ମହା ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭୁଲରେ ବି କରନ୍ତୁ ନାହିଁ ଏହି 7 କାମ, ନଚେତ ଆସିପାରେ ଭୟଙ୍କର ବିପତ୍ତି 

କାର୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ପାଞ୍ଚଦିନ କୁ ମହା ପଞ୍ଚୁକ କୁହାଯାଏ । ଏହି ପଞ୍ଚୁକକୁ ବହୁତ ପବିତ୍ର ମାନନ୍ତି । ଏହି ପଞ୍ଚୁକରେ ଲୋକମାନେ ଦାନ ଓ ଧର୍ମ କର୍ମ କରିଥାନ୍ତି । ଏହି ଦିନମାନଙ୍କରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିର୍ଣ୍ଣ ଉପାୟ କରିଥାନ୍ତି । ଜୋତିଶ ଶାସ୍ତ୍ର ଅନୁସାରେ ଏହି ସମୟରେ ଗୃହରେ ପୂଜା ପାଠ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ଆମେ ଯଦି ଏହି ସମୟରେ କିଛି ଅଶୁଭ କାର୍ଯ୍ୟ କରୁ ତେବେ ଆମକୁ ଅସୁଭଫଳ ମିଳିଥାଏ । ଯାହାଦ୍ୱାରା କି ଆମକୁ ସାରା ଜୀବନ ଅଭାବ ଅନାଟନରେ ବିତିଥାଏ । ଏବେ ଆସନ୍ତୁ ଜାଣିବା ପଞ୍ଚୁକରେ କେଉଁ ୭ ଟି କାମ କରିବା ଉଚିତ ନୁହେଁ ।

୧- ସକାଳୁ ବେଶି ଡେରି ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ । ଏହି ପଞ୍ଚୁକ ବହୁତ ପବିତ୍ର ଦିନ ହୋଇଥିବାରୁ ଏହି ସମୟରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ । ଯେଉଁ ମାନେ ସୁର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସୋଇଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ମିଳିନଥାଏ । ଏଥି ପାଇଁ ସୂର୍ଯ୍ୟଉଦୟ ପୂର୍ବରୁ ଉଠି ସ୍ନାନ କରି ଦେବି ପୂଜା କରିବା ଉଚିତ ।

୨- କ୍ରୋଧ କରନ୍ତୁ ନାହିଁ ବହୁତ ଶୀଘ୍ର ଏହି ଅଭ୍ୟାସ ଛାଡି ଦିଅନ୍ତୁ । ଆପଣଙ୍କ ଘର ପରିବେଶକୁ ଶାନ୍ତ ରଖନ୍ତୁ । କ୍ରୋଧ କିମ୍ବା ଜୋରରେ ଚିଳାନ୍ତୁ ନାହିଁ ଏହା ବହୁତ ଅଶୁଭ ହୋଇଥାଏ । ଯେଉଁମାନେ ଏପରି କରନ୍ତି ସେମାନଙ୍କ ମା ଲକ୍ଷ୍ମୀଙ୍କ କୃପା ମିଳେନାହିଁ ।

୩- ବାଦ ବିବାଦ କରନ୍ତୁ ନାହିଁ । ଘରେ କୌଣସି ପ୍ରକାର ଝଗଡା କରନ୍ତୁ ନାହିଁ । ଯେଉଁ ଜାଗାରେ କଳହ ବା ଝଗଡା ହୋଇଥାଏ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ । ଏଥିପାଇଁ ଘରେ କିମ୍ବା ବାହାରେ ଝଗଡା କରନ୍ତୁ ନାହିଁ ।

୪- ଘରକୁ ଅପରିଷ୍କାର କରନ୍ତୁ ନାହିଁ । ଏହି ସମୟରେ ଘରକୁ ସଫା ସୁତୁରା ରଖିବାର ଅଲଗା ମହତ୍ଵ ହୋଇଥାଏ । ଘରେ କୋଣ ଅନୁକୋଣରେ ଅଳିଆ କିମ୍ବା ରଖିବା ଉଚିତ ନୁହେଁ । ଘରକୁ ସବୁବେଳେ ସୁଗନ୍ଧିତ ପରିବେଶରେ ରଖିବା ଉଚିତ ।

୫- ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ମାନ୍ୟତା ଅଛିକି ଯେଉଁ ମାନେ ସବୁବେଳେ ନିଶା ଦ୍ରବ୍ୟ ସେବନ କରନ୍ତି ସେହି ଘରେ ସବୁବେଳେ କଲି ଝଗଡା ହୋଇଥାଏ ଓ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ଏହା ବହୁତ ଅଶୁଭ ହୋଇଥାଏ ।

୬- ବୟସ୍କ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ । କୌଣସି ବି ପରିସ୍ଥିତିରେ ମା ବାପା କିମ୍ବା ଗୁରୁଜନଙ୍କ ନିରାଶ କରନ୍ତୁ ନାହିଁ । ସମସ୍ତଙ୍କୁ ସମ୍ମାନ କରନ୍ତୁ । ଯେଉଁମାନେ ମା ବାପାଙ୍କୁ ଓ ବୟସ୍କ ଲୋକଙ୍କୁ ଅଣାଦାର କରନ୍ତି ସେମାନଙ୍କୁ ଦେବୀ ଦେବତାଙ୍କୁ କୃପା ମିଳେ ନାହିଁ । ସବୁ ବେଳେ ଦାରିଦ୍ର୍ୟତାରେ ବୁଡି ରହିଥାନ୍ତି ।

୭- ଦ୍ୱିପ୍ରହର, ଖରାବେଳେ ଓ ଶୁର୍ଯ୍ୟାଦୟା ପରେ ଶୋଇବା ଅନୁଚିତ । କିଛି ବିଶେଷ ପରିସ୍ଥିତି କୁ ଛାଡି ଦିନରେ କିମ୍ବା ସୁର୍ଯ୍ୟ ଉଦୟ ପରେ ଶୁଅନ୍ତୁ ନାହିଁ । ଯଦି କୌଣସି ବ୍ୟକ୍ତି ଶୁର୍ଯ୍ୟ ଉଦୟ ପରେ ଶୋଇଥାନ୍ତି ସେମାଙ୍କ ଉପରେ ମା ଲକ୍ଷ୍ମୀ ରୁକ୍ଷ ହୋଇଥାନ୍ତି ଓ ସେମାନଙ୍କର ସବୁବେଳେ ଧନ ର ଅଭାବ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।