‘ଥପ୍ପଡ଼’ ପରେ ବି ଦିୟା ମିର୍ଜା କରିବାକୁ ଚାହୁଁଛନ୍ତି ଅନୁଭବ ସିନ୍ହାଙ୍କ ସହିତ କାମ, ଜାଣନ୍ତୁ କାହିଁକି

ଏହି ଟାଇଟଲକୁ ପଢି ଆପଣଙ୍କୁ ଲାଗିବ କି ଫିଲ୍ମ ମେକର ଅନୁଭବ ସିନ୍ହା ଅଭିନେତ୍ରୀ ଦିୟା ମିର୍ଜାଙ୍କୁ ଚାପୁଡା ମାରିଥିବେ ଓ ଏହା ପରେ ବି ଦିୟା ତାଙ୍କ ସହିତ ଫିଲ୍ମ କରିବା ବିଷୟରେ ଚିନ୍ତା କରୁଛନ୍ତି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ଦିୟା ଅନୁଭବ ସିନ୍ହାଙ୍କର ଫିଲ୍ମ ‘ଥପ୍ପଡ଼’ରେ କାମ କରୁଛନ୍ତି । ଏହା ଛଡା ସେ କହୁଛନ୍ତି କି ‘ଥପ୍ପଡ଼’ ପରେ ବି ସେ ଅନୁଭବ ସିନ୍ହାଙ୍କ ସହିତ କାମକରିବାକୁ ଚାହୁଞ୍ଚନ୍ତି, ଚାଲନ୍ତୁ ଜାଣିବା କଣ ଅଟେ ପୁରା ମାମଲା ।

‘ଥପ୍ପଡ଼’ ପରେ ବି ଦିୟା ମିର୍ଜା କରିବାକୁ ଚାହୁଁଛନ୍ତି ଅନୁଭବ ସିହ୍ନାଙ୍କ ସହିତ କାମ

ଡାୟରେକ୍ଟର ଓ ପ୍ରଡ୍ୟୁସର ଅନୁଭବ ସିନ୍ହାଙ୍କର ଆସନ୍ତା ଫିଲ୍ମ ‘ଥପ୍ପଡ’ ର ଶୁଟିଙ୍ଗ ଶେଷ ହୋଇ ଯାଇଛି ଓ କିଛି ସମୟ ପୁର୍ବେ ହିଁ ଡାୟରେକ୍ଟର ଅନୁଭବ ସିନ୍ହା ଏହି କଥାର ସୂଚନା ସୋସିଆଲ ମିଡିଆରେ ବି ଶେୟାର କରିଛନ୍ତି । ଫିଲ୍ମଟି ମହିଳା କେନ୍ଦ୍ରିତ ଅଟେ ଓ ଏଥିରେ ତାପସୀ ପନ୍ନୂ ମୁଖ୍ୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ସହିତ ଦିୟା ମିର୍ଜା ବି ମୁଖ୍ୟ ରୋଲ ରେ ନଜର ଆସିବେ ।

ଦିୟା ଫିଲ୍ମର ଶୁଟିଙ୍ଗ ଶେଷ ହୋଇଯିବା ଉପରେ ଦୁଃଖୀ ଅଛନ୍ତି ଓ ସେ ଅନୁଭବଙ୍କ ସହିତ ଅନ୍ୟ ଏକ ଫିଲ୍ମରେ କାମ କରିବାକୁ ଇଚ୍ଛା ରଖିଛନ୍ତି । ବର୍ତ୍ତମାନ ସେ ଏକ ଇଣ୍ଟରଭ୍ୟୁରେ ଏହି କଥାକୁ ଶେୟାର କରିଛନ୍ତି ।

ମୁମ୍ବାଇରେ ଏକ ଇଭେଣ୍ଟରେ ମିଡିଆ ସହିତ କଥା ହେବା ସମୟରେ ଦିୟା ମିର୍ଜା କହିଲେ କି, ‘ମୁଁ କେବଳ ଏହା କହିବାକୁ ଚାହୁଁଛି କି ଏହି ‘ଥପ୍ପଡ଼’ର ଆବାଜ ବହୁତ ଦୂର ପର୍ଯ୍ୟନ୍ତ ଯିବ । ମୁଁ ଅନୁଭବ ସିହ୍ନାଙ୍କ ସହିତ ପୁର୍ବରୁ ବି କାମ କରିସାରିଛି ଓ ମୋ ହିସାବରେ ଏହା ତାଙ୍କର ୨.୦ ବର୍ଜନ ଅଟେ । ମୁଁ ଯେବେଠୁ ଅନୁଭବଙ୍କର ଫିଲ୍ମ ମୂଲ୍କ ଓ ଆର୍ଟିକଲ ୧୫ ଦେଖିଛି ସେବେଠୁ ମୁଁ ତାଙ୍କ ସହିତ କାମ କରିବା ପାଇଁ ଚାହୁଁଥିଲି ।

ଏହି ସବଜେକ୍ଟ ଉପରେ କାମ କରିବାକୁ ନେଇ ମୁଁ ବହୁତ ଖୁସି ଓ ଉତ୍ସୁକ ଅଛି । ଅନୁଭବ ଏହି ଫିଲ୍ମ ଜରିଆରେ ନିଜ ହୃଦୟର କଥା କହିବାକୁ ଚାହୁଁଥିଲେ । ମୁଁ ଆଶା କରୁଛି କି ଦର୍ଶକମାନଙ୍କୁ ଏହି ଫିଲ୍ମଟି ପସନ୍ଦ ଆସିବ ।

ଦିୟା ମିର୍ଜା ବଲୀଉଡର ବ୍ୟୁଟି କ୍ୱୀନ

ବର୍ଷ ୨୦୦୧ରେ ଆସିଥିବା ଫିଲ୍ମ ‘ରେହନା ହୈ ତେରେ ଦିଲ ମେଂ’ ଫିଲ୍ମରୁ ଦିୟା ମିର୍ଜା ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ବଲୀଉଡରେ ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ଦିୟା ମିର୍ଜା ମିସ ଇଣ୍ଡିଆର ଟାଇଟଲ ବି ଜିତିଛନ୍ତି ଓ ଆଜି ସେ ଲକ୍ଷ ଲକ୍ଷ ଲୋକମାନଙ୍କର ଫେବରେଟ ଅଟନ୍ତି ।