ଚାଣକ୍ୟ ନୀତି, ବଡ ମଣିଷ ହେବା ପାଇଁ କାଉ ଠାରୁ ଶିଖନ୍ତୁ ଏହି ୪ ଟି କଥା, କଣ ସେହି କଥା ଗୁଡିକ

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ର (ଯାହାକୁ ବର୍ତ୍ତମାନ ପଟନା ନାମରେ ଜଣାଯାଇ ଥାଏ) ର ମହାନ ବିଦ୍ଵାନ ଥିଲେ । ଚାଣକ୍ୟ ନିଜର ନ୍ୟାୟପ୍ରିୟ ଆଚରଣ ପାଇଁ ଜଣା ଯାଉଥିଲେ । ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହେବା ପରେ ବି ସେ ଏକ ସାଧାରଣ କୁଟିଆରେ ହିଁ ରହୁଥିଲେ । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବକୁ ଚାଣକ୍ୟ ନୀତିରେ ଜାଗା ଦେଇଛନ୍ତି ।

ଚାଣକ୍ୟ ନୀତିରେ କିଛି ଏହିଭଳି କଥା ବିଷୟରେ କୁହାଯାଇଛି ଯାହାକୁ ମଣିଷ ପାଳନ କରିଲେ ତାହାକୁ ସଫଳ ହେବା ପାଇଁ କେହି ଅଟକାଇ ପାରିବ ନାହିଁ । ନୀତିରେ କୁହାଯାଇଥିବା କଥା ଆପଣଙ୍କୁ କଟୁ ଲାଗିପାରେ କିନ୍ତୁ ତାହା ବିଲକୁଲ ସତ୍ୟ ଅଟେ । ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହାଯାଇଥିବା ୪ ଟି ଏହିଭଳି କଥା ବିଷୟରେ କହିବୁ ଯାହା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣି ପାରିବ ।

ଆଚାର୍ଯ୍ୟ ଚାଣକ୍ୟଙ୍କର କହିବା ଅଟେ କି ଯେଉଁଭଳି ଏକ କାଉ ନିଜର ଦୃଷ୍ଟି ଚାରିଆଡେ ରଖିଥାଏ, ଠିକ ସେହିଭଳି ବ୍ୟକ୍ତିକୁ ବି ନିଜର ନଜର ଚାରିଆଡେ ରଖିବା ଉଚିତ । ସବୁବେଳେ ତାହାକୁ ଚକିତ ରହିବାକୁ ପଡିବ ଯାହା ଦ୍ଵାରା ତାହାର କେହି କୌଣସି କ୍ଷତି କରି ପାରିବ ନାହିଁ । କାଉ ନିଜର ନଜରକୁ ଚାରିଆଡେ ରଖି ନିଜର ରକ୍ଷା କରିଥାଏ ଓ ନିଜ ପାଇଁ ସଠିକ ସମୟ ଖୋଜିଥାଏ । ସେଥିପାଇଁ ଆମକୁ ବି ସଠିକ ସମୟରେ ସଠିକ କାମ କରିବା ଉଚିତ ।

ଆମକୁ ସବୁବେଳେ ଧ୍ୟାନ ରଖିବା ଉଚିତ କି ବର୍ତ୍ତମାନ ଆମେ କେଉଁ ଷ୍ଟେଜରେ ଅଛୁ ଓ ଆମ ପାଖରେ କଣ କଣ ସୁଯୋଗ ଅଛି । ଏହା ଉପରେ ନିଜର ନଜର ରଖିବାର ଅଛି ଓ ଆମକୁ ସବୁ ସମସ୍ୟାର ସାମ୍ନା ମଧ୍ୟ କରିବାକୁ ପଡିବ ।

ଏହା ଛଡା କିଛି ଅନ୍ୟ କଥା ବିଷୟରେ ବି କହିଛନ୍ତି ଆଚାର୍ଯ୍ୟ ଚାଣକ୍ୟ

ବ୍ୟକ୍ତିଗତ ସମସ୍ୟା ବିଷୟରେ କହିବା

ଚାଣକ୍ୟ ନୀତିରେ ଲେଖାଯାଇଛି କି ବ୍ୟକ୍ତିକୁ କେବେ ବି ନିଜର ବ୍ୟକ୍ତିଗତ ସମସ୍ୟା ଅନ୍ୟ କୌଣସି ବ୍ୟକ୍ତିକୁ କହିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁସାରେ ନିଜର ସମସ୍ୟା ଅନ୍ୟ ଲୋକମାନଙ୍କୁ କହିବ ଦ୍ଵାରା ସେମାନେ ଆପଣଙ୍କ ସାମ୍ନାରେ ଦୁଃଖ ପ୍ରକାଶ କରିଥାନ୍ତି କିନ୍ତୁ ପଛରେ ଖରାପ କହିଥାନ୍ତି ।

ନିଜର ଅପମାନ ବିଷୟରେ କହିବା

ଚାଣକ୍ୟ ଅନୁସାରେ ବ୍ୟକ୍ତିକୁ ନିଜର ଅପମାନ ବିଷୟରେ ବି କାହାକୁ କହିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଆପଣଙ୍କର ଚରିତ୍ର ଖରାପ ବି ହୋଇପାରେ ।

ପତ୍ନୀଙ୍କର ଚରିତ୍ର ବିଷୟରେ କହିବା

ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ କେବେ ବି ନିଜ ସ୍ତ୍ରୀର ଚରିତ୍ର ବିଷୟରେ କାହାରି ସାମ୍ନାରେ ଉଲ୍ଲେଖ କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଅନ୍ୟ ବ୍ୟକ୍ତିମାନେ ଆପଣଙ୍କର ଓ ଆପଣଙ୍କ ସ୍ତ୍ରୀଙ୍କର ଥଟ୍ଟା କରିଥାନ୍ତି ।

ବ୍ୟାପାର ବିଷୟରେ କହିବା

ନିଜ ବ୍ୟାପାର ବିଷୟରେ ବି କାହାକୁ କହିବା ଉଚିତ ନୁହେଁ । କାରଣ ଏହା ଦ୍ଵାରା ଆପଣଙ୍କ ସ୍ଥିତିରେ ଅବନତି ଆସିଥାଏ ଓ ଆପଣଙ୍କୁ କେହି ସାହାର୍ଯ୍ୟ ବି କରିବେ ନାହିଁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।