ଯଦି ଆପଣଙ୍କୁ ଦେଖା ଦେଉଛି ଏମିତି ଲକ୍ଷଣ ତ ତୁରନ୍ତ କରାନ୍ତୁ ନିଜର ସୁଗାର ଟେଷ୍ଟ ! (Health Tips)

ଆଜିକାଲି ଡାଏବେଟିସ ଏକ ଭୟଙ୍କର ରୋଗରେ ପରିଣତ ହୋଇ ଯାଇଛି । ଏହାର ମୁଖ୍ୟ କାରଣ ଆମର ଖରାପ ଜୀବନଶୈଳୀ ଓ ଖାଦ୍ୟପେୟ । ଆମ ଶରୀରରେ ଯେତେବେଳେ ବ୍ଲଡ ସୁଗାର ଅଧିକ ହୋଇଯାଏ ଅର୍ଥାତ ଯେତେବେଳେ କୌଣସି ବ୍ୟକ୍ତି ଡାଏବେଟିସର ଶିକାର ହୋଇଯାଏ ତେବେ ସେହି ସମୟରେ ଆମର ଶରୀରର କିଛି ସଂକେତ ଦେବାକୁ ଲାଗିଥାଏ । ଯାହାକୁ ଆପଣ ଅତି ସହଜରେ ଜାଣି ପାରିବେ । ଯଦି ଅଚାନକ ଏହିଭଳି କିଛି ଲକ୍ଷଣ ଆମ ଶରୀରରେ ନଜର ଆସିଥାଏ ତେବେ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ ।

ଏହା ଦ୍ଵାରା ଅଧିକ ସମୟ ବ୍ଲଡ ସୁଗାର ଆମ ଶରୀରରେ ରହିବା କାରଣରୁ ଆମ ଶରୀରକୁ ଯେଉଁ କ୍ଷତି ପହଞ୍ଚି ଥାଏ ତାକୁ ଆମେ ଅଟକାଇ ପାରିବୁ । ତେବେ ଚାଳନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ । ଯଦି ଆପଣ ବହୁତ ସମୟ ହେବ ହାଇ ବ୍ଲଡ ସୁଗାରରେ ପୀଡିତ ଅଛନ୍ତି କିମ୍ବା ଆପଣ ଡାଏବେଟିସର ଶିକାର ହୋଇସାରିଛନ୍ତି ତେବେ ଏହି ସ୍ଥିତିରେ ବାରମ୍ବାର ପରିସ୍ରା ଲାଗିବ । ଆପଣଙ୍କୁ ଶୋଷ ବି ଲାଗିବ ।

ଯଦି ଆପଣଙ୍କ ଶରୀରରେ ବ୍ଲଡ ସୁଗାର ଲେବୁଲ ବଢିଛି ତେବେ ଆପଣଙ୍କୁ ୟୁରିନ ଇନଫେକସନ ବି ହୋଇପାରେ । ଯଦି ଆପଣଙ୍କ ମୁତ୍ର ନଳୀରେ ଇନଫେକସନ ହୋଇଛି ତେବେ ଆପଣ ବାରମ୍ବାର ପରିସ୍ରା ଯିବେ । ଏହା ଲକ୍ଷଣ ଅଟେ କି ଆପଣ ଡାଏବେଟିସର ରୋଗୀ ହୋଇ ଯାଇଛନ୍ତି ।

ଦ୍ଵିତୀୟ ଲକ୍ଷଣ ହେଉଛି ବାରମ୍ବାର ଭୋକ ଲାଗିବା । ଆପଣ ଖାଦ୍ୟ ଖାଉଛନ୍ତି ଓ ୩୦ ମିନିଟ ପରେ ଆପଣଙ୍କୁ ପୁଣି ଥରେ ଭୋକ ଲାଗୁଛି ତେବେ ଏହା ଏକ ଲକ୍ଷଣ ହୋଇପାରେ କି ଆପଣ ହାଇ ବ୍ଲଡ ସୁଗାରରେ ପୀଡିତ ଅଛନ୍ତି । ତୃତୀୟ ଲକ୍ଷଣ ହେଉଛି ଘା ଧୀରେ ଧୀରେ ଭଲ ହେବା । ଯେତେବେଳେ ଆମ ଶରୀରରେ ବ୍ଲଡରେ ଗ୍ଳୁକୋଜ ଲେବୁଲ ବଢିଯାଏ ତେବେ ଏହା ଆମର ରକ୍ତର ଗତିକୁ ପ୍ରଭାବିତ କରିଥାଏ । ଯେଉଁ କାରଣରୁ ଯଦି ଆମର ଶରୀରରେ ଘା ହେଉଛି ତାକୁ ୱ୍ହାଇଟ ବ୍ଲଡ ସେଲ ଯାଇ ଠିକ କରିଥାଏ ଓ ଏହା ପ୍ରଭାବିତ ହୋଇଥାଏ ।

ସେଥିପାଇଁ ଆମର ଘା ଧୀରେ ଧୀରେ ଭଲ ହୋଇଥାଏ । ଚତୁର୍ଥ ଲକ୍ଷଣ ହେଉଛି ଆଖିର ଦ୍ରୁଷ୍ଟି ଶକ୍ତି କମିଯିବା । ଆପଣଙ୍କ ରକ୍ତରେ ବ୍ଲଡ ସୁଗାରର ଲେବୁଲ ବଢିଯାଏ ସେଥିପାଇଁ ଆପଣଙ୍କ ଶରୀର ବାକି ଅଙ୍ଗ ଠାରୁ ତରଳ ପଦାର୍ଥକୁ ଶୋଷୀ ନେଇ ଆପଣଙ୍କ ରକ୍ତରେ ମିଶାଇବାକୁ ଚେଷ୍ଟା କରିଥାଏ । ଯାହା ଦ୍ଵାରା ଆପଣଙ୍କୁ ହାଇ ବ୍ଲଡ ସୁଗାର ଲେବୁଲ ନର୍ମାଲ ହୋଇ ପାରିବ । ସେଥିପାଇଁ ଆପଣଙ୍କ ଶରୀର ଆପଣଙ୍କ ଆଖିରୁ ବି ତରଳ ପଦାର୍ଥ ଟାଣିଥାଏ । ସେଥିପାଇଁ ଆପଣଙ୍କୁ ସବୁ ଜିନିଷ ସଫା ସଫା ଦେଖାଯାଏ ନାହିଁ ।

ପଞ୍ଚମ ଲକ୍ଷଣ ହେଉଛି ସବୁବେଳେ କ୍ଳାନ୍ତ ଅନୁଭବ କରିବା । ଯେତେବେଳେ ଆପଣଙ୍କ ଶରୀରକୁ ଶକ୍ତି ମିଳି ପାରି ନ ଥାଏ ତେବେ ଏହାର ଅର୍ଥ ଆପଣଙ୍କ ଇନସୁଲିନ ପ୍ରଭାବିତ ହୋଇସାରିଛି । ଇନସୁଲିନ ଆପଣଙ୍କ ମାଂସପେଶୀକୁ ଗ୍ଳୁକୋଜ ପହଞ୍ଚାଇ ପାରି ନ ଥାଏ । ଏମିତିରେ ଆପଣ ସବୁବେଳେ କ୍ଳାନ୍ତ ଅନୁଭବ କରିବେ । ଏହାର ଅର୍ଥ ଆପଣ ଆପଣ ଡାଏବେଟିସର ଶିକାର ହୋଇସାରଛନ୍ତି ।