ଗାଧୋଇବା ପୂର୍ବରୁ ଏହାକୁ ଚୁଟିରେ ଲଗାଇ ନିଅନ୍ତୁ, ଝଡିବା ହୋଇଯିବ ବନ୍ଦ, ଚୁଟି ହେବ କଳା ଓ ଘନ

ବର୍ତ୍ତମାନ ସମୟରେ ସମସ୍ତେ ସୁନ୍ଦର ଓ ଫିଟ ଦେଖାଅ ଯିବା ପାଇଁ ଚାହାଁନ୍ତି । କହିବାକୁ ଗଲେ ସୁନ୍ଦର ଦେଖିଯିବା ପାଇଁ ସୁନ୍ଦର ଚେହେରା ସହ ଘନ ଚୁଟି ବି ଦରକାର । ଆଜି ଆପଣଙ୍କୁ ଚୁଟିକୁ କଳା, ଘନ ଓ ଲମ୍ବା କରିବା ପାଇଁ ଏକ ସରଳ ଉପାୟ କହିବାକୁ ଯାଉଛୁ । କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତେ ନଜିର ଚୁଟି ଝଡିବାକୁ ନେଇ ବହୁତ ଚିନ୍ତିତ ଅଛନ୍ତି ।

ଏହା ସହିତ କେତେକ ଲୋକମାନଙ୍କର ତ ବୃଦ୍ଧ ଅବସ୍ଥାକୁ ଯିବା ପୂର୍ବରୁ ହିଁ ଚୁଟି ଧଳା ହୋଇ ଯାଉଛି । ଏହା ସହିତ କେତେକ ବ୍ୟକ୍ତିଙ୍କର ଚୁଟିରେ ରୂପି ବି ହୋଇଥାଏ । କିନ୍ତୁ ଆମର ଏହି ଉପାୟକୁ କରି ଆପଣ ନିଜ ଚୁଟିର ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ । ଏହା ଏକ ଘରେଲୁ ଉପାୟ ଅଟେ ।

ଏହି ଉପାୟରେ ଆପଣଙ୍କୁ ଦରକାର ମେଥି ଦାନା, କଳା ଜୀରା । ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଗ୍ଳାସ ପାଣି ନିଅନ୍ତୁ । ଏହା ପରେ ଏହି ପାଣିରେ ଦୁଇ ଚାମଚ ମେଥି ଦାନା ଓ ଗୋଟିଏ ଚାମଚ କଳା ଜୀରା ପକାଇ ଦିଅନ୍ତୁ । ଏହାକୁ ବର୍ତ୍ତମାନ ୫ ରୁ ୧୦ ମିନିଟ ଗରମ କରି ଦିଅନ୍ତୁ । ଏହା ପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ । ବର୍ତ୍ତମାନ ମେଥି ଦାନା ଓ କଳା ଜୀରା ପାଣିରେ ଅଧ ଚାମଚ ଲେମ୍ବୁ ରସ ପକାନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ରଖି ଦିଅନ୍ତୁ ।

ଏହା ପରେ ବଞ୍ଚିଥିବା ମେଥି ଦାନା ଓ କଳା ଜୀରା କୁ ଗ୍ରାଇଣ୍ଡିଣ୍ଡ କରି ଦିଅନ୍ତୁ । ଏହା ପରେ ଏହି ମିଶ୍ରଣରେ ଦୁଇ ଚାମଚ ନଡିଆ ତେଲ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ନିଜ ଚୁଟିରେ ଭଲ ଭାବରେ ଲଗାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ୧ ଘଣ୍ଟା ପର୍ଯ୍ୟନ୍ତ ନିଜ ଚୁଟିରେ ରଖିବାର ଅଛି ।

୧ ଘଣ୍ଟା ପରେ ଆପଣ ମେଥି ଦାନା, କଳା ଜୀରା ଓ ଲେମ୍ବୁ ରସ ଦ୍ଵାରା ତିଆରି କରିଥିବା ପାଣିକୁ ଅଳ୍ପ ଅଳ୍ପ ନେଇ ନିଜ ଚୁଟି ସବୁ ଅଂଶରେ ଲଗାନ୍ତୁ । ଏହାକୁ ୧ ରୁ ୨ ମିନିଟ ପର୍ଯ୍ୟନ୍ତ ନିଜ ଚୁଟିରେ ରଖିବା ପରେ ଆପଣ ନିଜ ଚୁଟିକୁ ଭଲ ପାଣିରେ ଧୋଇ ଦିଅନ୍ତୁ । ଏହି ଉପାୟ ଏକ ସରଳ ଘରେଲୁ ଉପାୟ ଅଟେ ଓ ଏହାର କୌଣସି ସାଇଡଇଫେକ୍ଟ ବି ନାହିଁ । ଏହା ପ୍ରାକୃତିକ ଅଟେ । ୨ ରୁ ୩ ସପ୍ତାହ ପର୍ଯ୍ୟନ୍ତ ଏହାକୁ କରିବା ଦ୍ଵାରା ଆପଣଙ୍କ ଚୁଟିରେ ଚେଞ୍ଜେସ ଦେଖିବାକୁ ମିଳିବ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।