tv ଇଣ୍ଡଷ୍ଟ୍ରିରେ କାମ କରୁଥିବା ଏହି Actors ମାନେ ରିଅଲ ଲାଇଫରେ ଭାଇ ଭଉଣୀ

ଟିଭି ଇଣ୍ଡଷ୍ଟ୍ରି ରେ ଆଜି ଅନେକ ଅଭିନେତା ନିଜ ପ୍ରତିଭା ବଳରେ ବହୁତ ନାମ କମାଇଛନ୍ତି ଓ ବଲିଉଡ ର ଅଭିନେତା ମାନଙ୍କୁ ବରାବର ଟକ୍କର୍ ଦେଉଛନ୍ତି । ଏହି ଅଭିନେତା ମାନଙ୍କ ଭଉଣୀ ମାନେ ଦେଖିବାକୁ ବଲିଉଡ ର କୌଣସି ଅଭିନେତ୍ରୀଙ୍କ ଠୁ କମ ନୁହନ୍ତି ।

୧- ସୋଏବ୍ ଇବ୍ରାହିମ୍ -ଧାରାବାହିକ “ଶଶୁରାଲ୍ ସିମର୍ କା” ରେ ଅଭିନୟ କରି ସୋଏବ୍ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ସେ “ରେହନା ହେ ତେରୀ ପଲକୋ କି ଛାଓ” ମେ ଧାରାବାହିକ ରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ଓ ମଧୁବାଲା, କୋଇ ଲୋଟ୍ କେ ଆୟା ହେ ପରି ଅନେକ ଲୋକପ୍ରିୟ ଧାରାବାହିକ ରେ କାମ କରି ସାରିଛନ୍ତି ।

ସେ ଧର୍ମ ର ପ୍ରତିବନ୍ଧକ କୁ ପାର କରି ଅଭିନେତ୍ରୀ ଦୀପିକା କକ୍କର ଙ୍କୁ ବିବାହ କରିଥିଲେ । ତାଙ୍କ ଭଉଣୀ ହେଉଛନ୍ତି ସବା ଇବ୍ରାହିମ୍ । ସେ ଜଣେ ଷ୍ଟୁଡେଣ୍ଟ୍ । ସେ ଦେଖିବାକୁ ବହୁତ ସୁନ୍ଦର । ନିକଟରେ ସୋଏବ୍ ତାଙ୍କ ଭଉଣୀ ଙ୍କ ଜନ୍ମଦିନ ପାଳନ କରିଥିଲେ ।

୨- କୁଶଲ ଟଣ୍ଡନ୍

ଛୋଟ ପରଦାର କୁଲ୍ ଅଭିନେତା କୁଶାଲ ଟଣ୍ଡନ୍ ଆଜି ଘରେ ଘରେ ପରିଚିତ । ସେ ଏକ୍ ହଜାରୋ ମେ ମେରି ବେହନା ହେ, ବେହଦ୍ ଓ ହମ୍ ପରି ଲୋକପ୍ରିୟ ଧାରାବାହିକ ରେ ଅଭିନୟ କରିଛନ୍ତି । ତାଙ୍କର ଦୁଇ ଭଉଣୀ ନିନା ଓ ଭାବନା । ଏମାନେ ଦୁଇ ଜଣ କୁଶଲ ଙ୍କ ଠୁ ବଡ଼ । ଏମାନେ ବିବାହିତ ଓ ନିଜ ଜୀବନରେ ଖୁସି ଅଛନ୍ତି । ତାଙ୍କ ଭଉଣୀ ମାନେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଓ ଭାଇଙ୍କୁ ମଧ୍ୟ ବହୁତ ଭଲପାଆନ୍ତି ।

୩- କରନ୍ ଟାକର୍

ନିଜ ହସରେ ସମସ୍ତଙ୍କୁ ନିଜ ଦିୱାନା କରୁଥିବା କରନ୍ “ଏକ୍ ହଜାରୋ ମେ ମେରି ବେହନା ହେ” ରେ ଦର୍ଶକଙ୍କ ମନ ଛୁଇଁ ପାଇଥିଲେ । ସେ ଲଭ୍ ନେ ବନାଦି ଯୋଡ଼ି, ରଙ୍ଗ ବଦଲତି ଚୁନେରିୟା ଓ ପୁନର୍ବିବାହ ଆଦି ଲୋକପ୍ରିୟ ଧାରାବାହିକ ରେ କାମ କରିଛନ୍ତି । ତାଙ୍କ ଭଉଣୀ ଶାସା ଟାକର୍ ଙ୍କ ବୟସ ୩୦ ବର୍ଷ ଓ ସେ ବିବାହିତ । କରନ୍ ତାଙ୍କ ଭଉଣୀକୁ ବହୁତ ଭଲ ପାଆନ୍ତି ।

୪- ମୋହସିନ ଖାନ୍

“ରେ ରିସ୍ତା କ୍ୟା କେହଲାତା ହେ” ରେ କାର୍ତ୍ତିକ ନାମରେ ପରିଚିତ ମୋହସିନ ଖାନ୍ ଟିଭି ଇଣ୍ଡଷ୍ଟ୍ରି ରେ ଏହି ଧାରାବାହିକ ଜରିଆରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଚରିତ୍ର ଓ ଅଭିନୟକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି । ତାଙ୍କ ଭଉଣୀ ଙ୍କ ନାମ ହେଉଛି ଜିଭା । ନିକଟରେ ତାଙ୍କର ବିବାହ ହୋଇଥିଲା ଓ ବିବାହର ଫଟୋଗୁଡ଼ିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା । ସେଥିରୁ ଆପଣ ଜାଣି ପାରିବେ ତାଙ୍କ ଭଉଣୀ ଦେଖିବାକୁ ବହୁତ ସୁନ୍ଦରୀ ।

୫- ବରୁଣ ସୋବତି

“ଇସ୍ ପ୍ୟାର କୋ କ୍ଯା ନାମ୍ ଦୁ” ଧାରାବାହିକରେ ଖୁବ୍ ଲୋକପ୍ରିୟତା ହାସଲ କରିଥିବା ବରୁଣ ସୋବତି ଆହୁରି ଅନେକ ଲୋକପ୍ରିୟ ଧାରାବାହିକ ରେ କାମ କରି ଘରେ ଘରେ ପରିଚିତ । ତାଙ୍କ ଭଉଣୀ ହେଲେ ରିଚା ଅରୋରା । ସେ ବିବାହିତ ଓ ତାଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି । ସେ ଭାଇ ବରୁଣ ଙ୍କୁ ବହୁତ ଭଲ ପାଆନ୍ତି ଓ ମା ପରି ତାଙ୍କର ଧ୍ୟାନ ରଖନ୍ତି । ରିଚା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।