୩ ବର୍ଷ ପୂର୍ବେ ଘରେ ଘରେ ପରିଚିତ ଥିଲା ଏହି ହିରୋଇନଙ୍କ ନାମ, ଏବେ ଦେଖି ଚିହ୍ନିବା ବି ମୁସ୍କିଲ

ଟିଭିର ସବୁଠୁ ପପୁଲାର ସିରିୟଲ ‘ଦିୟା ଔର ବାତୀ ହମ’ ଆପଣ ସମସ୍ତ ଦେଖିଥିବେ । ଯାହା ଷ୍ଟାର ପ୍ଲସ ଉପରେ ୨୯ ଅଗଷ୍ଟ ୨୦୧୧ରୁ ପ୍ରସାରିତ କରା ଯା ଥିଲା ଓ ୧୪୮୭ ଏପିସୋଡ ପ୍ରସାରିତ ହେବା ପରେ ୧୦ ଡିସେମ୍ବର ୨୦୧୬ରେ ଏହାକୁ ବନ୍ଦ କରାଗଲା । ଏହି ସିରିୟଲରେ ମୁଖ୍ୟ ଅଭିନେତା ସୂରଜ ରୂପରେ ଅନସ ରାଶିଦ ନଜର ଆସିଥିଲେ । ଅନସ ଏହା ପୂର୍ବରୁ ବି ଟିଭି ଇଣ୍ଡଷ୍ଟ୍ରିର ଅନ୍ୟ କେତେକ ସିରିୟଲରେ ବି ନଜର ଆସି ସାରିଛନ୍ତି ।

କିନ୍ତୁ ତାଙ୍କୁ ଅସଲ ପରିଚୟ ‘ଦିୟା ଓ ବାତୀ ହମ’ ସିରିୟଲରେ ହିଁ ମିଳିଲା । ଏହି ସିରିୟଲରେ ସେ ନିଜର ଦମଦାର ଅଭିନୟ ଦମରେ ପୁରା ଘରେ ଘରେ ପରିଚିତ ହୋଇଥିଲେ । ଏହି ସିରିୟଲରୁ ଟିଭି ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ଦୀପିକା ସିଂହଙ୍କୁ ବି ଲୋକମାନେ ସଂନ୍ଧ୍ୟା ନାମରେ ଜାଣିଛନ୍ତି । ଶୋରେ ଦୀପିକା ଏକ ଏମିତି ଝିଅର କିରଦାର କରିଥିଲେ ଯାହାର ବିବାହ ପ୍ରଥମ ଏକ ମିଠା ଦୋକାନୀ ସହ ହୋଇ ଯାଉଛି ଓ ଶେଷରେ ସ୍ଵାମୀର ସହୟତା ଦ୍ଵାରା ସନ୍ଧ୍ୟା ଜଣେ ଆଇପିଏସ ଅଧିକାରୀ ହୋଇଗଲେ ।

ସନ୍ଧ୍ୟା ସୁରଜଙ୍କ ଛଡା ଶୋରେ ମିନା ଭାଭୀଙ୍କ ଚରିତ୍ରକୁ ବି ଅଧିକ ପସନ୍ଦ କରା ଯାଇଥିଲା । ଯାହାକୁ କନିକା ମାହେଶ୍ୱରୀ କରିଥିଲେ । ମିନା ବିନ୍ଦଣି ଚରିତ୍ର ଜରିଆରେ ସେ ବି ଘରେ ଘରେ ପରିଚିତ ହୋଇ ଯାଇଥିଲେ । ‘ଦୀୟା ଔର ବାତୀ ହମ’ ପରେ ସିରିୟଲ ‘ତୂ ସାଂଝ ମୈଂ ପିୟା ଜୀ’ରେ ବି ସେ ନଜର ଆସିସାରିଛନ୍ତି । କିନ୍ତୁ କନିକା ବର୍ତ୍ତମାନ ଏହି ଶୋକୁ ଛାଡି ସାରିଛନ୍ତି ।

କହିଦେଉଛୁ କି ତାଙ୍କର ଜନ୍ମ ୨୪ ଏପ୍ରିଲ ୧୯୮୧ରେ ହୋଇଥିଲା । କନିକା ଜାନୁୟାରୀ ୨୦୧୨ରେ ବ୍ୟବସାୟୀ ଅଙ୍କୁର ଘଇଙ୍କ ସହ ବିବାହ କରିଛନ୍ତି । ସେ ଏପ୍ରିଲ ୨୦୧୫ରେ ଏକ ପୁଅକୁ ବି ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଦିନରେ ସେ ପୂର୍ବ ଅପେକ୍ଷା ଅଧିକ ସୁନ୍ଦର ଲାଗୁଛନ୍ତି । ବର୍ତ୍ତମାନ ହିଁ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଥିରେ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି ।

କିନ୍ତୁ ବର୍ତ୍ତମାନ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇ ଯାଇଛି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରୁହନ୍ତି ଓ ସବୁଦିନ ନିଜର କିଛି ନା କିଛି ଫଟୋ ଶେୟାର ନିଶ୍ଚିତ କରନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।