ରଣବୀର ଯେତେବେଳେ ଥିଲେ ଆଲିୟା ଭଟ୍ଟଙ୍କ କ୍ରଶ ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୧ ବର୍ଷ, ଜାଣନ୍ତୁ କଣ କହିଲେ ଆଲିୟା

ଏହି ସମୟରେ ବଲିଉଡରେ ପ୍ରେମ, ସମ୍ପର୍କ ଓ ବିବାହ ର ସମୟ ଅଟେ ଓ ଏହି ଲିଷ୍ଟରେ ଏକ ଯୋଡି ବହୁତ ଖାସ ଅଟେ । ବର୍ତ୍ତମାନ ଚାରିଆଡେ ଆଲିୟା ଭଟ୍ଟ ଓ ରଣବୀର କପୂରଙ୍କ ଯୋଡିର ଚର୍ଚ୍ଚା ଚାଲିଛି । ଆଲିୟା ଭଟ୍ଟ କେବେ ରଣବୀରଙ୍କ ପାଇଁ କିଛି ଖାସ ଅନୁଭବ କରିଥିଲେ ଏହି କଥାରୁ ପରଦା ଉଠେଇଥିଲେ । ଆଲିୟାଙ୍କୁ ଏହି ଇଣ୍ଡଷ୍ଟ୍ରିରେ ତାଙ୍କ କ୍ରଶ ବିଷୟରେ ପଚରା ଯାଇଥିଲା ଓ ସେ ରଣବୀରଙ୍କ ନାମ ନେଇଥିଲେ ।

ରିପୋର୍ଟ ଅନୁସାରେ ଆଲିୟା କୁହନ୍ତି କି ସେ ରଣବୀରଙ୍କୁ ସେତେବେଳେ ଦେଖିଥିଲେ ଯେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା । ସେତେବେଳେ ସେ ବ୍ଲାକ ଫିଲ୍ମର ଅଡିଶନ ଦେବାକୁ ଯାଇଥିଲେ ସେଠାରେ ସେ ରଣବୀରଙ୍କୁ ଦେଖିଥିଲେ । ସେବେ ଠାରୁ ତାଙ୍କର ରଣବୀରଙ୍କ ସହ କ୍ରଶ ହୋଇଗଲା । ଆଲିୟା ଏହା ମଧ୍ୟ କୁହନ୍ତି କି ଯେତେବେଳେ ରଣବୀରଙ୍କ ଫିଲ୍ମ ସାବରିୟା ଆସିଥିଲା, ସେତେବେଳେ ସେ ରଣବୀରଙ୍କୁ ଦେଖି ସାରିଥିଲେ ।

ଆଲିୟା ଭଟ୍ଟ ଓ ରଣବୀର କପୁର ଡେଟରେ ଯିବାର  ଚର୍ଚ୍ଚା ଗତବର୍ଷ ନ୍ୟୁଇୟର ରୁ ଶୁଣିବାକୁ ମିଳିଥିଲା ଓ ବର୍ତ୍ତମାନ ତାଙ୍କ ସଂପର୍କକୁ ପାଖାପାଖି ଗୋଟେ ବର୍ଷ ହୋଇସାରିଲାଣି । ଆଲିୟା ଭଟ୍ଟ ଓ ରଣବୀର କପୂର ଅୟନ ମୁଖର୍ଜୀଙ୍କ ଆସନ୍ତା ଫିଲ୍ମ ବ୍ରହ୍ମାସ୍ତ୍ରରେ ଅକା ସହିତ ନଜର ଆସିବେ । ଏହି ଫିଲ୍ମରେ ଅମିତାଭ ବଚନ ଓ ମୌନୀ ରୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଶୁଣାଯାଉଛି କି ଆଲିୟା ଭଟ୍ଟ ଓ ରଣବୀର କପୂର ବହୁତ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି । ତାଙ୍କ ସମ୍ପର୍କ ବିଷୟରେ ବହୁତ କଥା ଶୁଣିବାକୁ ମିଳୁଛି । କିନ୍ତୁ ତାହା ସତ କି ନାହିଁ, କେହି ଜାଣି ନାହାନ୍ତି । ଆଲିୟା ଭଟ୍ଟ ଓ ରଣବୀର କପୁର କେବେ ବିବାହ କରୁଛନ୍ତି ସେମାନେ ଏ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରକାଶ କରି ନାହାଁନ୍ତି ।