ବିବାହର ପ୍ରଥମ ରାତିରେ କରିବା ଉଚିତ ନୁହେଁ ଏହି ସବୁ କାମ, ଜାଣନ୍ତୁ

ବିବାହ ଏକ ଏମିତି ସମ୍ପର୍କ ଅଟେ, ଯାହା ବିଶ୍ଵାସ ଉପରେ ନିର୍ଭର କରିଥାଏ । ବିବାହର ପ୍ରଥମ ରାତିରେ ପତି ପତ୍ନୀ ଉଭୟଙ୍କୁ ଜାଣିବା ଓ ବୁଝିବା ନିହାତି ଆବଶ୍ୟକ ହୋଇଥାଏ । କିନ୍ତୁ ଝିଅ ନିଜର ପରିବାରକୁ ଛାଡି ଆସିଥାଏ, ସେଥିପାଇଁ ବିବାହ ପରେ ନୂଆ ପରିବାରକୁ ଆପଣାଇବା ପାଇଁ ତାକୁ କିଛି ସମୟ ଲାଗିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବୁ ଯାହାକୁ ଭୁଲ ସେ ମଧ୍ୟ ବିବାହର ପ୍ରଥମ ରାତିରେ କରିବେ ନାହିଁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବିବାହର ପ୍ରଥମ ରାତିରେ କରନ୍ତୁ ନାହିଁ ଏହି କାମ

୧. ଅତୀତ ବିଷୟରେ କଥା ହେବେ ନାହିଁ : ବିବାହର ପ୍ରଥମ ରାତିରେ ଅତୀତ ବିଷୟରେ କଥା ହେବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ମଧ୍ୟରେ ମତଭେଦ ହୋଇପାରେ । ତେଣୁ ବିବାହର ପ୍ରଥମ ରାତିରେ ଆପଣଙ୍କୁ ନିଜ ଭବିଷ୍ୟତ ବିଷୟରେ କଥା ହେବା ଉଚିତ ।

୨. ପରିବାର ବିଷୟରେ କୌଣସି କଥା କୁହନ୍ତୁ ନାହିଁ : ବିବାହର ପ୍ରଥମ ରାତିରେ ପରସ୍ପରର ପରିବାର ବିଷୟରେ କଥା ହେଲେ ଇମ୍ପ୍ରେସନ କମିଥାଏ । ତେଣୁ ବିବାହର ପ୍ରଥମ ରାତିରେ ଆପଣ ନିଜ ପାର୍ଟନର ବିଷୟରେ କଥା ହୁଅନ୍ତୁ ।

୩. ସେକ୍ସ ପାଇଁ କିଛି ଭୁଲ କାମ କରନ୍ତୁ ନାହିଁ : ବିବାହର ପ୍ରଥମ ରାତିରେ ଦୁଇ ଜଣଙ୍କ ମଧ୍ୟରେ ଶାରୀରିକ ମିଳନ ହୋଇଥାଏ । ହେଲେ ସେକ୍ସକୁ ଅଧିକ ଗୁରୁତ୍ଵ ଦେଇ କିଛି ଭୁଲ କାମ କରନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ଇମ୍ପ୍ରେସନ ଖରାପ ହୋଇଥାଏ ।

୪. ନିଜ ମଧ୍ୟରେ କଥାକୁ ନେଇ ମନ ଦୁଃଖ କରନ୍ତୁ ନାହିଁ : ବିବାହର ପ୍ରଥମ ରାତିରେ ଉଭୟଙ୍କ ମଧ୍ୟରେ କୌଣସି କଥା ପାଇଁ ମନ ଦୁଃଖ କରନ୍ତୁ ନାହିଁ । କାରଣ ଜୀବନରେ ଏହି ଦିନ ଥରେ ଆସିଥାଏ । ତେଣୁ ଏହି ଦିନକୁ ଭଲ ଭାବରେ ଏଞ୍ଜୟ କରନ୍ତୁ ।