ଲଭ ମ୍ୟାରେଜ ର ଟ୍ରେଣ୍ଡରେ ଏହି ବଲିଉଡ ଷ୍ଟାରମାନେ କରିଲେ ଆରେଞ୍ଜ ମ୍ୟାରେଜ, ମାତା – ପିତାଙ୍କର ନିଷ୍ପତ୍ତିକୁ ଦେଲେ ସମ୍ମାନ, ଦେଖନ୍ତୁ

ପ୍ରତ୍ୟେକଙ୍କ ଜୀବନରେ ବିବାହ ଏକ ମହତ୍ଵପୂର୍ଣ ଅଂଶ ହୋଇଥାଏ । କିନ୍ତୁ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜ ରେ ବହୁତ ଫରକ ହୋଇଥାଏ । ବଲିଉଡର ସେଲିବ୍ରିଟୀ ହେଉ କିମ୍ବା ସାଧାରଣ ମଣିଷ ସମସ୍ତଙ୍କ ପାଇଁ ବିବାହ ନିଷ୍ପତ୍ତି ସବୁଠୁ ଖାସ ହୋଇଥାଏ । ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ବଲିଉଡର ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଲଭ ମ୍ୟାରେଜ କରିବା ଜାଗାରେ ଆରେଞ୍ଜ ମ୍ୟାରେଜ କରିଛନ୍ତି । ସେମାନଙ୍କ ପାଇଁ ତାଙ୍କ ମାତା – ପିତାଙ୍କର ନିଷ୍ପତ୍ତି ହିଁ ସବୁକିଛି ଥିଲା ।

ଶାହିଦ କପୂର

ଶାହିଦ ଇଣ୍ଡଷ୍ଟ୍ରିର ଏମିତି ଜଣେ କଳାକାର ଅଟନ୍ତି ଯିଏକି ନିଜର ସୁନ୍ଦର ଅଭିନୟ ଓ ଡାନ୍ସ ପାଇଁ ପରିଚିତ ଅଟନ୍ତି । ସେ ରୋମାଣ୍ଟିକ ରୋଲ ଠାରୁ ଆରମ୍ଭ କରି ସିରିୟସ ରୋଲକୁ ବି ଭଲ ଭାବରେ କରିଥାନ୍ତି । କହିଦେଉଛୁ କି, ଶାହିଦ କପୁର ବର୍ଷ ୨୦୧୫ରେ ମୀରା ରାଜପୁତଙ୍କୁ କରିଥିଲେ । ଶାହିଦଙ୍କ ପାଇଁ ମୀରା ତାଙ୍କର ମାତା ପିତାଙ୍କର ପସନ୍ଦ ଥିଲେ ।

ମାଧୁରୀ ଦୀକ୍ଷିତ

ମାଧୁରୀ ଦୀକ୍ଷିତ ବଲୀଉଡର ଜଣେ ଏମିତି ଅଭିନେତ୍ରୀ ଅଟନ୍ତି ଯିଏକି ନିଜର ହସ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକମାନଙ୍କୁ ଘାୟଲ କରି ଦିଅନ୍ତି । ମାଧୁରୀ ଦୀକ୍ଷିତ ଅଭିନୟ ସହିତ ଡାନ୍ସରେ ବି ମାହିର ଅଟନ୍ତି । କହିଦେଉଛୁ କି ମାଧୁରୀ ୧୯୯୯ ମସିହାରେ ଆମେରିକାର ସର୍ଜନ ଡାକ୍ତର ଶ୍ରୀରାମ ନେନେଙ୍କୁ ଆରେଞ୍ଜ ମ୍ୟାରେଜ କରିଥିଲେ ।

ବିବେକ ଓବେରୟ

ବିବେକ ଓବେରୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । କିନ୍ତୁ ସେ ବଲିଉଡରେ ସେହିଭଳି ସଫଳତା ହାସଲ କରି ପାରି ନାହାନ୍ତି । କହିଦେଉଛୁ କି ବିବେକ ଓବେରୟ ୨୦୧୦ରେ ପ୍ରିୟଙ୍କା ଏଲ୍ୱାଙ୍କ ସହ ବିବାହ କରିଥିଲେ । ତାଙ୍କର ବି ବିବାହ ଆରେଞ୍ଜଡ ମ୍ୟାରେଜ ଥିଲା ।

ନୀଲ ନିତିନ ମୁକେଶ

ନୀଲ ନିତିନ ମୁକେଶ ଜଣେ ଜଣା ଶୁଣା ଅଭିନେତା ଅଟନ୍ତି । ସେ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ କମ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ଦର୍ଶକମାନେ ତାଙ୍କର କାମକୁ ବହୁତ ପସନ୍ଦ କରନ୍ତି । କହିଦେଉଛୁ କି ନୀଲ ୯ ଫେବ୍ରୁୟାରୀ ୨୦୧୭ରେ ରୁକ୍ମିଣୀଙ୍କ ସହ ବିବାହ କରିଥିଲେ । ନୀଲ ନିଜର ମାତା ପିତାଙ୍କର ପସନ୍ଦଙ୍କୁ ନିଜର ଜୀବନସାଥୀ କରିନେଲେ ।