Sonu ଙ୍କୁ ତାଙ୍କର ଫ୍ୟାନ ଦେଲେ ସବୁଠୁ ଭିନ୍ନ ଓ ଆକର୍ଷଣୀୟ ଉପହାର, 50 ହଜାର ସ୍କୋୟାର ଫୁଟ କ୍ଷେତରେ ବନେଇଲେ ସୋନୁଙ୍କ ଫଟୋ, ଦେଖନ୍ତୁ Video

ହିନ୍ଦୀ ସିନେମାର ଲୋକପ୍ରିୟ ଅଭିନେତା ସୋନୁ ସୁଡ ନିକଟରେ ନିଜ ୪୮ତମ ଜନ୍ମଦିନ ପାଳନ କରିଛନ୍ତି । ସୋନୁ ସୁଡଙ୍କ ଜନ୍ମ ୩୦ ଜୁଲାଇ ୧୯୭୩ରେ ପଞ୍ଜାବର ମୋଗାରେ ହୋଇଥିଲା । ତାଙ୍କ ଜନ୍ମଦିନ ଅବସରରେ ସାରା ଦୁନିଆର ପ୍ରଶଂସକ ମାନେ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

କିଛି ଫିଲ୍ମ ତାରକା ମଧ୍ୟ ସୋନୁଙ୍କୁ ଅଭିବାଦନ ବାର୍ତ୍ତା ଦେଇଛନ୍ତି । ଏହା ମଧ୍ୟରେ ଜେନ ଫ୍ୟାନ ସୋନୁଙ୍କୁ ଏପରି ଶୁଭକାମନା ଜଣାଇଛନ୍ତି ଯେ, ସେଥିପାୟମ ସେ ଏବେ ଚର୍ଚ୍ଚାରେ ଆସି ଯାଇଛନ୍ତି । ସୋନୁଙ୍କୁ ତାଙ୍କ ଜନ୍ମଦିନରେ ଖୁବ ସାରା ଅଭିବାଦନ ମିଳିଛି । କିନ୍ତୁ ଜଣେ ଫ୍ୟାନ ସୋନୁଙ୍କୁ ଏପରି ଏକ ଅନନ୍ୟ ଉପହାର ଦେଇଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଜଣେ ଫ୍ୟାନ ପ୍ରାୟ ୫୦ ହଜାର ଏକ୍ଟରର ଏକ ଜମିକୁ ଖୋଲି ସୋନୁ ସୁଡଙ୍କ ଏକ ବଡ ପୋଟ୍ରେଟ ତିଆରି କରିଛନ୍ତି । ଏହାର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି । ସୋନୁଙ୍କୁ ଏପରି ଏକ ଖାସ ଉପହାର ଦେଇଥିବା ଏହି ପ୍ରଶଂସକଙ୍କ ନାମ ହେଉଛି ବିପୁଲ ମିରାଜକର । ସୋନୁଙ୍କ ବଡ ବଡ ପ୍ରଶଂସକ ମାନଙ୍କ ମଧ୍ୟରୁ ବିପୁଲ ଜଣେ ଅଟନ୍ତି ଓ ଏହା ନିଜ ଉପହାର ମାଧ୍ୟମରେ ସେ ସମସ୍ତଙ୍କୁ ପ୍ରମାଣିତ କରି ଦେଖାଇ ଦେଇଛନ୍ତି ।

୫୦ ହଜାର ବର୍ଗଫୁଟର ଏହି ଜମିକୁ ଖୋଳିକାରି ବନାଯାଇ ଥିବା ସୋନୁଙ୍କ ଏହି ପୋଟ୍ରେଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହାକୁ ଦେଖିବା ଲୋକ ତାର ପ୍ରଶଂସା ନ କରି ରହି ପାରୁ ନାହାନ୍ତି । ବିପୁଲ ମିରାଜକର ଏହି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ସୋନୁ ଲେଖିଛନ୍ତି କି, “ସୋନୁଙ୍କ ୪୮ତମ ଜନ୍ମଦିନରେ ଏହି ସରପ୍ରାଇଜ ଉପହାର ।”

ଏହା ପୂର୍ବରୁ ବିପୁଳ ତାଙ୍କ ଆକାଉଣ୍ଟରେ ଆଉ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ସୋନୁ ନିଜ ଜନ୍ମଦିନ କେକ କାଟୁଥିଲେ ଓ ସେହି ଭିଡିୟରେ ମଧ୍ୟ ବିପୁଲ, ସୋନୁଙ୍କୁ ଶୁଭକାମନା ଜଣାଇଥିଲେ । ଭିଡିୟର ଆରମ୍ଭରେ ସେ ଏକ ଫାଉଡାରେ ନିଜ କ୍ଷେତ ଖୋଳୁଥିବାର ଦେଖାଯାଇ ଥିଲା । ନିଜ ୫୦ ହଜାର ବର୍ଗଫୁଟର କ୍ଷେତ ଖୋଲି ସେ ନିଜେ ସୋନୁଙ୍କ ଏହି ପୋଟ୍ରେଟ ପ୍ରସ୍ତୁତ କରିଛନ୍ତି । ଏହା ସହ ସେ ଏଥିରେ ଇଂରାଜୀରେ ସୋନୁ ସୁଡଙ୍କ ନାମ ମଧ୍ୟ ଲେଖିଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୨୭ହଜାର ରୁ ମଧ୍ୟ ଅଧିକ ଭିୟୁ ମିଳି ସାରିଲାଣି ।

ଆପଣ ଜାଣିଥିବେ ଯେ ସୋନୁଙ୍କ ଫିଲ୍ମ ଚରିତ୍ର ଅପେକ୍ଷା ଗତ ବର୍ଷ କରୋନା ସମୟରେ ତାଙ୍କ ସମାଜ ସେବା କାର୍ଯ୍ୟ ହେତୁ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା । ଏହି ସଙ୍କଟ ସମୟରେ ସୋନୁ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିଥିଲେ ଓ ଏହି ସମୟରେ ତାଙ୍କୁ ‘ଗରିବର ମସିହା’ ବୋଲି ଲୋକେ ନୂଆ ନାମ ଦେଇଥିଲେ । ଆପଣଙ୍କୁ ସୋନୁଙ୍କ ଏହି ଉପହାର କିପରି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।