ବଏଫ୍ରେଣ୍ଡ ହୃଦୟ ଭାଙ୍ଗିଦେଲା ତ ବର୍ତ୍ତମାନ କାହାକୁ ବି ଜୀବନ ସାଥି କରିବା ପାଇଁ ଚାହୁଁ ନାହାନ୍ତି ଏହି ହିରୋଇନ

ପ୍ରେମ ଏକ ଏମିତି ସମ୍ପର୍କ ଯାହାର କୌଣସି ସୀମା ନଥାଏ । ଏହି ପ୍ରେମ ପାଇଁ କେତେଜଣ ଖୁସିରେ ରୁହନ୍ତି ତ କେତେ ଜଣ ଦୁଃଖରେ । ଏହି ପ୍ରେମରେ ପ୍ରେମୀ ପରସ୍ପରକୁ ଧୋକା ମଧ୍ୟ ଦେଇଥାନ୍ତି । ହେଲେ ଧୋକା ଖାଇବା ପରେ ବହୁତ ଲୋକ ପୁଣି ଥରେ ଅନ୍ୟ କାହାକୁ ପ୍ରେମ କରିଥାନ୍ତି । ହେଲେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଧୋକା ଖାଇବା ପରେ ଅନ୍ୟ କାହାକୁ ଭଲ ପାଆନ୍ତି ନାହିଁ । ଏହିପରି ଜଣେ ଅଭିନେତ୍ରୀ ଧୋକା ଖାଇବା ପରେ ଅନ୍ୟ କାହାକୁ ନିଜ ଜୀବନ ସାଥି କରିବା ପାଇଁ ଚାହୁଁ ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।


ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କଥା ହେଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଟିଭି ଜଗତର ଜଣେ ପପୁଲାର ଅଭିନେତ୍ରୀ କ୍ରୀଷ୍ଟଲ ଡିସୁଜା । ସେ ବହୁତ ଦିନ ହେବ ଟିଭି ରେ ନଜର ଆସିନାହାନ୍ତି । ସେ ଶେଷ ଥର ପାଇଁ କଲର୍ସ ଟିଭିର ଧାରାବାହିକ ‘ବେଲନ ବାଲି ବୋହୁ’ରେ ନଜର ଆସିଥିଲେ । ବହୁତ ଶୀଘ୍ର ସେ ଏକ ୱେବ ସିରିଜ ମାଧ୍ୟମରେ ଫେରୁଛନ୍ତି । କ୍ରୀଷ୍ଟଲଙ୍କ ବୟସ ୨୯ ବର୍ଷ ହୋଇ ମଧ୍ୟ ସେ ଏକୁଟିଆ ଜୀବନ ଅତିବାହିତ କରୁଛନ୍ତି ।


ପୂର୍ବ ବର୍ଷ ତାଙ୍କ ବଏଫ୍ରେଣ୍ଡ ସହ ତାଙ୍କର ବ୍ରେକ ଅପ୍ ହୋଇଥିଲା ଯାହା ଦ୍ଵାରା ସେ ପୁରା ଭାଙ୍ଗି ପଡିଥିଲେ । ଏହି ଦୁଇଜଣ ୪ ବର୍ଷ ପର୍ଯ୍ୟନ୍ତ ରିଲେସନରେ ଥିଲେ ହେଲେ ହଠାତ ତାଙ୍କ ରିଲେସନ ଭାଙ୍ଗିଯାଇଥିଲା । ଏହାପରେ କ୍ରୀଷ୍ଟଲ ବିଦେଶ ଚାଲିଯାଇଥିଲେ ଓ ଲାଇମ ଲାଇଟରୁ ଦୁରରେ ରହିଥିଲେ । କ୍ରୀଷ୍ଟଲ ନିଜର ସୁନ୍ଦରତା ପାଇଁ ମଧ୍ୟ ବହୁତ ଲୋକପ୍ରିୟ । ତାଙ୍କର ଅଭିନୟକୁ ଲୋକମାନେ ବହୁତ ପ୍ରଶଂସା କରନ୍ତି । ଏପର୍ଯ୍ୟନ୍ତ ସେ ୪୮ଟି ପ୍ରସ୍ତାବକୁ ମନା କରିସାରିଛନ୍ତି । ତାଙ୍କ ମତରେ ସେ ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।