ସନୀଦେଓଲଙ୍କ ପୁଅଙ୍କ ବଡ ଖୁଲାସା, କହିଲେ – ଯେତେବେଳେ ମୁଁ ବାପାଙ୍କୁ କହିଲି କି ମୋତେ ହିରୋ ହେବାର ଅଛି ତ ସେ କହିଲେ…

ବଲୀଉଡରେ ବର୍ତ୍ତମାନ ସମୟରେ ବହୁତ ଷ୍ଟାରକିଡ୍ସଙ୍କର ଏଣ୍ଟ୍ରି ହେଉଛି । ଖାସ କରି ଏହି ବର୍ଷ ବହୁତ ବଲୀଉଡ ଷ୍ଟାରଙ୍କର ପିଲାମାନେ ଫିଲ୍ମରେ ଏଣ୍ଟ୍ରି ମାରିଛନ୍ତି । ବର୍ତ୍ତମାନ ଏହା ମଧ୍ୟରେ ଜଲ୍ଦି ହିଁ ସନୀ ଦେଓଲଙ୍କ ପୁଅ କରଣ ଦେଓଲ ବି ବଲୀଉଡକୁ ଡେବ୍ୟୁ କରିବାକୁ ଯାଉଛନ୍ତି । କହିବାକୁ ଗଲେ କରଣ ଦେଓଲଙ୍କର ପିତା ସନୀ ଦେଓଲ ଓ ତାଙ୍କର ପିତା ଧର୍ମେନ୍ଦ୍ର ସିଂହ ଦେଓଲ ବି ଏହି ଇଣ୍ଡଷ୍ଟ୍ରିରେ ବହୁତ ଜଣା ଶୁଣା ଅଭିନେତା ଅଟନ୍ତି ।

ଆପଣଙ୍କୁ କହିଦେଉଛୁ କି କରଣ ଦେଓଲ ‘ପଲ ପଲ ଦିଲ କେ ପାସ’ ଫିଲ୍ମରୁ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ତାଙ୍କ ଅପୋଜିଟରେ ‘ସହର ବମ୍ବା’ ନାମକ ଏକ ନିଉ ଅଭିନେତ୍ରୀକୁ କାସ୍ଟ କରା ଯାଇଛି । ଏହି ଫିଲ୍ମର ଟିଜର ଓ ଗୀତ ରିଲିଜ ହୋଇ ସାରିଛି ଓ ଦର୍ଶକମାନେ ବି ଏହାକୁ ବହୁତ ପସନ୍ଦ କରୁଛନ୍ତି । ଏମିତିରେ ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ଅପେକ୍ଷା ଅଛି ।

ବର୍ତ୍ତମାନ ହିଁ କରଣ ଦେଓଲ ମୁମ୍ବାଇ ମିରରରେ ଏକ ଇଣ୍ଟରଭ୍ୟୁ ଦେଇଛନ୍ତି । ଏହି ଇଣ୍ଟରଭ୍ୟୁରେ ସେ କହିଲେ କି ଯେତେବେଳେ ସେ ବାପା ସନୀ ଦେଓଲଙ୍କୁ କହିଲେ କି ସେ ହିରୋ ହେବାକୁ ଚାହୁଁଛନ୍ତି ତେବେ ତାଙ୍କର କଣ ରିୟାକ୍ସନ ଥିଲା । କରଣ କହିଲେ କି “ବାପା କହିଲେ କି ପ୍ରଥମେ ଜେଜେବାପାଙ୍କୁ ଏହି କଥା ପଚାରିବା ଉଚିତ । ସେ ହିଁ ଏ ଘରର ବସ ଅଟନ୍ତି ।

ଯେତେବେଳେ ମୁଁ ଏହା କହିଲି ତେବେ ସେ ମୋତେ ସପୋର୍ଟ କରିବା ପାଇଁ ପ୍ରତିଙ୍ଗା କଲେ । ଏହା ସହିତ ମୋତେ କମ୍ପଟୀଶନ ରୁ ସାବଧାନ ରହିବାକୁ ଏବଂ ମାନସିକ ଓ ଭାବନାତ୍ମକ ରୂପରେ ମଜବୁତ ରହିବା ପାଇଁ ଉପଦେଶ ବି ଦେଲେ ।“ କରଣ ଆଗକୁ ନିଜର ଜେଜେବାପା ଧର୍ମେନ୍ଦ୍ରଙ୍କ ବିଷୟରେ କହିଲେ କି “ମୋର ଜେଜେବାପା ମୋତେ ନେଇ ବହୁତ ନର୍ଭସ ଥିଲେ, କିନ୍ତୁ ପରେ ଧୀରେ ଧୀରେ ସମସ୍ତଙ୍କୁ ଏହି ଆଇଡିୟା ପସନ୍ଦ ଆସିଲା ।“

ଯେତେବେଳ କରଣଙ୍କୁ ପଚରାଗଲା କି ସେ ନିଜର ଡେବ୍ୟୁ ପାଇଁ ରୋମାଣ୍ଟିକ ଫିଲ୍ମ ହିଁ କାହିଁକି ବାଛିଲେ । ତେବେ ସେ କହିଲେ କି “ମୁଁ ନିଜେ ରୋମାଣ୍ଟିକ ଅଟେ । ମୁଁ ଏକ ଲଭ ଷ୍ଟୋରିରୁ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛି କାରଣ ଏହା ମୋତେ ବହୁତ ଭଲ ଲାଗିଲା । କହିବାକୁ ଗଲେ ଫିଲ୍ମରେ ଆକ୍ସନ ବି ଅଛି, ଯାହାକି ଫିଲ୍ମରେ ମୋ ଚରିତ୍ରର ଅନ୍ୟ ଏକ ଚେହେରା ଅଟେ ।”

ଆଶ୍ଚର୍ଯ୍ୟର କଥା ଏହା ଅଟେ କି ବଲୀଉଡରେ ନିଜର ପ୍ରଥମ ଫିଲ୍ମରୁ ଡେବ୍ୟୁ କରିବା ପୂର୍ବରୁ ହିଁ କରଣ ନିଜର ଦ୍ଵିତୀୟ ଫିଲ୍ମ ସାଇନ କରି ନେଇଛନ୍ତି । କିନ୍ତୁ ଏହା ବିଷୟରେ ଅଧିକ କିଛି ନ କହି କେବଳ କହିଲେ କି ଏହା ଏକ କମେଡୀ ଫିଲ୍ମ ଅଟେ ଯାହାକି ମୋର ପୂର୍ବ ଫିଲ୍ମ ଠାରୁ ବହୁତ ଅଲଗା ଅଟେ ।