ଏମାନେ ହେଲେ Tarang Tv ର ସବୁଠୁ ଧନୀ ଓଡିଆ ସିରିଏଲ ହୀରୋ, ଦେଖନ୍ତୁ ନମ୍ବର 1 ରେ ଅଛି କିଏ ?

ବନ୍ଧୁଗଣ ତରଙ୍ଗ ଚ୍ଯାନେଲରେ ପ୍ରସାରିତ ପ୍ରତ୍ଯେକ ସିରିଏଲ ଗୁଡିକୁ ଆପଣ ମାନେ ତ ନିଶ୍ଚୟ ଦେଖୁଥିବେ । ଆଉ ଏହାର ସିରିଏଲ ମାନଙ୍କରେ ଅଭିନୟ କରୁଥିବା ହିରୋ ମାନଙ୍କୁ ମଧ୍ୟ ଆପଣ ବେଶ ଭଲ ଭାବେ ଜାଣିଥିବେ । କିନ୍ତୁ ଆପଣ କଣ ଜାଣିଛନ୍ତି କି, ଏହି ହିରୋ ମାନଙ୍କ ମଧ୍ୟରୁ ସବୁ ଠାରୁ ଧନୀ ହିରୋ କିଏ ? ଆଉ ଅଭିନୟ ଛଡା ସେମାନଙ୍କର ଆଉ କଣ ସବୁ ବିଜନେସ ରହିଛି ? ଯଦି ଜାଣିବାକୁ ଚାହୁଁଛନ୍ତି ତେବେ ଏହା ସଂପୂର୍ଣ୍ଣ ଭାବେ ପଢନ୍ତୁ । ଆଜି ଆମେ ଆପଣଙ୍କ ପ୍ରିୟ ତରଙ୍ଗ ଟିଭି ଅଭନେତାଙ୍କ ବିଷୟରେ ବିସ୍ତାରରେ କହିବୁ ।

ଆମ ତାଲିକାରେ ପ୍ରଥମେ ଅଛନ୍ତି ତରୁଣ । ତାଙ୍କୁ ଆପଣ ତାରିଣୀ ଆଖିର ତାରା ସିରିଏଲରେ ଅଭିନୟ କରୁଥିବା ଦେଖିବାକୁ ପାଉଥିବେ । ବର୍ତ୍ତମାନ ସମୟରେ ତରୁଣଙ୍କ ପାଖରେ ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହାପରେ ଅଛନ୍ତି ନାଗେଶ । ତାଙ୍କୁ ଆପଣ ‘ମାୟା- କାହାଣୀ ଏକ ନାଗୁଣୀର’ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ । ତେବେ ବର୍ତ୍ତମାନ ନାଗେଶଙ୍କ ପାଖେ ୪୦ ରୁ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଏହାପରେ ଅଛନ୍ତି ସାଇ । ସାଇଙ୍କୁ ଆପଣ ‘କୁଆଁରୀ ବୋହୁ’ ସିରିଏଲରେ ଅଭିନୟ କରୁଥିବା ଦେଖିଥିବେ ।

ସାଇ ବହୁତ ଗରିବ ପରିବାରରୁ ଆସିଛନ୍ତି, କିନ୍ତୁ ଆକ୍ଟିଙ୍ଗ ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ବର୍ତ୍ତମାନ ସମୟରେ ତାଙ୍କ ପାଖରେ ୪୫ ରୁ ୬୦ ଲକ୍ଷ ଟଙ୍କା ରହିଛି । ଏହାପରେ ଆରବଙ୍କୁ ଆପଣ ସିନ୍ଦୂରର ଅଧିକାର ସିରିଏଲରେ ଅଭିନୟ କରୁଥିବାର ଦେଖୁଥିବେ । ଆରବଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ସିରିଏଲ ‘ମଙ୍ଗଳା ଚରଣ’ ରେ ଆପଣ ଚରଣଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖୁଥିବେ । ଚରଣଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୬୦ ରୁ ୬୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି ।

ଅଭିନୟ ବ୍ଯତୀତ ଚରଣ ଙ୍କର ଗୋଟିଏ ହୋଟେଲ ମଧ୍ୟ ଅଛି । ଏହାପରେ ଆମ ତାଲିକାରେ ଅଛନ୍ତି ତୁଷାର । ତୁଷାରଙ୍କ ବାପା ଜଣେ ବହୁତ ବଡ ବିଜନେସ ମ୍ୟାନ । ତୁଷାରଙ୍କ ପାଖରେ ବର୍ତ୍ତମାନ ୬୦ ରୁ ୭୦ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି । ସେହିପରି ଆପଣ ଶିବ ଙ୍କୁ ‘ଝିଅ ଆମର ସୁନାବୋହୂ’ ସିରିଏଲରେ ଅଭିନୟ କରୁଥିବାର ଦେଖୁଥିବେ । ଅଭିନୟରେ ପାଦ ଦେବା ଆଗରୁ ଶିବ ଗୋଟିଏ ରିୟଲ ଇଷ୍ଟେଟର ମାଲିକ ଥିଲେ । ଶିବ ଙ୍କର ସମୁଦାୟ ସମ୍ପତ୍ତି ପ୍ରାୟ ୩ କୋଟିରୁ ସାଢେ ତିନି କୋଟି ହେବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।