ଜାଣନ୍ତୁ, କେମିତି ହେଲା ରାଧାଙ୍କର ମୃତ୍ୟୁ ଓ କାହିଁକି ଭଗବାନ ଶ୍ରୀ କୃଷ୍ଣ ଭାଙ୍ଗିଦେଇଥିଲେ ନିଜର ବାଂସୁରୀ ?

ରାଧା କୃଷ୍ଣଙ୍କର ପ୍ରେମ କାହାଣୀ

ରାଧାଙ୍କର କଥା ହେବ ଓ କୃଷ୍ଣଙ୍କର ଚର୍ଚ୍ଚା ହେବ ନାହିଁ, ଏହା କେମିତି ସମ୍ଭବ ! ରାଧା କୃଷ୍ଣ ପରସ୍ପର ବିନା ଅଧୁରା ବୋଲି କୁହାଯାଏ, ତେବେ ତ ସମସ୍ତେ କୃଷ୍ଣଙ୍କ ସହିତ ରାଧାଙ୍କର ନାମ କହିଥାନ୍ତି । ଏହି ଦୁଇଜଣ ପରସ୍ପର ପାଇଁ ହିଁ ଅଟନ୍ତି ଏମାନଙ୍କୁ ଅଲଗା କରିବା ଉଚିତ ନୁହେଁ ।

କୌଣସି ମନ୍ଦିରକୁ ଚାଲିଯାଆନ୍ତୁ ଦେଖିବେ କି ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କର ମୂର୍ତ୍ତି ଅବଶ୍ୟ ରହିଥାଏ । ଦୁଇଜଣଙ୍କର ପ୍ରେମ ଲୀଳା ପୁରା ଦୁନିଆରେ ପ୍ରସିଦ୍ଧ ଅଟେ । କିନ୍ତୁ ଆପଣ କଣ ଜାଣିଛନ୍ତି କି ସେତେବେଳେ କଣ ହୋଇଥିଲା ଯେତେବେଳେ କୃଷ୍ଣ ରାଧାଙ୍କୁ ଛାଡି ଚାଲି ଯାଇଥିଲେ ? ରାଧାଙ୍କର ମୁର୍ତ୍ୟୁ କେମିତି ହୋଇଥିଲା ଓ ତାଙ୍କର ଶେଷ ଇଚ୍ଛା କଣ ଥିଲା ? ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବୁ ।

କେମିତି ହୋଇଥିଲା ରାଧାଙ୍କର ମୁର୍ତ୍ୟୁ ଏବଂ କାହିଁକି ଭଗବାନ ଶ୍ରୀକୃଷ୍ଣ ଭାଙ୍ଗିଥିଲେ ନିଜର ବାଂସୁରୀ

ଯେତେବେଳେ ମାମୁଁ କଂସ ଭଗବାନ ଶ୍ରୀ କୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆମନ୍ତ୍ରଣ କରିଥିଲେ ତେବେ ପ୍ରଥମ ଥର ଭଗବାନ ଶ୍ରୀ କୃଷ୍ଣ ଓ ରାଧା ଅଲଗା ହୋଇଥିଲେ । କିନ୍ତୁ ରାଧା ପୁଣି ଥରେ ଶ୍ରୀ କୃଷ୍ଣଙ୍କୁ ମିଳି ଯାଇଥିଲେ । ରାଧା ଶ୍ରୀକୃଷ୍ଣଙ୍କ ନଗରୀରେ ପହଞ୍ଚିଥିଲେ ଓ ଯେତେବେଳେ ଶ୍ରୀକୃଷ୍ଣ ରାଧାଙ୍କୁ ଦେଖିଲେ ତେବେ ବହୁତ ପ୍ରସନ୍ନ ହୋଇଗଲେ । ରାଧାଙ୍କୁ ଦ୍ଵାରିକା ନଗରୀରେ କେହି ଚିହ୍ନି ନଥିଲେ ।

ସେଥିପାଇଁ ରାଧାଙ୍କ ଅନୁରୋଧରେ ଶ୍ରୀକୃଷ୍ଣ ତାଙ୍କୁ ମହଲର ଦେବିକା ରୂପରେ ନିଯୁକ୍ତି କରିଲେ ଏବଂ ମଝିରେ ମଝିରେ ଶ୍ରୀକୃଷ୍ଣ ଓ ରାଧା ପରସ୍ପର ସହିତ ଦେଖା କରୁଥିଲେ ।

ଚାଲି ଗଲେ ମହଲରୁ

କିନ୍ତୁ ବଢୁଥିବା ବୟସ ସହିତ ସେ ଶ୍ରୀକୃଷ୍ଣଙ୍କ ଠାରୁ ଦୂରକୁ ଯିବା ପାଇଁ ବାଧ୍ୟ ହୋଇଗଲେ । ସେଥିପାଇଁ ଦିନେ ସନ୍ଧ୍ୟା ସମୟରେ ସେ ମହଲରୁ ଚୁପଚାପ ବାହାରି ଗଲେ । ତାଙ୍କୁ ଜଣା ନଥିଲା କି ସେ କେଉଁଠାକୁ ଯାଉଛନ୍ତି କିନ୍ତୁ ଶ୍ରୀକୃଷ୍ଣ ଜାଣିଥିଲେ । ଧୀରେ ଧୀରେ ସମୟ ବିତିଲା । ରାଧା ରାଣୀ ବିଲକୁଲ ଏକୁଟିଆ ହୋଇଗଲେ ଓ ତାଙ୍କୁ ଶ୍ରୀକୃଷ୍ଣଙ୍କର ଆବଶ୍ୟକତା ପଡିଲା । ସେ କୌଣସି ବି ଉପାୟରେ ଶ୍ରୀକୃଷ୍ଣଙ୍କୁ ଦେଖା କରିବାକୁ ଚାହୁଁଥିଲେ । ତାଙ୍କର ଏହି ଇଛା ଜାଣିପାରି ଶ୍ରୀକୃଷ୍ଣ ତାଙ୍କ ସାମ୍ନାକୁ ଆସିଲେ ।

ଶ୍ରୀକୃଷ୍ଣ ବଜାଇଲେ ବାଂସୁରୀ

ଶ୍ରୀକୃଷ୍ଣଙ୍କୁ ନିଜ ସାମ୍ନାରେ ଦେଖି ରାଧା ଅତ୍ୟନ୍ତ ପ୍ରସନ୍ନ ହୋଇଗଲେ । ପରନ୍ତୁ ସେହି ସମୟ ନିକଟ ଥିଲା ଯେତେବେଳେ ରାଧା ନିଜର ପ୍ରାଣକୁ ତ୍ୟାଗ କରି ଦୁନିଆକୁ ଛାଡିବା ପାଇଁ କହୁଥିଲେ । କୃଷ୍ଣ ରାଧାଙ୍କୁ କହିଲେ ତାଙ୍କଠୁ କିଛି ମାଗିବା ପାଇଁ କିନ୍ତୁ ରାଧା ମନା କରିଦେଲେ । କୃଷ୍ଣଙ୍କର ଅନୁରୋଧରେ ରାଧା ତାଙ୍କୁ ଶେଷଥର ପାଇଁ ବାଂସୁରୀ ବଜାଇବାକୁ କହିଲେ, ତା’ପରେ ଶ୍ରୀକୃଷ୍ଣ ବାଂସୁରୀ ବଜାଇବାକୁ ଲାଗିଲେ । ବାଂସୁରୀର ସ୍ଵର ଶୁଣି ଶୁଣି ରାଧା ନିଜର ଶରୀରକୁ ତ୍ୟାଗ କଲେ ।

ତାଙ୍କ ଯିବା ପରେ ଶ୍ରୀ କୃଷ୍ଣ ବହୁତ ଦୁଃଖୀ ହୋଇଗଲେ ଓ ସେ ବାଂସୁରୀକୁ ଭାଙ୍ଗି ଫୋପାଡି ଦେଲେ । ଯେଉଁ ଜାଗାରେ ରାଧା ମୃତ୍ୟୁ ପର୍ଯ୍ୟନ୍ତ କୃଷ୍ଣଙ୍କୁ ଅପେକ୍ଷା କରିଥିଲେ ତାହା ଆଜି ‘ରାଧା ରାଣୀ ମନ୍ଦିର’ ନାମରେ ପରିଚିତ । ଏହି ମନ୍ଦିର ମହାରାଷ୍ଟ୍ରରେ ଅବସ୍ଥିତ ।