ଫିଲ୍ମରେ ଆସିବା ପୂର୍ବରୁ କିଏ ୱେଟର ତ କିଏ ଥିଲା ଚୌକିଦାର, ଭାଗ୍ୟ ସାଥ ଦେବାରୁ ଆଜି ଅଟନ୍ତି ସୁପରଷ୍ଟାର

କୌଣସି ବ୍ୟକ୍ତି ପ୍ରଥମରୁ ହିଁ ସଫଳ ହୋଇ ନଥାନ୍ତି । ସଫଳତା ମିଳିବା ପୂର୍ବରୁ ସମସ୍ତ ବ୍ୟକ୍ତିଙ୍କର ଗୋଟିଏ ଅତୀତ  ଥାଏ । ଲୋକମାନଙ୍କୁ ଲାଗେ କି କେବଳ ଫିଲ୍ମରେ ରୋଲ ପାଇବା ପାଇଁ ଷ୍ଟାର କିଡ୍ସ ହେବା ଦରକାର । କିନ୍ତୁ ତାଙ୍କର ଏହି ଭାବନା ବିଲକୁଲ ଭୁଲ ଅଟେ । ବଲୀଉଡରେ କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ମାଟିରୁ ଆରମ୍ଭ ହୋଇ ଆକାଶ ପର୍ଯ୍ୟନ୍ତ ଯାଇଛନ୍ତି ।

ଆଜି ଆମେ ଏମିତି କିଛି ଷ୍ଟାରଙ୍କ ବିଷୟରେ କହିବୁ । ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ବଲୀଉଡର କିଛି ଷ୍ଟାରମାନେ ଏହି ଇଣ୍ଡଷ୍ଟ୍ରିରେ କାମ କରିବା ପୂର୍ବରୁ କେଉଁ କାମ କରୁଥିଲେ ।

ରଣବୀର ସିଂହ

ରଣବୀର ବଲୀଉଡରେ ଡେବ୍ୟୁ କରିବା ପୂର୍ବରୁ ଗୋଟିଏ ଆଡ୍ ଏଜେଂସୀରେ କାମ କରୁଥିଲେ । ଯେଉଁଥିରେ ସେ ଏକ କପୀରାଇଟର ପୋଷ୍ଟରେ ଥିଲେ । ଏକ୍ଟିଂଗ କ୍ଷେତ୍ରରେ ଆସିବା ପାଇଁ ତାଙ୍କର ସାଙ୍ଗ ଡାୟରେକ୍ଟର ମନୀଷ ଶର୍ମା ପ୍ରୋତ୍ସାହିତ କରିଥିଲେ ।

ସୋନାକ୍ଷୀ ସିନ୍ହା

ଦବଙ୍ଗ ଗର୍ଲ ସୋନାକ୍ଷୀ ସିନ୍ହା ଫିଲ୍ମରେ ଆସିବା ପୂର୍ବରୁ କସ୍ଟୟୂମ ଡିଜାଇନର ଥିଲେ । ୨୦୦୫ରେ ଆସିଥିବା ‘ମେରା ଦିଲ ଲେକେ ଦେଖୋ’ରେ ସୋନାକ୍ଷୀ କସ୍ଟୟୂମ ଡିଜାଇନ କରିଥିଲେ ।

ଅରଶଦ ବାରସୀ

ପ୍ରଥମେ ଅରଶଦ ବାରସୀଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ସେଥିପାଇଁ ସେ ଟଙ୍କା କମାଇବା ପାଇଁ ଘର ଘର ବୁଲି କସ୍ମେଟିକ୍ସ ବିକୁ ଥିଲେ । ୧୭ ବର୍ଷରେ ସେ ସେଲ୍ସମୈନ କାମ କରିବା ଆରମ୍ଭ କରିଦେଇଥିଲେ ।

ନବାଜୁଦ୍ଦୀନ ସିଦ୍ଦିକୀ

ନବାଜୁଦ୍ଦୀନ ସିଦ୍ଦିକୀଙ୍କର ଜନ୍ମ ଗୋଟିଏ ବହୁତ ଗରିବ ପରିବାରେ ହୋଇଥିଲା । ପଢା ଶେଷ ହେବା ପରେ ସେ ବଡୋଦାରରେ କିଛି ସମୟ ପାଇଁ କେମିସ୍ଟର କାମ କରିଥିଲେ । ଏହା ପରେ ସେ ଦିଲ୍ଲୀରେ ଆସି ଥିଏଟର ଗ୍ରୁପରେ କାମ କରିଥିଲେ କିନ୍ତୁ ବେଶୀ ଟଙ୍କା ନ ମିଳିବାରୁ ସେ ଚୌକିଦାର ଚାକିରି କରିଥିଲେ ।

ଜନୀ ଲୀବର

ନିଜର କମେଡିରେ ସମସ୍ତଙ୍କୁ ହସାଉଥିବା ଜନୀ ଲୀବର ଫେମସ ହେବା ପୂର୍ବରୁ ମୁମ୍ବାଇର ରାସ୍ତା ଉପରେ ପେନ ବିକୁଥିଲେ । ୧୯୮୧ରେ ଫିଲ୍ମ ‘ଦର୍ଦ କା ରିଶ୍ତା’ ରେ ଡେବ୍ଯୂ କରିବା ପରେ ସେ ଆଉ ପଛକୁ ଫେରି ଦେଖି ନାହାନ୍ତି ।

ଆର ମାଧବନ

ଫିଲ୍ମରେ କାମ କରିବା ପୂର୍ବରୁ ମାଧବନ ଇଲେକ୍ଟ୍ରନିକ୍ସ ଇଂଜୀନିୟରିଂଗ ଡିଗ୍ରୀ ହାସଲ କରିଛନ୍ତି । କିନ୍ତୁ ତାଙ୍କର ସ୍ଵପ୍ନ ଥିଲା କି ସେ ଜଣେ ଅଭିନେତା ହେବେ ବୋଲି । ସେହି ସମୟରେ ନିଜର ଖର୍ଚ ଚଳାଇବା ପାଇଁ ସେ କୋଚିଙ୍ଗ ସେଣ୍ଟରରେ ଏବଂ କଲେଜରେ ପଢାଉଥିଲେ ।

ଜନ ଅବ୍ରାହମ

ଜନ ଅବ୍ରାହମଙ୍କ ପାଖରେ MBAର ଡିଗ୍ରୀ ଅଛି । ବଲୀଉଡରେ ଆସିବା ପୂର୍ବରୁ ଜନ ମିଡିୟା ଏଂଟରଟେନମେଂଟ କମ୍ପାନୀରେ କାମ କରୁଥିଲେ ।

ରଜନୀକାନ୍ତ

ଦୁନିଆର ସୁପରଷ୍ଟାର ରଜନୀକାନ୍ତ ଫିଲ୍ମରେ ଆସିବା ପୂର୍ବରୁ ବସରେ କଣ୍ଡକ୍ଟର ଥିଲେ । ବସରେ ତାଙ୍କର ଟିକେଟ କାଟିବାର ଷ୍ଟାଇଲରେ ପ୍ରଭାବିତ ହୋଇ ଗୋଟିଏ ଡାୟରେକ୍ଟର ତାଙ୍କୁ ଫିଲ୍ମରେ କାମ ଦେଇଥିଲେ ।