ରାମଙ୍କ ଅଭିନୟ ପାଇଁ ଅରୁଣ ଗୋଭିଲଙ୍କୁ ଦେବାକୁ ପଡିଥିଲା ଏହି ତ୍ୟାଗ, ଅନେକ ବର୍ଷ ପରେ କହିଲେ କିଛି ଏମିତି

ଯେତେବେଳେ ରାମାୟଣ ସିରିୟଲର କଥା ଆସିଥାଏ ତେବେ ଆଖି ସାମନାରେ ରାମଙ୍କ ନାମରେ ଗୋଟିଏ ଚେହେରା ଆସିଥାଏ ଏବଂ ସେ ହେଉଛନ୍ତି ଅରୁଣ ଗୋବିଲ । ଦେଶରେ ସମସ୍ତେ ଏହି ସିରିୟଲକୁ ପସନ୍ଦ କରୁଥିଲେ । କହିବାକୁ ଗଲେ ଛୋଟ ପରଦାରେ ରାମାୟଣକୁ କେତେ ଥର ଅଲଗା ଅଲଗା ଭାବରେ ଦେଖାଯାଇଛି । ସେଥି ମଧ୍ୟରୁ କିଛି ହିଟ ହୋଇଛି ଏବଂ କିଛି ଫ୍ଲପ ମଧ୍ୟ ହୋଇଛି । କିନ୍ତୁ ଏମାନଙ୍କ ମଧ୍ୟରୁ ସବୁଠୁ ହିଟ ହୋଇଥିଲା ରାମାନନ୍ଦ ସାଗରଙ୍କର ରାମାୟଣ ଏବଂ ତାଙ୍କର କଳକାରମାନେ ।

ଅରୁଣ ଗୋବିଲ ହୋଇଥିଲେ ଶ୍ରୀରାମ

Image courtesy: Google

ଏହି ଶୋରେ ଅରୁଣ ଗୋବିଲ ଶ୍ରୀ ରାମଙ୍କର ଅଭିନୟ କରିଥିଲେ । ସେ ରାମ ହୋଇ ଲୋକମାନଙ୍କର ହୃଦୟରେ ରାଜ କରିଥିଲେ । ଏବଂ ବର୍ତ୍ତମାନ ତାଙ୍କୁ ୬୧ ବର୍ଷ ହୋଇଯାଇଛି । ଅରୁଣ ଗୋବିଲ କହିଲେ କି ଯେତେବେଳେ ଶ୍ରୀ ରାମଙ୍କ ରୋଲ ପାଇଁ ସେ ଅଡିସନ ଦେଇଥିଲେ ସେତେବେଳେ ତାଙ୍କୁ ପ୍ରଥମେ ତାଙ୍କୁ ମନାକରି ଦିଆଗଲା ।

ଏହା ପଛରେ କାରଣ ଏହା ଥିଲା କି ରାମାନନ୍ଦ ସାଗର ରାମଙ୍କର ପରିଚୟକୁ ପ୍ରେମ ସହିତ ଦେଖାଇବାକୁ ଚାହୁଁଥିଲେ । ତାଙ୍କର ଇଛା ଥିଲା କି ରାମଙ୍କର ରୋଲ ଯିଏ ବି କରନ୍ତୁ ସେ କୌଣସି ପ୍ରକାରର ଖରାପ ଅଭ୍ୟାସ ରଖୁ ନଥିବ ।

ଛାଡିବାକୁ ପଡିଲା ସିଗାରେଟ

Image courtesy: Google

ସେହି ସମୟରେ ଅରୁଣ ଗୋବିଲ ବହୁତ ସିଗାରେଟ ଟାଣୁଥିଲେ । ଏହି ରୋଲକୁ ପାଇବା ପାଇଁ ସେ ସିଗାରେଟ ଟାଣିବା ଛାଡିଦେଲେ ଏବଂ ଏହି ରୋଲ ପରେ ସେ ଆଉ କେବେ ବି ସିଗାରେଟ ଟାଣି ନଥିଲେ । ତାଙ୍କ ଦ୍ଵାରା ଅଭିନୟ କରାଯାଇଥିବା ରାମର ଚରିତ୍ର ଅମର ହୋଇଗଲା । ସେ କହୁଥିଲେ କି ରାମଙ୍କର ଛବି ଏହିଭିଳି ଭାବରେ ଲୋକମାନଙ୍କ ହୃଦୟରେ ବସି ଯାଇଥିଲା କି ଆଜି ବି ଲୋକମାନେ ତାଙ୍କୁ ଦେଖିଲେ ପ୍ରଣାମ କରନ୍ତି ।

Image courtesy: Google

ଏହି କାରଣରୁ ତାଙ୍କୁ ଅନ୍ୟ କୌଣସି ରୋଲ ଅଫର ମିଳିଲା ନାହିଁ । ସେ କହିଲେ କି ତାଙ୍କର ଏକ ଟିଭି କମ୍ପାନୀ ଅଛି ଯାହା ଦୂରଦର୍ଶନ ଚାନେଲର କାର୍ଯ୍ୟକ୍ରମ କରିଥାଏ । ସେ ବିକ୍ରମ ଏବଂ ବେତାଳରେ ବିକ୍ରମର ରୋଲ ମଧ୍ୟ କରିଥିଲେ । ଯାହା ସଫଳ ମଧ୍ୟ ହୋଇଥିଲା । ଏହା ପରେ ୧୯୮୭ ମସିହାରେ ରାମାୟଣରେ ତାଙ୍କୁ ରାମଙ୍କର ରୋଲ କରିବା ପାଇଁ ଅବସର ମିଳିଥିଲା ।

ରାମଙ୍କର ଚରିତ୍ର ହେଲା ଅମର

Image courtesy: Google

ଅରୁଣ ଗୋବିଲଙ୍କର ଜନ୍ମ ୟୁପିର ମେରଠରେ ହୋଇଥିଲା । ମେରଠରେ କଲେଜର ପଢୁଥିବା ସମୟରେ ତାଙ୍କୁ ଅଭିନୟ କରିବା ପାଇଁ ଇଛା ହେଲା ଏବଂ ସେ ମୁମ୍ବାଇ ଆସିଗଲେ । ଏହା ପରେ ତାଙ୍କୁ ଶ୍ରୀରାମଙ୍କର ଅଭିନୟ କରିବା ପାଇଁ ଅବସର ମିଳିଲା ଏବଂ ସେ ରାମଙ୍କର ଅଭିନୟ କରି ରାମଙ୍କର ଚରିତ୍ରକୁ ଅମର କରିଦେଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।