ନମ୍ବର ୭ କାହିଁକି ହୋଇଥାଏ ଏତେ ଖାସ, ଆଜି ଜାଣି ନିଅନ୍ତୁ ଏହାର ପୁରା ରହସ୍ୟ

ଆପଣ କେବେ ଏହି କଥା ଉପରେ ଧ୍ୟାନ ଦେଇଛନ୍ତି କି ଆମର ସପ୍ତାହ ୭ ଦିନ, ଅଜୁବା ୭ଟି, ଜନ୍ମ ୭ ଥର, ସ୍ଵର ୭ଟି, ସମୁଦ୍ର ୭ଟି, ଇନ୍ଦ୍ରଧନୁଷରେ ବି ୭ଟି ରଙ୍ଗ ଓ ବିବାହ ସମୟରେ ୭ଟି ଫେରା ହୋଇଥାଏ । ଏମିତି ବି କୁହାଯାଏ କି ପୁରା ଦୁନିଆରେ ଗୋଟିଏ ହିଁ ଚେହେରାର ୭ ଜଣ ବ୍ୟକ୍ତି ମିଳିଥାନ୍ତି । କହିବାକୁ ଗଲେ ୭ ନମ୍ବରକୁ ବହୁତ ଲକି ବୋଲି ବି କୁହାଯାଏ । ଅଙ୍କ ଶାସ୍ତ୍ରରେ ବି ଏହା ବିଷୟରେ ଉଲ୍ଲେଖ କରା ଯାଇଛି ଓ କେତେକ ଶୁଭ କାର୍ଯ୍ୟରେ ବି ଏହାର ଉପଯୋଗ କରାଯାଇଥାଏ ।

ଏମିତିରେ ପ୍ରଶ୍ନ ଉଠୁଛି କି ନମ୍ବର ୭ ଏତେ ଖାସ କାହିଁକି ହୋଇଥାଏ, ଆସନ୍ତୁ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା ।

ଏଥିପାଇଁ ଖାସ ହୋଇଥାଏ ନମ୍ବର ୭

ଏମିତି ବି କୁହାଯାଇ ଥାଏ କି ଯଦି ଆପଣଙ୍କୁ ନମ୍ବର ୭ ବାରମ୍ବାର ଦେଖା ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ସହିତ କୌଣସି ଦିବ୍ୟ ଶକ୍ତି ଅଛି । ହିନ୍ଦୁ ଧର୍ମ ଛଡା ଇସ୍ଲାମ ଧର୍ମରେ ବି ସବୁଠୁ ପବିତ୍ର ଅଙ୍କ ୭୮୬ର ଆରମ୍ଭ ବି ୭ରୁ ହିଁ ହୋଇଥାଏ । କୁହାଯାଏ କି ଏହି ଅଙ୍କ କାହାକୁ ବି କୋଟିପତି କରି ପାରେ ।

ଏହା ଛଡା ଈସାଈ ଧର୍ମର ପବିତ୍ର ଗ୍ରନ୍ଥ ବାଇବେଲରେ ବି କୁହାଯାଇଛି କି ଇଶ୍ଵର ପୁରା ଦୁନିଆକୁ ୬ ଦିନରେ ପ୍ରସ୍ତୁତ କରିଥିଲେ ଓ ସପ୍ତମ ଦିନରେ ଆରାମ କରିବା ପାଇଁ ନିଷ୍ପତି ନେଇଥିଲେ । ଏତିକି ନୁହେଁ ବାଇବେଲରେ ନମ୍ବର ୭କୁ ପରଫେକ୍ସନ ଓ କମ୍ପ୍ଲୀଶନ ର ସଂକେତ ବୋଲି ମଧ୍ୟ କୁହାଯାଇଛି । ଏହା ଛଡା ଯଦି ଆପଣ ଆସ୍ତିକ ଅଟନ୍ତି ତେବେ ଆପଣ ଶୁଣିଥିବେ କି ଶରୀରରେ ୭ଟି ଚକ୍ର ଅଛି ଯାହା ଆମ ଭିତରେ ଥିବା ଶକ୍ତି ଗୁଡିକୁ ଜାଗୃତ କରିବାର କାମ କରିଥାଏ ।

ଯେତେବେଳେ ଆପଣଙ୍କର ମନ ଶାନ୍ତ ଥାଏ, ତେବେ ଯାଇ ଏହି ଚକ୍ର ଗୁଡିକ ଜାଗୃତ ହୋଇଥାଏ ।

ଆପଣ ଯଦି ଧ୍ୟାନ ଦେଇଥିବେ ତେବେ ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କର ଜର୍ସୀ ଉପରେ ବି ସାତ ନମ୍ବର ଲେଖା ହୋଇଥାଏ । ତାଙ୍କର ଜନ୍ମ ଦିବସ ବି ୭ ଅଟେ । ଏତିକି ନୁହେଁ ଫୁଟବଲର କ୍ରିସ୍ଟୀୟାନୋଂ ରୋନାଲ୍ଡୋଙ୍କର ଜର୍ସୀର ନମ୍ବର ବି ୭ ଅଟେ । ଏହି ନମ୍ବରର ଖାସ କଥା ଏହା ଅଟେ କି ଆମର ଭାରତ ଦେଶ ବି କ୍ଷେତ୍ରଫଳ ଦୃଷ୍ଟିରେ ୭ ମ ନମ୍ବରରେ ଆସିଥାଏ ।

ଏମିତିରେ ଯଦି ଆପଣଙ୍କୁ ବି ଏହି ଲକି ନମ୍ବର ବାରମ୍ବାର ନଜର ଆସେ ତେବେ ଜାଣି ନିଅନ୍ତୁ କି ଆପଣଙ୍କ ସହିତ କିଛି ଭଲ ହେବାର ଅଛି ।