ଏକା ସହିତ ଡେବ୍ୟୁ କରିଥିବା ଅଭିନେତ୍ରୀଙ୍କ ସମ୍ପତ୍ତି ମଧ୍ୟରେ ରହିଛି ଏତେ ଅନ୍ତର, ଦେଖନ୍ତୁ ସୂଚୀ

ବଲିଉଡର ଦୁନିଆ ଏକ ଏମିତି ଦୁନିଆ ଅଟେ ଯେଉଁଠି ସମସ୍ତେ ନିଜର କ୍ୟାରିୟର ବନେଇବାକୁ ଚାହିଁଥାନ୍ତି । କିଛି କଳାକାର ଏଠାରେ ନିଜ କ୍ୟାରିୟର ବନେଇବାରେ ସଫଳ ହୋଇଥାନ୍ତି ତ କିଛି ବିଫଳ ହୋଇଥାନ୍ତି । କହିବାକୁ ଗଲେ ଏହା ସବୁ ଦର୍ଶକମାନଙ୍କ ଉପରେ ନିର୍ଭର କରେ । ଯେଉଁ କଳାକାରମାନଙ୍କ ଆକଟିଂ, ଆକ୍ସନ, ଡ୍ୟାନ୍ସ ଦମଦାର ଅଟେ ଦର୍ଶକମାନେ ସେମାନଙ୍କୁ ପସନ୍ଦ କରିଥାନ୍ତି ଓ ସେମାନେ ନିଜ କ୍ୟାରିୟରରେ ଆଗକୁ ବଢିଥାନ୍ତି ଓ ଏମାନେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ଆଜି ଆମେ ଏମିତି ହିଁ କିଛି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯେଉଁମାନେ ଏକା ସହିତ ବଲିଉଡରେ ପାଦ ଦେଇଥିଲେ କିନ୍ତୁ ଏମାନଙ୍କ ଆୟରେ ବହୁତ ଅନ୍ତର ରହିଛି । ତେବେ ଆସନ୍ତୁ ଜାଣିବା ।

୧. ସୋନାକ୍ଷୀ ସିହ୍ନା ଓ ଶ୍ରଦ୍ଧା କପୁର- ସୋନାକ୍ଷୀ ସିହ୍ନା ୨୦୧୦ରେ ଆସିଥିବା ଫିଲ୍ମ ‘ଦବଙ୍ଗ’ ଓ ଶ୍ରଦ୍ଧା କପୁର ‘ତିନ ପତି’ ଫିଲ୍ମରୁ ଡେବ୍ୟୁ କରିଥିଲେ । ହେଲେ ସୋନାକ୍ଷୀ ସିହ୍ନା ୬୩ କୋଟି ଟଙ୍କାର ମାଲିକ ହୋଇଥିବା ବେଳେ, ଶ୍ରଦ୍ଧା ୫୬ କୋଟି ଟଙ୍କାର ମାଲିକ ଅଟନ୍ତି ।

୨. ମନୀଷା କୋଇରାଲା ଓ କରିସ୍ମା କପୁର- ମନୀଷା କୋଇରାଲା ୧୯୯୧ ମସିହାରେ ଫିଲ୍ମ ‘ସୌଦାଗର’ରୁ ଡେବ୍ୟୁ କରିଥିଲେ ଓ କରିସ୍ମା କପୁର ‘ପ୍ରେମ କଏଦୀ’ ରୁ ଡେବ୍ୟୁ କରିଥିଲେ । ବର୍ତ୍ତମାନ ଦିନରେ ମନୀଷାଙ୍କ ପାଖରେ ୭୮ କୋଟି ଟଙ୍କା ଓ କରିସ୍ମାଙ୍କ ପାଖରେ ୯୦ କୋଟି ଟଙ୍କାର ସମ୍ପତ୍ତି ଅଛି ।

୩. ରାଣୀ ମୁଖର୍ଜୀ ଓ ସୁସ୍ମିତା ସେନ- ସୁସ୍ମିତା ସେନ ୧୯୯୬ ମସିହାରେ ଫିଲ୍ମ ‘ଦସ୍ତକ’ ଓ ରାଣୀ ମୁଖର୍ଜୀ ‘ବିୟେର ଫୁଲ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ହେଲେ ବର୍ତ୍ତମାନ ସମୟରେ ସୁସ୍ମିତାଙ୍କ ପାଖରେ ୮ କୋଟି ଟଙ୍କା ଥିବା ବେଳେ ରାଣୀ ମୁଖାର୍ଜୀଙ୍କ ପାଖରେ ୮୪ କୋଟି ଟଙ୍କା ଅଛି ।

୪. କରିନା କପୁର ଓ ଅମିଶା ପଟେଲ- କରିନା କପୁର ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ ଓ ମନୀଷା ପଟେଲ ଫିଲ୍ମ ‘କହୋ ନା ପ୍ୟାର ହେ’ରୁ ନିଜର ଡେବ୍ୟୁ କରିଥିଲେ । ହେଲେ କରିନାଙ୍କ ପାଖରେ ୪୮୦ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଅମିଶାଙ୍କ ପାଖରେ ୨୨୫ କୋଟି ଟଙ୍କାର ସମ୍ପତ୍ତି ଅଛି ।

୫. ପ୍ରିୟଙ୍କା ଚୋପଡା ଓ କଟ୍ରିନା କୈଫ- ଏହି ଦୁଇଜଣ ଅଭିନେତ୍ରୀ ୨୦୦୩ରେ ଡେବ୍ୟୁ କରିଥିଲେ । ପ୍ରିୟଙ୍କା ‘ଦ ହିରୋ : ଲଭ ଷ୍ଟୋରି ଅଫ ଏ ସ୍ପାଇ’ଫିଲ୍ମ ଓ କଟ୍ରିନା କୈଫ ‘ବୁମ’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ବର୍ତ୍ତମାନ ସମୟରେ କଟ୍ରିନାଙ୍କ ପାଖରେ ୧୩୪ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ପ୍ରିୟଙ୍କାଙ୍କ ପାଖରେ ୧୪୪ କୋଟି ଟଙ୍କାର ସମ୍ପତ୍ତି ରହିଛି ।

୬. ଦୀପିକା ପାଦୁକୋନ ଓ ସୋନମ କପୁର- ୨୦୦୭ରେ ଦୀପିକା ‘ଓମ ଶାନ୍ତି ଓମ’ ଫିଲ୍ମରେ ଡେବ୍ୟୁ କରିଥିଲେ ଓ ସେହି ସମୟରେ ସୋନମ ‘ଶାବରିୟା’ ଫିଲ୍ମରୁ ଡେବ୍ୟୁ କରିଥିଲେ । ଆଜି ଦୀପିକା ପାଦୁକୋନଙ୍କ ପାଖରେ ୧୮୭ ଟଙ୍କାର ସମ୍ପତ୍ତି ଥିବା ବେଳେ ସୋନମଙ୍କ ପାଖରେ ୮୪ କୋଟି ଟଙ୍କାର ସମ୍ପତ୍ତି ଅଛି ।

୭. ଆଲିୟା ଭଟ୍ଟ ଓ ୟାମି ଗୌତମ- ଆଲିଆ ଭଟ୍ଟ ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ ଫିଲ୍ମରୁ ଡେବ୍ୟୁ କରିଥିଲେ ଓ ୟାମି ସେହି ବର୍ଷ ‘ବିକି ଡୋନର’ ଫିଲ୍ମରୁ ନିଜର ଡେବ୍ୟୁ କରିଥିଲେ । ହେଲେ ବର୍ତ୍ତମାନ ସମୟରେ ଆଲିୟାଙ୍କ ପାଖରେ ୧୨୮ କୋଟି ଟଙ୍କା ଓ ୟାମିଙ୍କ ପାଖରେ ୪୨ କୋଟି ଟଙ୍କାର ସମ୍ପତ୍ତି ଅଛି ।