ଧୋକେବାଜ ଓ ମିଛୁଆ ଲୋକଙ୍କର ୪ ଟି ପରିଚୟ, ଚିହ୍ନନ୍ତୁ ଓ ସତର୍କ ରୁହନ୍ତୁ

ସାଧାରଣତଃ ଲୋକମାନେ ତାଙ୍କ ଜୀବନରେ କୌଣସି ବ୍ୟକ୍ତିକୁ ବହୁତ ଗୁରୁତ୍ଵ ଦେଇଥାନ୍ତି । ହେଲେ ସେମାନେ ଜାଣିପାରନ୍ତି ନାହିଁ କି, ସେହି ବ୍ୟକ୍ତି ଜଣକ ଠିକ ନା ଭୁଲ । ଲୋକମାନେ ତାଙ୍କ ଜୀବନରେ ଥିବା ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତି ଉପରେ ଆଖି ବୁଜି ବିଶ୍ଵାସ କରିଥାନ୍ତି । ହେଲେ ସମୟ ଆସିଲେ ସେହି ବ୍ୟକ୍ତି ବିଶ୍ଵାସଘାତକତା କରିଥାଏ । ଏହି ବିଶ୍ଵାସଘାତକତା କରୁଥିବା ଲୋକମାନଙ୍କୁ ଜାଣିବା ପାଇଁ ଆଜି ଆମେ ଆପଣଙ୍କୁ ଏମାନଙ୍କର ୪ ଟି ଗୁଣ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ଏହି ଲୋକମାନଙ୍କୁ ବହୁତ ସହଜରେ ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ଏହି ବ୍ୟକ୍ତି ମାନଙ୍କ ବିଷୟରେ ।

୧. ଯେଉଁ ବ୍ୟକ୍ତି ଆପଣଙ୍କ ସହିତ ବିଶ୍ଵାସଘାତକତା କରିବ, ସେହି ବ୍ୟକ୍ତିର ପ୍ରଥମ ଚରିତ୍ର ହେଉଛି ସେ ଆପଣଙ୍କୁ ତା ଜୀବନର ସବୁ ତଥ୍ୟ ଲୁଚାଇବ । ଆପଣଙ୍କୁ ସେହି ବ୍ୟକ୍ତି ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ବାହାରୁ ଜଣା ପଡିବ । ହେଲେ ସେ ତା’ ତରଫରୁ କିଛି ବି କହିବ ନାହିଁ । ଲୁଚାଇବାର ଅର୍ଥ ହେଉଛି, ତାର ମୋବାଇଲ ଫୋନ, ତା ନିଜ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ କଥା ଏବଂ ତାର ବ୍ୟକ୍ତିଗତ ଜୀବନ ଆଦିକୁ ସେ ଆପଣଙ୍କ ସହ ସେୟାର କରିବ ନାହିଁ । ଏହିପରି ବ୍ୟକ୍ତିମାନେ ଭବିଷ୍ୟତରେ ଆପଣଙ୍କ ସହ ବିଶ୍ଵାସଘାତକତା କରି ପାରନ୍ତି ।

୨. ଯିଏ ଆପଣଙ୍କୁ ସଚ୍ଚୋଟ ପ୍ରେମ କରୁନଥିବ, ସେ ଆପଣଙ୍କ କେୟାର କେବେ ବି କରିବନାହିଁ । ଆପଣ ତା’ ପ୍ରତି ଯେତେ କେୟାରିଂ ହୁଅନ୍ତୁ, ଯେତେ ତା ବିଷୟରେ ଚିନ୍ତା କରନ୍ତୁ, ହେଲେ ସେ ଆପଣଙ୍କ କେୟାର କରିବ ନାହିଁ । କାରଣ ତାକୁ କିଛି ବି ଫରକ ପଡିବ ନାହିଁ । ତେଣୁ ଏହିପରି ବ୍ୟକ୍ତି ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

୩. ବିଶ୍ଵାସଘାତକତା କରୁଥିବା ବ୍ୟକ୍ତିମାନଙ୍କର କଥା ଠିକ ନଥାଏ । ସେମାନେ ଗୋଟିଏ ସମୟରେ ଦୁଇ ଦୁଇଟା କଥା କହିଥାନ୍ତି । କାରଣ ସେମାନେ ମିଛ କୁହନ୍ତି, ଗୋଟେ ମିଛକୁ ଲୁଚାଇବାକୁ ଯାଇ ଆଉ ଗୋଟେ ମିଛ କୁହନ୍ତି । ଆପଣଙ୍କ ଜୀବନରେ ମଧ୍ୟ ଏହିପରି ଲୋକ ନିଶ୍ଚିନ୍ତ ଥିବେ, ହେଲେ ଆପଣ କେବେ ଏମାନଙ୍କ ବିଷୟରେ ଏହି ସବୁ କଥା ଚିନ୍ତା କରି ନଥିବେ । ତେଣୁ ଏହି ସବୁ ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।

୪. ବିଶ୍ଵାସଘାତକତା କରୁଥିବା ବ୍ୟକ୍ତିଙ୍କ ଜୀବନରେ ପ୍ରମିଜ ର କୌଣସି ମୂଲ୍ୟ ନଥାଏ । ସେମାନେ ଆପଣଙ୍କୁ ଯେତେ ପ୍ରମିଜ କରନ୍ତୁ ନା କାହିଁକି, ହେଲେ ସେମାନେ କୌଣସି ପ୍ରମିଜକୁ ରଖନ୍ତି ନାହିଁ । ସେମାନେ କେବଳ କଥା କହି ଜାଣିଥାନ୍ତି, ହେଲେ କାମ କରନ୍ତି ନାହିଁ । ସେମାନେ ଆପଣଙ୍କ ସାମ୍ନାରେ ଗୋଟେ କଥା କୁହନ୍ତି ଓ ଆପଣଙ୍କ ପଛରେ ଗୋଟେ କଥା କୁହନ୍ତି । ତେଣୁ ଏହି ଭଳି ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ କାରଣ ଏମାନେ ଆପଣଙ୍କୁ କେବେ ବି ଧୋକା ଦେଇପାରନ୍ତି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।