଠୁ ବଡ଼ ଭୁଲ ବୋଲି ମାନନ୍ତି । ମାରପିଟ, ଘରୋଇ ହିଂସା ଭିତରେ ଏହି ସମ୍ପର୍କ ୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । କିନ୍ତୁ ଆଊ ସହି ନପାରି ଶ୍ୱେତା ୨୦୦୭ ରେ ଡିଭର୍ସେ ନେଇଥିଲେ । ଏହା ପରେ ଶ୍ୱେତା ଅଭିନବ କୋହଲି ଙ୍କ ସହ ବିବାହ କରିଥିଲେ । କିନ୍ତୁ ଏହି ବିବାହ ମଧ୍ୟ ବହୁତ କମ ଦିନରେ ଭାଙ୍ଗିଯାଇଥିଲା ।

ରେଣୁକା ରାହାନେ:- ଆଶୁତୋଷ ରାହାନେ ଙ୍କ ସହ ରେଣୁକା ଙ୍କ ଦୂତିୟ ବିବାହ ଅଟେ । ଦୂରଦର୍ଶନ ର ଶୋ ସୁରଭି ରୁ ପ୍ରସିଦ୍ଧ ଅଭିନେତ୍ରୀ ରେଣୁକା ୨୦୦୮ ରେ ଆଶୁତୋଷ ଙ୍କ ସହିତ ବିବାହ କରିଥିଲେ । ଏହା ପୂର୍ବରୁ ରେଣୁକା ମରାଠୀ ଫିଲ୍ମ ଡାଇରେକ୍ଟର ବିଜୟ ଙ୍କ ସହିତ ବିବାହ କରିଥିଲେ । ଏହି ସମ୍ପର୍କ ବେଶି ଦିନ ଚାଳିନଥିଲା ଏବଂ ଦୁହିଁଙ୍କର ଛାଡପତ୍ର ହୋଇଥିଲା ।

ଅର୍ଚ୍ଚନା ପୁରଣ ସିଂ:- ପରବିନ ସେଠି ଙ୍କ ସହିତ ଅର୍ଚ୍ଚନା ଙ୍କ ଦୁତିୟ ବିବାହ ହୋଇଛି । ଅର୍ଚ୍ଚନା ଙ୍କ ପ୍ରଥମ ବିବାହ ର ଅନୁଭୂତି ବହୁତ ଖରାପ ଥିଲା ଯାହା ଫଳରେ ସେ ବହୁତ ଭାଙ୍ଗିପଡିଥିଲେ । କିନ୍ତୁ କିଛି ସମୟ ପରେ ପରମିତ ତାଙ୍କ ଜୀବନରେ ଆସିଥିଲେ ଏବଂ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ । ଏବେ ଦୁହେଁ ନିଯ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।