ହିନ୍ଦୁ ଧର୍ମରେ ୮ ପ୍ରକାରର ହୋଇଥାଏ ବିବାହ, ଜାଣନ୍ତୁ କେଉଁ ବିବାହ କରିବା ସବୁଠୁ ଅଟେ ଉତ୍ତମ

ଶାସ୍ତ୍ରରେ ୮ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରା ଯାଇଛି । ଯେଉଁଥିରେ ୫ ପ୍ରକାରର ବିବାହକୁ ବହୁତ ଅଶୁଭ ବୋଲି କୁହାଯାଇଛି । ବ୍ରହ୍ମ, ଦୈବ, ଆର୍ଶ, ପ୍ରାଜାପତ୍ୟ, ଅସୁର, ଗନ୍ଧର୍ବ, ରାକ୍ଷସ ଓ ପିଶାଚ ଆଠ ପ୍ରକାର ବିବାହ ଗୁଡିକର ନାମ ଅଛି । ଏହି ୮ ପ୍ରକାରର ବିବାହରେ ବ୍ରହ୍ମ ବିବାହ ସବୁଠୁ ଉତ୍ତମ ଅଟେ । ଏହି ୮ ଟି ବିବାହ କଣ ହୋଇଥାଏ ଓ ଏହି ବିବାହ ଗୁଡିକର କଣ ବିଶେଷତ୍ତ୍ଵ ଥାଏ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ।

ବ୍ରହ୍ମ ବିବାହ

ଆଚ୍ଛାଦ୍ୟ ଚାର୍ଚୟିତ୍ୱା ଚ ଶ୍ରୁତିଶୀଲବତେ ସ୍ୱୟମ୍ ।

ଆହୂୟ ଦାନଂ କନ୍ୟାୟା ବ୍ରାହ୍ମୋ ଧର୍ମଃ ପ୍ରକୀର୍ତିତଃ ॥

ଶ୍ଳୋକର ଅର୍ଥ – ବ୍ରହ୍ମ ବିବାହକୁ ଦୁଇ ପକ୍ଷଙ୍କର ସହମତି ପରେ ହିଁ କରାଯାଇଥାଏ । ଏହି ବିବାହକୁ ପୁରା ବୈଦିକ ନୀତି ନିୟମ ଅନୁସାରେ ହିଁ କରାଯାଇଥାଏ । ଏହି ବିବାହକୁ ଅନ୍ୟ ସମସ୍ତ ବିବାହ ଠାରୁ ସର୍ବଶ୍ରେଷ୍ଠ ବୋଲି କୁହାଯାଏ ।

ଦେବ ବିବାହ

ଯଜ୍ଞେ ତୁ ବିତତେ ସମ୍ୟଗୃତ୍ୱିଜେ କର୍ମ କୁର୍ବତେ ।

ଅଲଙ୍କୃତ୍ୟ ସୁତାଦାନଂ ଦୈବଂ ଧର୍ମଂ ପ୍ରଚକ୍ଷତେ ॥

ଏହି ଶ୍ଳୋକରେ ଦେବ ବିବାହ କଣ ହୋଇଥାଏ ଏହା କୁହାଯାଇଛି । ଏହି ବିବାହରେ ଋତ୍ୱିଜକୁ ବର ରୂପରେ ବଛା ଯାଇଥାଏ । ଏହା ପରେ ଏହାକୁ କନ୍ୟା ପକ୍ଷ ତରଫରୁ ଆଭୁଷଣ ଭେଟ କରି କନ୍ୟା ହାତରେ ଦିଆ ଯାଇଥାଏ । ଏହି ପ୍ରକାରର ବିବାହକୁ ଦେବ ବିବାହ ନାମରେ ଜଣାଯାଏ ।

ଆର୍ଶ ବିବାହ

ଏକଂ ଗୋମିଥୁନଂ ଦ୍ୱେ ବା ବରାଦାଦାୟ ଧର୍ମତଃ ।

କନ୍ୟାପ୍ରଦାନଂ ବିଧିବଦାର୍ଷୋ ଧର୍ମଃ ସଃ ଉଚ୍ୟତେ ॥

ଏହି ପ୍ରକାରର ବିବାହରେ ବର ପକ୍ଷ ତରଫରୁ କନ୍ୟା ପକ୍ଷକୁ ଆଭୁଷଣ ଓ ଗାଈ – ବଳଦ ଦିଆଯାଇଥାଏ । ଉପହାର ମିଳିବା ପରେ କନ୍ୟାର ବିବାହ ବର ସହିତ ପରମ୍ପରା ଅନୁସାରେ କରି ଦିଆଯାଏ । କହିବାକୁ ଗଲେ ପ୍ରାଚୀନ କାଳରେ ଲୋକମାନେ ଚାଷ କରୁଥିଲେ ସେଥିପାଇଁ ସେହି ସମୟରେ ଗାଈ – ବଳଦକୁ ଉପହାର ସ୍ୱରୂପ ଦିଆ ଯାଉଥିଲା । ଯଦି ସହଜ ଶବ୍ଦରେ କୁହାଯାଏ ତେବେ ଆର୍ଶ ବିବାହରେ କନ୍ୟା ପକ୍ଷକୁ କନ୍ୟାର ମୂଲ୍ୟ ଦେଇ କନ୍ୟା ସହ ବିବାହ କରାଯାଉଥିଲା ।

ପ୍ରଜାପତ୍ୟ ବିବାହ

ସହୋଭୌ ଚରତାଂ ଧର୍ମମିତି ବାଚାଽନୁଭାଷ୍ୟ ଚ ।

କନ୍ୟାପ୍ରଦାନମଭ୍ୟର୍ଚ୍ଯ ପ୍ରାଜାପତ୍ୟୋ ବିଧି ସ୍ମୃତଃ ॥

ଏହିଭଳି ବିବାହରେ କନ୍ୟାର ମାତା ପିତା ଦ୍ଵାରା ବିବାହ ଠିକ କରାଯାଏ ଓ ଏହି ବିବାହରେ କନ୍ୟାର ସହମତି ନିଆ ଯାଇ ନ ଥାଏ । ଏହି ବିବାହ ଧନବାନ ଓ ପ୍ରତିଷ୍ଠିତ ବର ସହ କରାଯାଇଥାଏ । ଅନ୍ୟ ଅର୍ଥରେ କହିଲେ ଟଙ୍କାର ଲୋଭରେ ମାତା ପିତା ନିଜର କନ୍ୟାର ବିବାହ ଜବରଦସ୍ତି କୌଣସି ବି ଧନବାନ ପୁଅ ସହିତ କରି ଦେଇଥାନ୍ତି ।

ଗନ୍ଧର୍ବ ବିବାହ

ଇଚ୍ଛୟାଽଅନ୍ୟୋନ୍ୟସଂଯୋଗଃ କନ୍ୟାୟାଶ୍ଚ ବରସ୍ୟ ଚ ।

ଗାଂଧର୍ବଃ ସ ତୁ ବିଜ୍ଞେୟୋ ମୈଥୁନ୍ଯଃ କାମସମ୍ଭବଃ ॥

ଏହି ବିବାହକୁ ପ୍ରେମ ବିବାହ କୁହାଯାଏ । ଏହି ବିବାହରେ ପରିବାର ର ସହମତି ବିନା ବର ଓ କନ୍ୟା ବିବାହ କରି ନିଅନ୍ତି ।

ଅସୁର ବିବାହ

ଜ୍ଞାତିଭ୍ୟୋ ଦ୍ରବିଣଂ ଦତ୍ତ୍ୱା କନ୍ୟାଯୈ ଚୈବ ଶକ୍ତିତଃ ।

କନ୍ୟାପ୍ରଦାନଂ ସ୍ୱାଚ୍ଛନ୍ଦ୍ଯାଦାସୁରୋ ଧର୍ମ ଉବ୍ୟତେ ॥

ଅସୁର ବିବାହରେ କନ୍ୟାକୁ କ୍ରୟ କରାଯାଇଥାଏ ଓ ତାହା ସହିତ ବିବାହ କରାଯାଏ । ତାକୁ ଅସୁର ବିବାହ କୁହାଯାଏ । ଆଜି ବି ଭାରତର କେତେକ ସ୍ଥାନ ଅଛି ଯେଉଁଠି ଗରିବ ଘରର କନ୍ୟାମାନଙ୍କର ମାତା ପିତାକୁ ଟଙ୍କା ଦେଇ ବିବାହ କରାଯାଉଛି ।

ରାକ୍ଷସ ବିବାହ

ହତ୍ୱା ଛିତ୍ୱା ଚ ଭିତ୍ୱା ଚ କ୍ରୋଶନ୍ତୀଂ ରୁଦନ୍ତୀଂ ଗୃହାତ୍ ।

ପ୍ରସହ୍ୟ କନ୍ୟାହରଣଂ ରାକ୍ଷସୋ ବିଧିରୁଚ୍ୟତେ ॥

ଏହିଭଳି ବିବାହରେ କନ୍ୟାକୁ ଅପହରଣ କରାଯାଇ ତାହା ସହିତ ଜବରଦସ୍ତି ବିବାହ କରାଯାଇଥାଏ । ପ୍ରାଚୀନ କାଳରେ ଯେତେବେଳେ ରାଜା ଯୁଦ୍ଧ ହାରି ଯାଉଥିଲେ, ତେବେ ଜିତିଥିବା ରାଜା ହାରି ଥିବା ରାଜାର ପତ୍ନୀ କିମ୍ବା ଝିଅମାନଙ୍କ ସହିତ ଜବରଦସ୍ତ ବିବାହ କରିଥାଏ ଓ ଏହିଭଳି ବିବାହକୁ ରାକ୍ଷସ ବିବାହ କୁହାଯାଏ ।

ପିଶାଚ ବିବାହ

ସୁପ୍ତାଂ ମତ୍ତାଂ ପ୍ରମତ୍ତାଂ ବା ରହୋ ଯତ୍ରୋପଗଚ୍ଛତି ।

ସଃ ପାପିଷ୍ଠୋ ବିବାହାନାଂ ପୈଶାଚଶ୍ଚାଷ୍ଟମୋ୯ଧମଃ।|

ଏହିଭଳି ବିବାହରେ କନ୍ୟା ସହ ଶାରୀରିକ ସମ୍ବନ୍ଧ କରିବା ପରେ ତାହା ସହିତ ବିବାହ କରାଯାଇଥାଏ । ଏହା ଛଡା ଏଥିରେ କନ୍ୟାର ପରିଜନମାନଙ୍କର ହତ୍ୟା ବି କରି ଦିଆଯାଏ । ଏହି ବିବାହକୁ ସମସ୍ତ ୮ ପ୍ରକାରର ବିବାହ ମଧ୍ୟରୁ ସବୁଠୁ ଖରାପ ବିବାହ କୁହାଯାଏ ।