bollywood ର ଏହି 3 ସୁନ୍ଦର ହିରୋଇନ ଜଣେ ହିଁ ହିରୋଙ୍କୁ କରୁଥିଲେ ପ୍ରେମ, ହେଲେ ବଦଳରେ ମିଳିଲା ତିନି ଜଣଙ୍କୁ ଧୋଖା

୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ରବିନା ଟଣ୍ଡନ୍, ତବ୍ବୁ ଓ କରିସ୍ମା କପୁର୍, ଏହି ୩ ଜଣ ହିଁ ନିଜର ଅନନ୍ୟ ପ୍ରଦର୍ଶନରେ ଅନେକ ଫିଲ୍ମ୍ କରି ସେହି ସମୟରେ ଦର୍ଶକଙ୍କ ହୃଦୟ ଜିତି ଥିଲେ । ତିନି ଜଣଙ୍କର ଅଭିନୟ ଶୈଳୀ ବହୁତ ଅଲଗା ଥିଲେ ମଧ୍ୟ, ଡେଟ୍ କରିବା ମାମଲାରେ ତିନି ଜଣଙ୍କ ପସନ୍ଦ ଏକା ଥିଲା । ତିନି ଜଣ, ଜଣେ ହିଁ ଅଭିନେତା ଙ୍କୁ ପ୍ରେମ କରୁଥିଲେ । ଲମ୍ବା ସମୟ ଧରି ଡେଟ୍ ମଧ୍ୟ କରିଥିଲେ ।

କିନ୍ତୁ ଅଭିନେତା ଜଣଙ୍କ ଏମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ନିଜର ଜୀବନସାଥି କରି ନ ଥିଲେ । ଅଭିନେତା ଜଣଙ୍କ ହେଲେ ଆମ ସମସ୍ତଙ୍କ ର ପ୍ରିୟ ସିଙ୍ଘମ୍ ଅଜୟ ଦେବଗନ୍ । ୯୦ ଦଶକରେ ପର୍ଦା ଉପରେ ରବିନା ଟଣ୍ଡନ୍ ଓ ଅଜୟ ଦେବଗନ୍ ଙ୍କ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରୁଥିଲେ । କିନ୍ତୁ ପର୍ଦା ବାହାରେ ମଧ୍ୟ ଏମାନଙ୍କର ଯୋଡ଼ି ବନି ଯାଇଥିଲା ।

ରବିନା, ଅଜୟ ଙ୍କ ପ୍ରେମରେ ପାଗଳ ଥିଲେ ଓ ପ୍ରାୟ ଦୁହିଁଙ୍କ ଫଟୋ ଖବର କାଗଜ ଓ ପତ୍ରିକା ରେ ଦେଖିବାକୁ ମିଳୁଥିଲା । ଏହିସବୁ ଦେଖି ରବିନା ଙ୍କୁ ଡିପ୍ରେଶନ ହୋଇ ଯାଇଥିଲା ଓ ସେ ଆତ୍ମହତ୍ୟା କରିବାର ପ୍ରୟାସ ମଧ୍ୟ କରିଥିଲେ । ସେତେବେଳେ ଅଜୟ ଦେବଗନ୍ ଏକ ସାକ୍ଷାତକାର ରେ କହିଥିଲେ ଏହା କେବଳ ଲୋକ ଦେଖାଣିଆ ଅଟେ । ଏମିତି ବୟାନ ବାଜି ଦ୍ୱାରା ଦୁହେଁ ଦୁହିଁଙ୍କୁ ଦୋଷାରୋପ କରୁ କରୁ ଅଲଗା ହୋଇଯାଇଥିଲେ ।

ତାପରେ ଦେଖିବା ଅଜୟ ଓ କରିସ୍ମାଙ୍କ ଯୋଡ଼ି । ଫିଲ୍ମ୍ ଜିଗର୍ ର ସୁଟିଂ ବେଳେ ଯେତେବେଳେ ସେମାନଙ୍କର ସାକ୍ଷାତ ହୋଇଥିଲା ଅଜୟ ଜଣେ ସଂଘର୍ଷ କରୁଥିବା ଅଭିନେତା ଥିଲେ । କିନ୍ତୁ କରିସ୍ମା ବଲିଉଡ ର ନଂ.୧ ଅଭିନେତ୍ରୀ ଥିଲେ ।

ତଥାପି ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ ଓ ଲମ୍ବା ସମୟ ଧରି ଡେଟ୍ ମଧ୍ୟ କରିଥିଲେ । ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ଥିବା ବେଳେ ଏମାନଙ୍କ ମଧ୍ୟରେ କାଜଲ ଆସି ଯାଇଥିଲେ । ଦିନେ ଅଜୟ ଓ କାଜଲ ଙ୍କୁ ଏକ ରୁମ୍ ରେ ଥିବା ଶୁଣି ସେମାନଙ୍କ ସଂପର୍କ ଧୀରେ ଧୀରେ ଖରାପ ହୋଇ ଯାଇଥିଲା ଓ ଶେଷରେ ଭାଙ୍ଗି ଗଲା ।

ଶେଷରେ ଅଭିନେତ୍ରୀ ତବ୍ବୁ ଓ ଅଜୟଙ୍କ ପ୍ରେମ କାହାଣୀ । ଏମାନେ ଛୋଟ ବେଳୁ ହିଁ ଦୁହେଁ ଦୁହିଁଙ୍କୁ ଜାଣିଥିଲେ ଓ ବହୁତ ଉତ୍ତମ ବନ୍ଧୁ ମଧ୍ୟ ଥିଲେ । ଏହି ବନ୍ଧୁତା, ପ୍ରେମ ରେ ବଦଳି ଯାଇଥିଲା ଯେତେବେଳେ ଏମାନେ ୧୯୯୫ ରେ ଫିଲ୍ମ୍ ହକିକତ ରେ ଏକାଠି କାମ କଲେ । କିନ୍ତୁ ଏମାନେ ଏହି ସମ୍ପର୍କକୁ ବେଶୀ ବଢ଼ିବାକୁ ଦେଇ ନ ଥିଲେ ଓ ଶୀଘ୍ର ଶେଷ କରି ଦେଇଥିଲେ । ବର୍ତ୍ତମାନ ବି ଏମାନେ ଭଲ ବନ୍ଧୁ ଅଟନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।