କପିଲଙ୍କର ଶୋ ରେ : ଅନୁପମ ଖେରଙ୍କ ସହିତ କିସିଙ୍ଗ ସିନ କରିବା ପାଇଁ ଅର୍ଚନା ସିଂହ କରିଦେଇଥିଲେ ମନା, କହିଲେ ମୁ ନର୍ଭସ ଥିଲି ଆଉ ତା ପରେ…

କପିଲ ଶର୍ମାଙ୍କର ଶୋ ଟିଭି ଜଗତର ସବୁଠୁ ଫେମସ ଶୋ ମଧ୍ୟରୁ ଗୋଟିଏ ଅଟେ । କପିଲଙ୍କ ଶୋରେ ବଲୀଉଡ ଇଣ୍ଡଷ୍ଟ୍ରିର ବହୁତ ଷ୍ଟାରମାନେ ଆସନ୍ତି । ଯେଉଁଠି ସମସ୍ତେ ମିଶି ମସ୍ତି କରନ୍ତି । ବର୍ତ୍ତମାନ ହିଁ କପିଲଙ୍କ ଶୋରେ ଅନୁପମ ଖେର ଓ ଈଶା ଗୁପ୍ତା ଗେଷ୍ଟ ହୋଇ ଆସିଥିଲେ । ସେ ଦୁଇ ଜଣ ସେଠି ନିଜର ଆସୁଥିବା ଫିଲ୍ମ ‘ୱାନ ଡେ- ଜଷ୍ଟିସ ଡିଲିବର’ର ପ୍ରମୋଶନ ପାଇଁ ପହଞ୍ଚିଥିଲେ ।

ଏହି ସମୟରେ ଅନୁପମ ଖେର ନିଜର ପର୍ସନଲ ଓ ପ୍ରଫେଶନଲ ଜୀବନ ସହ ଜଡିତ ରହସ୍ୟରୁ ପରଦା ଉଠାଇଲେ ଓ ଏହି ଶୋ ରେ ଅର୍ଚ୍ଚନା ବି ଅନୁପମ ଖେରଙ୍କ ସହ ମିଶି ନିଜର ବି ଏକ କାହାଣୀ ଶେୟାର କଲେ ।

କହିଦେଉଛୁ କି ଅନୁପମ ଓ ଅର୍ଚ୍ଚନା ପୁରଣ ସିଂହ ଏକା ସହିତ ବହୁତ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ‘କୁଛ କୁଛ ହୋତା ହୈ’ ତାଙ୍କର ସବୁଠୁ ସୁପରହିଟ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା । ଅର୍ଚ୍ଚନା କହିଲେ କି, ‘ଫିଲ୍ମର ଗୋଟିଏ ସିନରେ ତାଙ୍କୁ କୁହାଗଲା କି ତାଙ୍କୁ ଅନୁପମ ଖେରଙ୍କୁ କିସ କରିବାର ଅଛି । କିନ୍ତୁ ସେ ଏହି ସିନ କରିବା ପାଇଁ ନର୍ଭସ ହୋଇ ଯାଇଥିଲେ ଓ ସେ ଏହି ସିନକୁ କରିବା ପାଇଁ ମନା ମଧ୍ୟ କରି ଦେଇଥିଲେ ।

ଅର୍ଚ୍ଚନା କହିଲେ କି – ଆମେ ଯେତେବେଳେ ‘ଲଡାଈ’ ଫିଲ୍ମର ଶୁଟିଙ୍ଗ କରୁଥିଲୁ ତେବେ ଡାୟରେକ୍ଟର ଦୀପକ ଶିବଦାସାନୀ ମୋର ଓ ଅନୁପମ ଖେରଙ୍କ ମଧ୍ୟରେ ଏକ କିସିଙ୍ଗ ସିନର ପ୍ଳାନ କରିଥିଲେ । ମୋତେ ଯେତେବେଳେ ଏହି କଥା ବିଷୟରେ ଜଣା ପଡିଲା ତେବେ ମୁଁ ଅଳ୍ପ ନର୍ଭସ ହୋଇଗଲି । କାରଣ ମୁଁ କେବେ ବି ଅନସ୍କ୍ରିନ କିସ କରି ନ ଥିଲି ।

ମୁଁ ଦୀପକଙ୍କୁ ଏହି ବିଷୟରେ କହିଲି କି ବୋଧେ ମୁଁ ଏହି ସିନକୁ କରି ପାରିବି ନାହିଁ । କିନ୍ତୁ ପରେ ମୁଁ ଜାଣି ପାରିଲି କି ଦୀପକ ଏହି ସିନକୁ ଫିଲ୍ମରୁ ହଟାଇ ଦେଇଥିଲେ ।

ଅର୍ଚ୍ଚନା ଆଗକୁ କହିଲେ କି, ‘ମୁଁ ଅନୁପମ ଖେରଙ୍କୁ ପଚାରିଲି କି ଆପଣ କଣ ସେହି ସମୟରେ ନିଜର ପତ୍ନୀ କିରଣଙ୍କୁ ଡରୁ ଥିଲେ । ଅନୁପମ ଜବାବରେ କହିଥିଲେ କି, ‘ମୋତେ କିରଣଙ୍କୁ ଡର ଲାଗିଲା ନାହିଁ କିନ୍ତୁ ମୋତେ ଲାଗୁଥିଲା କି ଏହା କରିବା ଆପଣଙ୍କ ପାଇଁ ସହଜ ହେବ ନାହିଁ । ଏମିତିରେ ମୁଁ ଦୀପକଙ୍କୁ ସେହି ସିନକୁ ଫିଲ୍ମରୁ ପୂରାପୂରି ହଟାଇ ଦେବା ପାଇଁ କହିଥିଲି ।‘

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।