Bigg Boss ରେ ହାରିବା ପରେ ବି Winner ଠୁ ଅଧିକ ଫେମସ ହେଇଛନ୍ତି ଏହି 5 ହିରୋଇନ

କଲର୍ସ ଟିଭି ର ରିଆଲିଟି ଶୋ ବିଗବସ ରେ ବହୁତ ଲୋକଙ୍କ ଭାଗ୍ୟ ବଦଳିଯାଇଛି । ବହୁତ ସେଲିବ୍ରିଟି ଙ୍କ ବୁଡୁଥିବା କ୍ୟାରିୟର କୁ ଏହି ଶୋ ସମ୍ଭଳିଛି । ସେମିତି ବହୁତ ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ଏହି ଶୋ ତ ଜିତି ନାହାନ୍ତି କିନ୍ତୁ ଏହି ଶୋ ପାଇଁ ନିଜ କ୍ୟାରିୟର କୁ ଖୁବ ଭଲ ଭାବରେ ସୁଧାରି ଛନ୍ତି । ଆଜି ଆମେ ସେହି ଷ୍ଟାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିଗବସ ଜିତିନାହନ୍ତି କିନ୍ତୁ ଏମାନେ ବହୁତ ଫେମସ ହୋଇଛନ୍ତି । ତେବେ ଚାଲନ୍ତୁ ଜାଣିବା ।

୧:-ସେହେନାଜ ଗିଲ

ଗତ ବର୍ଷ ବିଗବସ ସିଜନ ୧୩ ରେ ନଜର ଆସିଥିଲେ ପଞ୍ଜାବ ର ସିଙ୍ଗର ସେହେନାଜ ଗିଲ । ସେହେନାଜ ଏହି ଶୋ ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଥିଲେ । କିନ୍ତୁ ସେ ଏହି ଶୋ ଜିତିନଥିଲେ । କିନ୍ତୁ ଶୋ ଭିତରେ ହିଁ ସେହେନାଜ ଙ୍କୁ ଆଊ ଏକ ଶୋ ର ଅଫର ମିଳିଥିଲା । ଶୋ ମୂଝାସେ ସାଦି କରୋଗି ରେ ବି ସେହେନାଜ ଦେଖାଯାଇଥିଲା । ସେ କେତେ ଗୁଡେ ମୀଉଜିକ ଆଲବମ ରେ ମଧ୍ୟ ଦେଖାଯାଇଥିଲେ । ବିଗବସ କାରଣରୁ ସେହେନାଜ ଆଜି ବହୁତ ପ୍ରସିଦ୍ଧ ହୋଇଛନ୍ତି । ଏବଂ ସଫଳତା ପ୍ରାପ୍ତି କରୁଛନ୍ତି ।

୨:-ଶନି ଲିଓନି

ବିଗବସ ସିଜନ ୫ ରେ ନଜର ଆସିଥିଲେ ଶନି ପର୍ଣ ଫିଲ୍ମ ରେ କାମ କରୁଥିଲେ । କିନ୍ତୁ ଏହି ଶୋ ରୁ ସବୁଠାରୁ ବେଶୀ ଫାଇଦା ହୋଇଥିଲା ଶନି ଙ୍କୁ । ଏହି ଶୋ ପାଇଁ ଆଜି ତାଙ୍କ ନା ବଲିଉଡ ର ମସୁର ଅଭିନେତ୍ରୀ ମାନଙ୍କ ଭିତରେ ରହିଛି । ଏହି ଶୋ ରେ ଆସିବାପରେ ଶନି ଙ୍କୁ ବହୁତ ଫିଲ୍ମ ଅଫର ଆସିଥିଲା । ଏବଂ ତାଙ୍କ କ୍ୟାରିୟର ବନି ଯାଇଥିଲା ।

୩:-ହୀନା ଖାନ

ବିଗବସ ସୀଜନ ୧୧ ପୂର୍ବରୁ ହିଁ ଟିଭି ଇଣ୍ଡଷ୍ଟ୍ରି ରେ ହିନା ଖାନ ନିଜର ନାମ କରିଥିଲେ । ୟେ ରିସ୍ତା କ୍ୟା କେହଲାତା ହେ ରୁ ହିନା ବହୁତ ପ୍ରସିଦ୍ଧ ହୋଇଥିଲେ । ଏହା ପରେ ମଧ୍ୟ ସେ ବିଗ ବସ କୁ ଯାଇଥିଲେ ଏବଂ ଆଜି ତାଙ୍କୁ ଏହାର ଫାଇଦା ବହୁତ ମିଳିଛି । ହିନା ଏବେ ହଲିଉଡ ପ୍ରୋଜେକ୍ଟ ରେ ବି କାମ କରିବାକୁ ଯାଉଛନ୍ତି । ଏହି ଶୋ ପାଇଁ ହିନା ଙ୍କୁ ଆଗ ଅପେକ୍ଷା ବେଶୀ ସଫଳତା ମିଳିଛି ।

୪:-କରିଷ୍ମା ତନ୍ନା

ଅଭିନେତ୍ରୀ କରିଷ୍ମା ବିଗବସ ସିଜନ ୮ ରେ ଦେଖାଦେଇଥିଲେ । ଏହି ଶୋ ରୁ କରିଷ୍ମା ଙ୍କୁ ଏତେ ଫାଇଦା ହୋଇଥିଲା କି ସେ ଟିଭି ଦୁନିଆରୁ ବାହାରି ସିଧା ଫିଲ୍ମ ଦୁନିଆରେ ପହଞ୍ଚିଥିଲେ । ସେ ବହୁତ ଫିଲ୍ମ ରେ କାମ କରିସାରିଛନ୍ତି । ଏହି ଶୋ ପାଇଁ ତାଙ୍କର କ୍ୟାରିୟର ପୁରା ବଦଳିଯାଇଛି । ଏବଂ ସେ ବହୁତ ସଫଳତା ହାସଲ କରିଛନ୍ତି ।

୫:- ମୋନାଲିସା

ଭୋଜପୁରୀ ଅଭିନେତ୍ରୀ ମୋନାଲିସା ବିଗବସ ସିଜନ ୧୦ ରେ ଦେଖାଦେଇଥିଲେ । ଏହି ଶୋରେ ସେ ନିଜ ପ୍ରେମିକ ବିକ୍ରାନ୍ତ ଙ୍କୁ ବିବାହ ମଧ୍ୟ କରିଥିଲେ । ଶୋ ରୁ ବାହାରିବା ପରେ ତାଙ୍କୁ ଏକତା କପୁର ଙ୍କ ଶୋ ନଜର ରେ ମଧ୍ୟ କାମ ମିଳିଥିଲା । ଏହି ଶୋ ମୋନାଲିସା ଙ୍କୁ ଭୋଜପୁରୀ ଇଣ୍ଡଷ୍ଟ୍ରି ରୁ ବାହାରକରି ହିନ୍ଦୀ ଇଣ୍ଡଷ୍ଟ୍ରି ରେ ବହୁତ ଫେମସ କରିଥିଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।