ପରିବାର ବିରୁଦ୍ଧରେ ଘରୁ ବାହାରି ଏହିସବୁ କଳକାରମାନେ କରିଥିଲେ ବିବାହ, ଜଣେ ତ ସିନ୍ଦୁର ଜାଗାରେ ଲିପଷ୍ଟିକର କରିଥିଲେ ବ୍ୟବହାର

ବଲୀଉଡରେ ୨୦୧୭ ଏବଂ ୧୮ରେ ବହୁତ ବାହାଘର ଭରପୁର ରହିଥିଲା ଏବଂ ବର୍ତ୍ତମାନ ଖବର ଅନୁସାରେ ୨୦୧୯ରେ ବି ବହୁତ କଳାକାରମାନେ ବାହାଘର ବନ୍ଧନରେ ବାନ୍ଧି ହୋଇଯିବେ । ଏହି ବାହାଘରକୁ ଦେଖି ଲାଗିଲା କି ଯେତେବେଳେ ଦୁଇଜଣ ଭଲ ପାଆନ୍ତି ତେବେ ପୁରା ସାମାଜିକ ପରମ୍ପରା ଅନୁସାରେ ତାଙ୍କର ବାହାଘର କରି ଦିଆଯାଏ । କିନ୍ତୁ ବଲୀଉଡର କିଛି କଳକାରମାନେ ନିଜ ପରିବାରଙ୍କର ବିରୁଦ୍ଧରେ ଯାଇ ବାହା ହୋଇଛନ୍ତି ଏବଂ ବାହାଘରର ଷ୍ଟାଇଲ ବି ପୁରା ଅଲଗା ଅଟେ ।

ଚାଲନ୍ତୁ ଆଜି ଆମେ ଆପଣଙ୍କୁ କହୁଛୁ କିଛି ଏମିତି ହିଁ ଫିଲ୍ମର ଯୋଡିଙ୍କ ବିଷୟରେ ।

ଆମିର ରୀନା

କିରଣ ରାୱଙ୍କ ପୂର୍ବରୁ ଆମିରଙ୍କର ପତ୍ନୀ ରୀନା ଥିଲେ । ଦୁଇଜଣଙ୍କର ପ୍ରେମ କାହାଣୀ ଏବଂ ବାହାଘର ବହୁତ ଫିଲ୍ମି ଥିଲା । କହିବାକୁ ଗଲେ ରୀନା ଆମିରଙ୍କର ପଡୋଶୀ ଥିଲେ । ଆମିର ମୁସ୍ଲିମ ଏବଂ ରୀନା ହିନ୍ଦୁ ଥିଲେ ସେଥିପାଇଁ ଦୁଇଜଣ ଜାଣିଥିଲେ କି ତାଙ୍କର ବାହାଘର ଅସମ୍ଭବ ଅଟେ । ଏମିତିରେ ଆମିର ୨୧ ବର୍ଷରେ ନିଜ ପରିବାର ଠାରୁ ଲୁଚି ରୀନାଙ୍କ ସହିତ ବାହା ହୋଇଗଲେ । ରୀନା ବି ସେହି ସମୟରେ ସ୍କୁଲ ଯାଉଥିଲେ । କିନ୍ତୁ ବହୁତ ସମୟ ପରେ ଦୁଇଜଣ ମଧ୍ୟରେ ତଲାକ ହୋଇଗଲା ।

ଶକ୍ତି କପୁର – ଶିବାଙ୍ଗୀ

ଫିଲ୍ମରେ ଅଧିକ ଖଳନାୟକ ଅଭିନୟ କରିଥିବା ଶକ୍ତି କପୁର ନିଜର ସ୍ତ୍ରୀ ଏବଂ ପରିବାର ପାଇଁ ମଧ୍ୟ ଖଳନାୟକ ପ୍ରମାଣିତ ହୋଇଥିଲେ । ଅଭିନେତ୍ରୀ ପଦ୍ମିନୀ କୋଲ୍ହାପୁରୀଙ୍କର ଭଉଣୀ ଶିବାଙ୍ଗୀଙ୍କୁ ଶକ୍ତି କପୁର ଏକ ଫିଲ୍ମ ସେଟରେ ଦେଖିଥିଲେ । ପ୍ରଥମ ଦେଖାରେ ହିଁ ଦୁଇଜଣଙ୍କୁ ପ୍ରେମ ହୋଇ ଯାଇଥିଲା । କିନ୍ତୁ ଶିବାଙ୍ଗୀଙ୍କର ପରିବାର ଲୋକମାନଙ୍କୁ ଦୁଇଜଣଙ୍କର ବାହାଘର ପାଇଁ ଆପତ୍ତି ଥିଲା ସେଥିପାଇଁ ଦୁଇଜଣ ଘରୁ ବାହାରି ୧୯୮୨ ରେ ବାହା ହୋଇଥିଲେ ।

ଶମ୍ମି କପୁର – ଗୀତା ବାଳୀ

କହିଦେଉଛୁ ଯେ ଯେତେବେଳେ ଶମ୍ମି ଏବଂ ଗୀତାଙ୍କୁ ପରସ୍ପର ପ୍ରେମ ହେଲା ସେତେବୀଲ ଗୀତା ଏକ ସଫଳ ଅଭିନେତ୍ରୀ ଥିଲେ ଏବଂ ଶମ୍ମି ଏହି ସମୟରେ ସ୍ଟ୍ରଗଲ କରୁଥିଲେ । କେବଳ ଏତିକି ନୁହେଁ ଗୀତା ଶମ୍ମିଙ୍କ ଠାରୁ ଗୋଟିଏ ବର୍ଷ ବଡ ବି ଥିଲେ ଏବଂ ସେହି ସମୟରେ ବୟସ ପାର୍ଥକ୍ୟ ଏକ ବଡ ଅସୁବିଧା ଥିଲା । ତଥାପି ଶମ୍ମି ଏବଂ ଗୀତା ବାହାଘର ପାଇଁ ନିଷ୍ପତି ନେଲେ ଏବଂ ଜନୀ ୱକର ତାଙ୍କୁ ଏହି କାମରେ ସାହାର୍ଯ୍ୟ କରିଥିଲେ ।

ବାହାଘର ସମୟରେ ଶମ୍ମିଙ୍କ ପାଖରେ ସିନ୍ଦୁର ନଥିଲା ତେବେ ସେ ଗୀତାଙ୍କର ଲିପଷ୍ଟିକକୁ ତାଙ୍କର ମୁଣ୍ଡରେ ଭରିଥିଲେ ।

ଆପଣଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଲା ତେବେ ଶେୟାର କରନ୍ତୁ । ଏଭଳି ଅନେକ ମନୋରଞ୍ଜନ ପୋଷ୍ଟ ସବୁ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।