୧୧ କୋଟି ନେଇ ସ୍ଵାମୀକୁ ଦେଲେ ଡିଭୋର୍ସ, ଏବେ ୩୩ ବର୍ଷ ବୟସରେ କରୁଛନ୍ତି ଅନ୍ୟ ଜଣଙ୍କର ସନ୍ଧାନ, ଦେଖାଯାନ୍ତି ବହୁତ ସୁନ୍ଦର

ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅଦିତି ରାବ ହୈଦରୀଙ୍କର ବହୁତ ଲୋକପ୍ରିୟତା ଅଛି । ଅଦିତିଙ୍କ କ୍ୟାରିୟର ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ଭଲ ରହିଛି । ହେଲେ ଏହି କଥା ବହୁତ କମ ଲୋକ ଜାଣିଛନ୍ତି କି ତାଙ୍କର ବିବାହ ସହିତ ଡିଭୋର୍ସ ମଧ୍ୟ ହୋଇସାରିଛି । ଅଦିତି ବହୁତ ବଡ ରାଜପରିବାର ର ଅଟନ୍ତି । ବର୍ତ୍ତମାନ ତାଙ୍କୁ ୩୩ ବର୍ଷ ହେଇଗଲାଣି ।

ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଦିତି ବହୁତ ଫିଲ୍ମ କରିସାରିଛନ୍ତି । ହେଲେ ଅଦିତି ୨୦୦୯ରେ ପ୍ରଡ୍ୟୁସର ଓ ଫିଲ୍ମ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ବିବାହ କରିଥିଲେ ।


ହେଲେ ତାଙ୍କର ଏହି ବୈବାହିକ ଜୀବନ ଅଧିକ ବର୍ଷ ଚାଲି ନଥିଲା । ବାଦବିବାଦ ପାଇଁ ବିବାହର ୪ ବର୍ଷ ପରେ ତାଙ୍କ ମଧ୍ୟରେ ଡିଭୋର୍ସ ହୋଇଯାଇଥିଲା । ଅଦିତିଙ୍କ ସ୍ଵାମୀ ସତ୍ୟଦୀପ ଡିଭୋର୍ସ ସହିତ ଅଦିତିଙ୍କୁ ୧୧ କୋଟି ଟଙ୍କା ମଧ୍ୟ ଦେଇଥିଲେ । ଯାହାଫଳରେ ସେ ସେହି ସମୟରେ ବହୁତ ଚର୍ଚ୍ଚାରେ ଥିଲେ । ଅଦିତି ଗତ ୮ ବର୍ଷ ହେଲାଣି ଫିଲ୍ମ କରୁଛନ୍ତି ।

୩୩ ବର୍ଷର ଅଦିତି ବହୁତ ସୁନ୍ଦର ଦେଖାଯାନ୍ତି ଓ ଖବର ଅନୁସାରେ ଜଣାପଡିଛି କି ଅଦିତି ଜହିର ଇକବାଲଙ୍କୁ ଡେଟ କରୁଛନ୍ତି । ହେଲେ ଏହା କେତେ ଦୂର ସତ ସମୟ ଆସିଲେ ଜଣା ପଡିଯିବ । ଅଦିତିଙ୍କ ଫ୍ୟାନମାନେ ମଧ୍ୟ ଅପେକ୍ଷାରେ ରହିଛନ୍ତି, ଅଦିତି କେବେ ପୁଣି ବିବାହ କରିବେ ।