ନିଜ ମା’ଙ୍କ ସାମ୍ନାରେ ଷ୍ଟାର ହୋଇପାରିଲେ ନାହିଁ ଏହି ୬ ଜଣ କଳାକାର, ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ହୋଇଯାଇଥିଲା ମା’ଙ୍କ ଦେହାନ୍ତ

ଯେତେବେଳେ ଆମେ ଜୀବନରେ କିଛି ବଡକାମ କରିଥାଉ ବା ସଫଳତା ହାସଲ କରିଥାଉ ମାତା ଓ ପିତା ବହୁତ ଖୁସି ହୋଇଥାନ୍ତି । ଖାସ କରି ମା’ ବହୁତ ଖୁସି ହୁଅନ୍ତି ଏହି ସଫଳତା ପାଇଁ । ଆମ୍ଭେମାନେ ମଧ୍ୟ ଏହା ଚାହୁଁ କି, ଜୀବନରେ ସଫଳ ହୋଇ ପଇସା ରୋଜଗାର କରି ସେମାନଙ୍କୁ ଖୁସି ଦେବା ପାଇଁ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ଖୁସି ସମସ୍ତଙ୍କୁ ମିଳିନଥାଏ । ବଲିଉଡରେ ଏମତି କିଛି ସୁପର ଷ୍ଟାର ଅଛନ୍ତି ଯେଉଁମାନେ ବହୁତ ନାମ ଅର୍ଜନ କରିଛନ୍ତି, କିନ୍ତୁ ଏହାକୁ ଦେଖିବା ପାଇଁ ତାଙ୍କର ମା’ ଆଉ ଜୀବିତ ନାହାନ୍ତି ।

Image courtesy: Google

୧. ଜାହ୍ନବୀ କପୁର

“ଧଡକ” ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ ଜାହ୍ନବୀ । ସୋସିଆଲ ମିଡିଆରେ ଜାହ୍ନବୀଙ୍କର ବହୁତ ଫ୍ୟାନ୍ ଅଛନ୍ତି । ହେଲେ ଦୁର୍ଭାଗ୍ୟର କଥା ଏହା ଅଟେ କି ଜାହ୍ନବୀ କପୁରଙ୍କର ଏହି ସଫଳତାକୁ ତାଙ୍କ ମା’ ଶ୍ରୀଦେବୀ ଦେଖିପାରିଲେ ନାହିଁ । ଶ୍ରୀଦେବୀଙ୍କୁ ଜାହ୍ନବୀଙ୍କର ଏହି ଫିଲ୍ମ ବିଷୟରେ ଜଣା ତ ଥିଲା, ଏହି ଫିଲ୍ମ ରିଲିଜ ପାଇଁ ସେ ଅପେକ୍ଷା ମଧ୍ୟ କରିଥିଲେ । ହେଲେ ଦୁର୍ଭାଗ୍ୟ ଜନିତ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଗଲା ।

Image courtesy: Google

୨. ଅର୍ଜୁନ କପୁର

ଅର୍ଜୁନ କପୁର ଜାହ୍ନବୀଙ୍କର ସାବତ ଭାଇ ଅଟନ୍ତି । ତାଙ୍କ ସହ ମଧ୍ୟ କିଛି ଏହି ପରି ହୋଇଥିଲା । ଅର୍ଜୁନଙ୍କର ପ୍ରଥମ ଫିଲ୍ମ “ଇସକଜାଦେ”ର ରିଲିଜ ହେବାର ଠିକ ଦେଢ ମାସ ପୂର୍ବରୁ ତାଙ୍କ ମା’ଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ପ୍ରଥମ ଫିଲ୍ମକୁ ତାଙ୍କ ମା’ ଦେଖି ପାରି ନଥିଲେ, ଏହାର ଦୁଃଖ ତାଙ୍କୁ ଆଜି ପର୍ଯ୍ୟନ୍ତ ବି ଅଛି ।

Image courtesy: Google

୩. ଶାହରୁଖ ଖାନ

ବଲିଉଡ୍ ର କିଙ୍ଗ ହେଉଛନ୍ତି ଶାହରୁଖ ଖାନ । ତାଙ୍କର ପପୁଲାରିଟି କେବଳ ଭାରତରେ ନୁହେଁ ପୁରା ବିଶ୍ଵରେ ଅଛି । କିନ୍ତୁ ଦୁଃଖର କଥା ଏହା ଅଟେ କି ଶାହରୁଖ ଖାନଙ୍କର ମା’ ଲତୀଫ ଫାତିମା ଖାନ ତାଙ୍କର ଏହି ସଫଳତାକୁ ଦେଖିବା ପୂର୍ବରୁ ତାଙ୍କର ଦେହାନ୍ତ ହୋଇଯାଇଥିଲା ।

Image courtesy: Google

୪. ସଞ୍ଜୟ ଦତ୍ତ

ସଞ୍ଜୟ ଦତ୍ତଙ୍କର ଭାଗ୍ୟ ମଧ୍ୟ କିଛି ଏହି ପରି ଅଟେ । ତାଙ୍କର ପ୍ରଥମ ଫିଲ୍ମ “ରକୀ” ରିଲିଜ ହେବାର ଥିଲା, କିନ୍ତୁ ରିଲିଜ ହେବାର ପାଞ୍ଚ ଦିନ ପୂର୍ବରୁ ତାଙ୍କ ମା’ଙ୍କର ଦେହାନ୍ତ ହୋଇଯାଇଥିଲା ।

Image courtesy: Google

୫. ସୁଶାନ୍ତ ସିଂହ ରାଜପୁତ

ଟିଭି ରୁ ଫିଲ୍ମ ଜଗତରେ ପାଦ ଦେଇଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମା’ଙ୍କ ଦେହାନ୍ତ ୨୦୦୨ରେ ହୋଇଯାଇଥିଲା । କିନ୍ତୁ ସୁଶାନ୍ତ ଟିଭି ରେ ୨୦୦୮ରୁ ଅଭିନୟ ଆରମ୍ଭ କରିଥିଲେ ।

Image courtesy: Google

୬. ପ୍ରତୀକ ବବ୍ବର

ପ୍ରତୀକ ରାଜ ବବ୍ବର ଓ ସ୍ମିତା ପାଟିଲଙ୍କର ପୁଅ । ଦୁର୍ଭାଗ୍ୟର କଥା ଏହା ଅଟେ କି ଜନ୍ମ ହେବାର କିଛି ସମୟ ପରେ ହିଁ ସେ ତାଙ୍କ ମା’ଙ୍କୁ ହରେଇଥିଲେ । ତାଙ୍କ ମା’ଙ୍କର ଦେହାନ୍ତ ୧୯୮୬ ମସିହାରେ ହୋଇଥିଲା । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।